ବିଶ୍ୱସ୍ତରୀୟ ହେବ ରାୟଗଡ଼ା ଷ୍ଟେଶନ

ରାୟଗଡ଼ା ଅଫିସ, ୨୫ା୭: ରାୟଗଡ଼ା ରେଳଷ୍ଟେଶନ ହେବ ବିଶ୍ୱସ୍ତରୀୟ। ଆସନ୍ତା ସେପ୍ଟେମ୍ବରରେ ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଆଇଏସ୍‌ଓ-୧୪୦୦୧ ସାର୍ଟିଫିକେଟ ହସ୍ତଗତ ହେବା ପରେ ଏହା ଆଗକୁ ଗଡ଼ିବ। ତେବେ ସାର୍ଟିଫିକେଟ ପ୍ରଦାନ ପାଇଁ ବୁଧବାର ରେଳ ବିଭାଗ ତରଫରୁ ଦୁଇ ଜଣିଆ ଟିମ୍‌ ଷ୍ଟେଶନ ଅନୁଧ୍ୟାନ କରିଛନ୍ତି। ପୂର୍ବତଟ ରେଳପଥର ୬ଟି ରେଳଷ୍ଟେଶନକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେହି ତାଲିକାରେ ରହିଛି ରାୟଗଡ଼ା। ନିକଟରେ ରାୟଗଡ଼ା ରେଳଷ୍ଟେଶନ ଡିଭିଜନର ମାନ୍ୟତା ପାଇଛି। ତେଣୁ ପ୍ରଥମେ ବିଶ୍ୱସ୍ତରୀୟ କାର୍ଯ୍ୟ ରାୟଗଡ଼ାରୁ ଆରମ୍ଭ କରିବା ନିମନ୍ତେ ଆଇଏସ୍‌ଓ ସଂସ୍ଥାର ଏସ୍‌.କେ. ବିଦ୍ୟାର୍ଥୀ ଓ ଓ୍ବାଇ. କେ. ପ୍ରସାଦ ରାୟଗଡ଼ା ଆସି ଅନୁଧ୍ୟାନ କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ମୁଖ୍ୟତଃ ଷ୍ଟେଶନର ପରିବେଶ ପ୍ରତି ପ୍ରାଥମିକତା ଦେଇଛନ୍ତି ଏହି ଟିମ୍‌। ଷ୍ଟେଶନ ଚତୁଃପାର୍ଶ୍ୱକୁ ସବୁଜ କରିବା ସହ ସଫେଇ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମକକ୍ଷ ଓ ଶୁଦ୍ଧ ବାତାବରଣ ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟ କରିବାକୁ ରେଳ ବିଭାଗକୁ ପରାମର୍ଶ ଦିଆଯାଇଛିି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଇଏସ୍‌ଓ ସାର୍ଟିଫିକେଟ ପ୍ରଦାନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଟିମ୍‌ ମୁଖ୍ୟ ବିଦ୍ୟାର୍ଥୀ କହିଛନ୍ତି। ସେହିଭଳି ବିନା ଟିକେଟରେ ପ୍ଲାର୍ଟଫର୍ମ ଭିତରକୁ ପ୍ରବେଶ କରି ଯାତ୍ରୀଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁସବୁ ତ୍ରୁଟି ରହିଛି, ତାହା ସଂଶୋଧନ କଲେ ନିଶ୍ଚିତ ଭାବେ ରାୟଗଡ଼ା ଏକ ବିଶ୍ୱସ୍ତରୀୟ ଷ୍ଟେଶନ ହୋପାରିବ ବୋଲି ଏହି ଟମ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାୟଗଡ଼ା ଷ୍ଟେଶନର ସମସ୍ତ ପ୍ଲାଟ୍‌ଫର୍ମକୁ ଯାଇ ସୁବିଧା ଓ ଅସୁବିଧା ଅନୁଧ୍ୟାନ କରିଥିଲେ। ତେବେ ଏହି ସମୟରେ ରାୟଗଡ଼ାଠାରେ ଆଉ ଏକ ପ୍ଲାଟ୍‌ଫର୍ମର ଆବଶ୍ୟକତା ଥିବା ଟିମ୍‌ ସଦସ୍ୟମାନେ ହୃଦ୍‌ବୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ରାୟଗଡ଼ା ଅଫିସ,୨୮।୧: ରାୟଗଡ଼ା ଜିଲା ବିଷମକଟକରେ ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଅଟକ ରଖିଥିଲେ ଗ୍ରାମବାସୀ। ତେବେ ଅଟକ ଥିବା ଯୁବକଙ୍କୁ...

ରାୟଗଡ଼ାରେ ତ୍ରିରଙ୍ଗା ଉଡ଼ାଇଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୬।୧: ରାୟଗଡ଼ା ଜିଲା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।...

୫୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୯ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ, ୧୯ା୧(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ବ୍ୟାଙ୍କ କଲୋନୀର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଏବଂ ରୁପା ଅଳଙ୍କାର ସହିତ ୯ ଲକ୍ଷ ଟଙ୍କାର ନଗଦ...

ଲିଫ୍ଟ ଇରିଗେଶନ ଅଫିସ ନିକଟ ଧାନ ଜମିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ

ଗୁଣପୁର,୧।୧୦(ଡି.ଏନ୍‌.ଏ.): ରାୟଗଡା ଜିଲା ଗୁଣୁପୁର ଥାନା ଲିଫ୍ଟ ଇରିଗେଶନ ଅଫିସ ନିକଟରେ ଥିବା ଧାନ ଜମି ଭିତରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ

ରାୟଗଡ଼ା,୩୦।୧୨(ସ୍ବ.ପ୍ର.): ବିଦାନୋଭ ଓ ପାଭେଲଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ରାୟଗଡ଼ାଠାରେ ଶୁକ୍ରବାର କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌ ଟିମ୍‌ ପହଞ୍ଚି ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ...

କାଶୀପୁରର ଝାଡ଼ାବାନ୍ତି ପ୍ରସଙ୍ଗ: ପାର୍ଲାମେଣ୍ଟରେ ଉଠାଇଲେ ସପ୍ତଗିରି

ରାୟଗଡ଼ା ଅଫିସ, ୧୩ା୮: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ବ୍ୟାପିଥିବା ଝାଡ଼ାବାନ୍ତି ପ୍ରସଙ୍ଗକୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ପାର୍ଲାମେଣ୍ଟରେ ଉଠାଇଛନ୍ତି। ଜଳବାହିତ ରୋଗ ଏବଂ...

ରାୟଗଡ଼ାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ରାୟଗଡ଼ା,୨୬ା୧(ସ୍ବ.ପ୍ର.): ରାୟଗଡ଼ା ସଦର ମହକୁମା ଜିସିଡି ପଡ଼ିଆଠାରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ସଧା ଦେବ ସିଂ ମୁଖ୍ୟ...

ମୁନିଗୁଡାରେ ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ

ମୁନିଗୁଡା,୧୬।୧୧: ରାୟଗଡା ଜିଲା ମୁନିଗୁଡାରେ ନୂତନ ଭାବେ ହେବାକୁ ଥିବା ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ଶୁକ୍ରବାର ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ବ ହୋଇଛି। ମୁନିଗୁଡା ତହସିଲଦାର...

Advertisement
Archives

Model This Week