ବିଶ୍ୱ ଆଦିବାସୀ ଦିବସ ସମାରୋହ

କର୍ଲାମୁଣ୍ଡା,୧୦।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ୱ ଆଦିବାସୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମୁଗଲାଲ ମାଝିଙ୍କ ଦ୍ୱାରା ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଯୋରାଡବ୍ରା ଗ୍ରାମ୍ୟ ପରିକ୍ରମା ହୋଇଥିଲା। ଏହା ପରେ ଯୋରାଡବ୍ରା ପଞ୍ଚାୟତ ଆଦିସ୍କନ୍ଦ ସମାଜ ସଭାପତି ଭୀମ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବାଲାଙ୍ଗୀର ଜିଲାର ଶିକ୍ଷାବିତ୍‌ ଗୌତ୍ତମ ଖେତି, ମୁଖ୍ୟବକ୍ତା ଭାବେ ଓଡିଆ ଅଧ୍ୟାପକ କୈତୁକ ପନ୍ଦର, ସମ୍ମାନିତ ଅତିଥି ଭାବେ ମେଦିନୀଧର ଜାନୀ, ସଇଁତଲା ବ୍ଲକ ଆଦିବାସୀ ନେତା ଗୁଣସାଗର ମାଝି, ବୀରକମଳ ମଇଦାନ ଅସୁରଗଡର ଉପସଭାପତି ରାଜକିଶୋର ମାଝି, ସମ୍ପାଦକ ଲୋକନାଥ ଭୋଇ, ଜିଲା ଆଦିସ୍କନ୍ଦ ସମାଜର ଉପସଭାପତି କଂସ ପ୍ରସାଦ ଯାନୀ, ବ୍ଲକ ଆଦିସ୍କନ୍ଦ ସମାଜର ଉପସଭାପତି ନୈରୁତ ଯାନୀ, ଯୋରାଡବ୍ରା ପଞ୍ଚାୟତ ଆଦିସ୍କନ୍ଦ ସମାଜ ସମ୍ପାଦକ ନନ୍ଦି କିଶୋର ଭୋଇ, ନର୍ଲା ୧ ନଂ ଜୋନ ଜିଲା ପରିଷଦ ସଭ୍ୟ ସରୋଜ କୁମାର ମାଝି, ସମାଜ ସଂସ୍କାରକ ମାଧବ ଭୋଇ ପ୍ରମୁଖ ଯୋଗଦେଇ ଭାରତୀୟ ସମ୍ବିଧାନ ଓ ଆଦିବାସୀମାନଙ୍କ ନ୍ୟାର୍ଯ୍ୟ ଦାବି, ବିଭିନ୍ନ ଧାରା ତଥା ଜମି, ଜଳ, ଜଙ୍ଗଲ ଉପରେ ଆଲୋଚନା କରିବା ସହ ଯୁବ ଗୋଷ୍ଠୀ ଓ ମହିଳାଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ପଞ୍ଚାୟତସ୍ତରରେ ଆଦିବାସୀ ଦିବସକୁ ପାଳନ କରିବା ସହ ଭୀମା ବାର୍ଷିକ ପୁସ୍ତକ ବିଶେଷାଙ୍କ ୨୦୨୦ ପ୍ରକାଶନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲା। ସଭା କାର୍ଯ୍ୟରେ ଯୁବସଙ୍ଗଠକ ତରୁଣ ଯାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଯୁବ ସଙ୍ଗଠକ ଡମ୍ବରୁଧର ମାଝି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳିଥିବାରୁ ଚିକିତ୍ସା ସୁବିଧାରୁ ବଞ୍ଚିତ

ଲାଞ୍ଜିଗଡ,୮।୧୨(ଡି.ଏନ.ଏ.): ଅର୍ଥ ଅଭାବରୁ ଉଚ୍ଚ ଚିକିତ୍ସା ପାଇଁ ସାଜିଛି ବାଧକ। ଉଚ୍ଚ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। କୌଣସି ସଦୃଦୟ ବ୍ୟକ୍ତି କିମ୍ବା...

ଅଦିନିଆ ବର୍ଷା ଉଜାଡିଲା ମକାଚାଷୀଙ୍କ ସ୍ବପ୍ନ

କୋକସରା, ୨।୧୧(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକରେ ଅଦିନିଆ ବର୍ଷା ଉଜାଡିଦେଲା ଚାଷୀଙ୍କ ସ୍ବପ୍ନ। ବର୍ଷାରେ ଶହଶହ ଏକର ଧାନ ଫସଲ କ୍ଷତିହୋଇ ଗଜା ହୋଇଯିବାରୁ...

ପୋଲିସର ନିଆରା ପ୍ରୟାସ: ଗୋଲାପ ଦେଇ ସଚେତନତା

ଜୁନାଗଡ଼,୨୨।୧: ଟ୍ରାଫିକ ନିୟମ ମାନୁ ନ ଥିବାରୁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ପକ୍ଷରୁ ଶୁକ୍ରବାର...

ବାପ୍‌ ଆରପାରେ, ମା’ ନିଖୋଜ: ନାବାଲିକ୍‌ ଉପରେ ଭାଇବହେନ୍‌କଁର ବୋଝ

କେସିଙ୍ଗା, ୪।୧୨(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଁଚେତ୍‌ ଜୋଲକୋ ଗଁାର ଗଉଡ଼ପଡ଼ାର ସୁନୀଲ ବାଗ ଟିବି ରୋଗ୍‌ରେ ପଡ଼ି ୨୦୧୧ ସାଲେ ଆରପାରକେ ଚାଲିଯାଇଛନ୍‌।...

ଟାର୍ଗେଟ ଅଭାବ, ଉଠୁନି ଧାନ

ଜୁନାଗଡ, ୩୦।୧୨ (ଡି.ଏନ.ଏ.): ଚାଷୀଙ୍କୁ ଟୋକନ ମିଳିଛି। ଧାନ ମଧ୍ୟ ଆଣି ମଣ୍ଡିରେ ରଖିଛନ୍ତି। ହେଲେ ଟାର୍ଗେଟ ଅଭାବରୁ ଧାନ ଉଠାଣ ହେଉ ନ ଥିବାରୁ ଗତ...

ରାଧେଙ୍କ ଘରୁ ମିଳିଥିବା ଫୋନ୍‌ କାହାର

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ...

ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆପଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ...

ଭବାନୀପାଟଣା ବଜାରରେ ବେକାବୁ ହେଉଛି ପନିପରିବା ଦର

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ...

Advertisement
Archives

Model This Week