ବିଶ୍ୱ ବଜାରରେ ପହଞ୍ଚିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୯:ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିଦେଶୀ ବଜାରରେ ଏବେ ସହଜରେ ପହଞ୍ଚିବ। କ୍ଷୁଦ୍ର ଶିଳ୍ପକୁ ଏହି ସୁବିଧା ପ୍ରଦାନ ଲକ୍ଷ୍ୟରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଶୀଘ୍ର ‘ଭାରତ ମାର୍ଟ’ନାମରେ ଏକ ଇ-କମର୍ସ ପ୍ଲାଟଫର୍ମ ଖୋଲିବ ବୋଲି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଗ୍ଲୋବାଲ ଏମ୍‌ଏସ୍‌ଏମ୍‌ଇ ସମିଟ୍‌କୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, କ୍ଷୁଦ୍ର ଶିଳ୍ପଗୁଡିକର ପୁଞ୍ଜି, ଲିଜିଷ୍ଟିକ ଏବଂ ଶକ୍ତି କ୍ଷେତ୍ରରେ ହେଉଥିବା ବର୍ଦ୍ଧିତ ଖର୍ଚ୍ଚକୁ ରୋକିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସଂସ୍ଥାଗୁଡିକ ବିଶ୍ୱ ସ୍ତର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହୋଇ ପାରିବେ। ଘରୋଇ ଏବଂ ବିଦେଶ ନିବେଶ ନେଇ ଏହି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ଏହା ହେଲେ ଅଧିକ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ଗଡକରୀ ମତ ଦେଇଛନ୍ତି।
ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମନ୍ବିତ ଭାବେ କ୍ଷୁଦ୍ର ସଂସ୍ଥା ବିକାଶକୁ ଗୁରୁତ୍ୱ ଦେଉଥିବା ସେ ସ୍ପଷ୍ଟ କରିଛନ୍ତି। ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ ଏବଂ କୃଷିଜାତ ଦ୍ରବ୍ୟ ସହ ଜଡିତ ଶିଳ୍କକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏକ୍ଷେତ୍ରରେ ଋଣ ପ୍ରଦାନ ଲାଗି ସରକାର ବିଶ୍ୱ ବ୍ୟାଙ୍କ ଏବଂ ଏଡ଼ିବି ସହ ଆଲୋଚନା କରୁଛନ୍ତି। ମହୁ, ବାଉଁଶ, ବୟନ, ଜୈବ ଇନ୍ଧନ, ଜଳ ପରିବହନ, ମତ୍ସ୍ୟଚାଷ, ଗୋପାଳନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଅନେକ ସୁଯୋଗ ରହିଛି। ସେହିଭଳି ପ୍ରତିରକ୍ଷା, ରେଲଓ୍ବେ, ରାଜପଥ, ଜଳପଥ ଭଳି କ୍ଷେତ୍ରରେ ସହରାଞ୍ଚଳରେ ବିପୁଳ ସୁଯୋଗ ରହିଛି। ମୋଟ ଜିଡିପିକୁ ଏମ୍‌ଏସ୍‌ଏମ୍‌ଇର ଅଂଶ ୨୯%ରୁ ବଢାଇ ୫୦% , ରପ୍ତାନି ୪୮%ର ୬୦%କୁ ବୃଦ୍ଧି ନେଇ ଯୋଜନା ରହିଥିବା ଗଡକରୀ ମତପ୍ରକାଶ କରିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ୨୦୦ କମ୍ପାନୀ ପୁଞ୍ଜି ବଜାରରେ ସୁଚୀଭୁକ୍ତ ହୋଇଛନ୍ତି। ଏକ୍ଷେତ୍ରରେ ଅଧିକ କମ୍ପାନୀ ଆସିବାକୁ ସେ ଆହ୍ବାନ ଜଣାଇଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ପେମେଣ୍ଟ କ୍ଷେତ୍ରରେ ହେଉଥିବା ବିଳମ୍ବ ସମସ୍ୟାର ଦୂରୀକରଣକୁ ସରକାର ନଜରରେ ରଖିଛନ୍ତି। ଏକ୍ଷେତ୍ରରେ ଶୀଘ୍ର ୟୁକେ ସିହ୍ନା କମିଟି ରିପୋର୍ଟକୁ ଲାଗୁ କରାଯିବ। ସଂସ୍ଥାଗୁଡ଼ିକର ଖର୍ଚ୍ଚ ଏବଂ ଲଜିଷ୍ଟିକ ଖର୍ଚ୍ଚ କମାଇବା ଲାଗି ଶକ୍ତି ସଞ୍ଚୟକାରୀ ଟେକ୍ନୋଲୋଜି ଏବଂ ଏଜର୍ନି ଅଡିଟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସଂସ୍ଥାଗୁଡିକୁ ରୁଫ ଟପ୍‌ ସୋଲାର ପ୍ଲାଣ୍ଟ ଯୋଗାଣ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି। ଏଥିରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଅରୁଣ ପଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଡିଜିଟାଲ ଏମ୍‌ଏମ୍‌ଏମ୍‌ଇ ପୋର୍ଟାଲ ବିକଶିତ କରୁଛନ୍ତି। ଏହା କ୍ଷୁଦ୍ର ଶିଳ୍ପ ଅଂଶୀଦାରଙ୍କ ଲାଗି ଏକ ଭର୍ଚୁଆଲ ମିଟିଂ ପ୍ଲେସ ହେବ। ସଂସ୍ଥାଗୁଡିକର ମାନୁଫାକଚରିଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଲାଗି ଆଉ ୧୩୫ ଟୁଲ ରୁମ୍‌ ଏବଂ ଟେକ୍ନୋଲୋଜି ସେଣ୍ଟର ସ୍ଥାପନ ନେଇ ସରକାର ପଦକ୍ଷେପ ନେଉଥିବା ପଣ୍ଡା ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri