Posted inଖେଳ

ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ୍‌: ଟପ୍‌-୧୦ରେ ସାଇ ପ୍ରଣୀଥ

ନୂଆଦିଲ୍ଲୀ, ୧୩।୧୧(ପି.ଟି.)-ମଙ୍ଗଳବାର ପ୍ରକାଶିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ୍‌ର ପୁରୁଷ ସିଙ୍ଗଲ୍ସ ଟପ୍‌-୧୦ରେ ସ୍ଥାନ ପାଇଛନ୍ତି ଭାରତର ବି. ସାଇ ପ୍ରଣୀଥ। ସେ ପୂର୍ବ ର଼୍ୟାଙ୍କିଙ୍ଗ୍‌ଠାରୁ ଗୋଟିଏ ପାହାଚ ଉପରକୁ ଉଠି ୧୦ମ ସ୍ଥାନ ଅଧିକାର କରିଛନ୍ତି। ତେବେ କିଡାମ୍ବି ଶ୍ରୀକାନ୍ତ ୩ଟି ସ୍ଥାନ ତଳକୁ ଖସି ୧୩ରେ ପହଞ୍ଚତ୍ଛନ୍ତି। ଗତ ଅଗଷ୍ଟରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ପ୍ରଣୀଥ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ଅନ୍ୟତମ ଭାରତୀୟ ସମୀର ବର୍ମା ଗୋଟିଏ ପାଦ ଉପରକୁ ଉଠି ୧୬ତମ ସ୍ଥାନରେ ପହଞ୍ଚତ୍ ଯାଇଛନ୍ତି। ଜାପାନର କେନ୍‌ତୋ ମୋମୋତା ଏହି ତାଲିକାର ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ମହିଳା ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଯଥାକ୍ରମେ ୬ଷ୍ଠ ଓ ୯ମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ପୁରୁଷ ଡବଲ୍ସରେ ସ୍ବସ୍ତିକ ସାଇରାଜ ରାନ୍‌କି ରେଡ୍ଡୀ ଓ ଚିରାଗ ସେଟ୍ଟି ୭ମ ସ୍ଥାନକୁ ଉଠିଛନ୍ତି। ସେମାନେ ପୂର୍ବ ର଼୍ୟାଙ୍କିଙ୍ଗ୍‌ରେ ୯ମ ସ୍ଥାନରେ ଥିଲେ। ଏହି ଭାରତୀୟ ଯୋଡ଼ି ନିକଟ ଅତୀତରେ ଭଲ ପ୍ରଦର୍ଶନ କରି ତା’ର ପୁରସ୍କାର ପାଇଛନ୍ତି। ଗତ ଅକ୍ଟୋବରରେ ଆୟୋଜିତ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନର ଫାଇନାଲରେ ପ୍ରବେଶ କରିଥିବାବେଳେ ନିକଟରେ ଅନୁଷ୍ଠିତ ଚାଇନା ଓପନରେ ସେମିଫାଇନାଲରେ ପରାଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri