Posted inଫୁରସତ

ବିଶ୍ୱର ସବୁଠୁ ସୁନ୍ଦର ଗୁମ୍ଫା: ଯେଉଁଠି କେବଳ ବାସ କରେ ମଣିଷ

ଆଜିଯାଏ ଶୁଣିଥିଲେ ଗୁମ୍ଫାରେ ବାଘ କିମ୍ବା ସିଂହ ରହିଥାଏ। କିନ୍ତୁ ଏଠାରେ ଯେଉଁ ଗୁମ୍ଫା ସମ୍ପର୍କରେ ଆଲୋଚିତ ହୋଇଛି, ସେଠାରେ କେବଳ ମଣିଷ ହଁି ବାସକରେ। ଏହାକୁ ଦୁନିଆର ସବୁଠୁ ସୁନ୍ଦର ଗୁମ୍ଫା ବୋଲି କୁହାଯାଏ। ବେକହମ୍‌ କ୍ରିକ୍‌ ଲଜ୍‌ ନାମରେ ପରିଚିତ ଏହି ଗୁମ୍ଫା ଆମେରିକାର ଅରଙ୍କସାସ୍‌ରେ ଅବସ୍ଥିତ। ଏହା ଏକ ଅପହଞ୍ଚ ଇଲାକା। ବୋମା ବିସ୍ଫୋରଣରୁ ରକ୍ଷା ପାଇବାକୁ ଗୁମ୍ଫାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଏ। ୧୯୮୮ରେ ଗୁମ୍ଫାକୁ ଏକ ହୋଟେଲ୍‌ ରୂପ ଦିଆଯାଇଥିଲା। ଯେତେବେଳେ ଏହାକୁ ହୋଟେଲ୍‌ ରୂପ ଦିଆଗଲା, ସେତେବେଳେ ପ୍ରାୟ ୨୦ ଲକ୍ଷ ଟଙ୍କା ଏହା ପଛରେ ଖର୍ଚ୍ଚ କରାଯାଇଥିଲା। ଗୁମ୍ଫା ଭିତରେ ଦୁନିଆର ସେ ସମସ୍ତ ବିଳାସପୂର୍ଣ୍ଣ ଜୀବନଯାପନର ସୁବିଧା ମିଳିଥାଏ, ଯାହା ପଞ୍ଚ ତାରକା ହୋଟେଲ୍‌ରେ ଉପଲବ୍ଧ। ଗୁମ୍ଫା ଭିତରେ ଦାମୀ ଫର୍ଣ୍ଣିଚର୍‌ ସାଙ୍ଗକୁ ଖାଦ୍ୟ ପାନୀୟର ବ୍ୟବସ୍ଥା ରହିଛି। ତା’ସହ ମନୋରମ ଜଳପ୍ରପାତ ଗୁମ୍ଫାର ଆକର୍ଷଣକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିଥାଏ। ଗୁମ୍ଫା ଭିତରେ ଗୋଟିଏ ଦିନ ରହିବା ପାଇଁ ପ୍ରାୟ ୧ଲକ୍ଷ ୧୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବନ୍ଧାହୋଇ ଜଣଙ୍କ ପରେ ଜଣେ କରୁଥିଲେ ଏମିତି, ଶେଷକୁ ରହିଲାନି କିଛି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ପରୀକ୍ଷା ଖାତାରେ ବି ‘ପୁଷ୍ପା’ ନିଶା: ଛାତ୍ର ଲେଖିଦେଲେ ଏମିତି

ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି। ରିଲିଜ ହେବା ପରଠାରୁ ଏହାର ଗୀତ...

‘ଆରେଞ୍ଜ ମ୍ୟାରେଜ୍‌ରୁ ରକ୍ଷା କର’ ଲେଖି ସହର ସାରା ବିଜ୍ଞାପନ ମାରିଲେ ଏହି ବ୍ୟକ୍ତି; ପୁରା ଘଟଣା ଜାଣିଲେ…

ଦୁନିଆର ପ୍ରତିଟି ବ୍ୟକ୍ତି ଭଲ ଜୀବନସାଥୀଟିଏ ଚାହାଁନ୍ତି। ଅନେକ ଏଥିରେ ସଫଳ ହେଉଥିଲେ ହେଁ କେତେକ ନିରାଶ ହୋଇଥାନ୍ତି। ସେମାନେ ସାରାଜୀବନ ପ୍ରକୃତ ସାଥୀଟିଏ ପାଇପାରିବେ...

ସବୁଠୁ ମହଙ୍ଗା ପରିବା, କିଲୋ ୮୨ ହଜାର ଟଙ୍କା

ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହା ମୂଲ୍ୟ ସାମ୍ନାରେ ଆଳୁ, ଟମାଟୋ କି ପିଆଜ ଦର ବାଲିଗୋଡି଼ ସହ ସମାନ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ...

ଛାତିରେ ଆଙ୍କିଦେଲେ ଭୁଲ୍‌ ଟାଟୁ, ଯୁବତୀ କାନ୍ଦି କାନ୍ଦି କହିଲେ ଏମିତି

ଦୁନିଆର ଯେକୌଣସି ବ୍ୟକ୍ତି ଅନେକ ଚିନ୍ତା ପରେ ଟାଟୁ ଆଙ୍କିବାକୁ ନିଷ୍ପତ୍ତି ନେଇଥାନ୍ତି। ମାତ୍ର ଏହି ଟାଟୁ ଯଦି ଭୁଲ୍‌ ହୋଇଯାଏ ତେବେ ଜୀବନ ସାରା...

କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ବର, ଭିଡ଼ିଓ ଭାଇରାଲ…

ପାଟନା,୨୯।୬: ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବର କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଛନ୍ତି। ଏଭଳି ଘଟଣା...

ହାତ,ଗୋଡ଼ ନ ଥାଇ ଲେଖକ ଓ ଖେଳାଳି

ଲକ୍ଷ୍ୟ ସେମାନେ ହାସଲ କରିପାରନ୍ତି, ଯେଉଁମାନଙ୍କ ସ୍ବପ୍ନରେ ଜୀବନ ଥାଏ। ପଙ୍ଖ ଥିଲେ ବି ଅନେକେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରନ୍ତି ନାହିଁ। କାରଣ ସେମାନଙ୍କର ସ୍ବପ୍ନକୁ ସାକାର...

ପ୍ରେମ ପାଇଁ ଦିନଟିଏ…

ପ୍ରେମ ଶାଶ୍ୱତ, ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି...

Advertisement
Archives

Model This Week