ବିଶ୍ୱର ସବୁଠୁ କ୍ଷୁଦ୍ର ରଥ :ନ୍ୟାଶନାଲ ବୁକ ଅଫ ରେକର୍ଡରେ ସ୍ଥାନିତ ,ଗିନିଜ ବୁକ ଅଫ ରେକର୍ଡ ଦେବ ସ୍ବତନ୍ତ୍ର ମାନ୍ୟତା

ବ୍ରହ୍ମପୁର ଅଫିସ,୪ା୭-ପୁଣି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କାଠରେ ସେ ବିଶ୍ୱର ସବୁଠୁ କ୍ଷୁଦ୍ରରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାର ବିଶିଷ୍ଟ ଅବିକଳ ନନ୍ଦିଘୋଷ ଆକୃତିର ଏହି ରଥ ନ୍ୟାଶନାଲ ରେକର୍ଡ ସେକ୍ଟରରେ ସ୍ଥାନିତ ହୋଇଛି । ଏହାକୁ ଗିନିଜ୍‌ ବୁକ ଅଫ ରେକର୍ଡ ସ୍ବତନ୍ତ୍ର ମାନ୍ୟତା ଦେବ ବୋଲି ସତ୍ୟ ପ୍ରକାଶ କରିଛନ୍ତି । ଏହି ରଥରେ ୧୬ଟି ଚକ, ୪ଟି ଘୋଡା, ଦୁଇଟି ଓଲଟ ଶୁଆ, ଦଧିନଉତି, ପତିତପାବନ ବାନା ଖଞ୍ଜା ଯାଇଛି । ରଥରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିର ଉଚ୍ଚତା ମାତ୍ର ୧ ସେ.ମି. ରହିଥିବା ବେଳେ ସାରଥିଙ୍କ ଉଚ୍ଚତା ୧.୫ ସେ.ମି.  ରହିଛି । ରଥର ଓଜନ ମାତ୍ର ୮ ଗ୍ରାମ । ୪ ଦିନ ମଧ୍ୟରେ ସତ୍ୟ ଏହାକୁ ନିର୍ମାଣ କରିଥିବା କହିଛନ୍ତି।
ଶ୍ରୀଗୁଣ୍ଡିଚା ଯାତ୍ରା ଓ ଶ୍ରୀଜଗନ୍ନାଥଙ୍କ ମହିମାକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ ଏକ ନିଆରା ପ୍ରୟାସ କରି ଆସୁଛନ୍ତି ସୋରଡ଼ାରେ ଜନ୍ମିତ ସତ୍ୟ ମହାରଣା। ୨୦୧୬ ରଥଯାତ୍ରା ସମୟରେ ସତ୍ୟ ପ୍ରଥମେ କାଠରେ ୧୪ ଇଞ୍ଚ ଉଚ୍ଚତା ଓ ୯ ଇଞ୍ଚ ଓସାର ବିଶିଷ୍ଟ ନନ୍ଦିଘୋଷ, ୧୩.୫ ଇଞ୍ଚ ଉଚ୍ଚତା ଓ ୮.୫ ଇଞ୍ଚ ଓସାର ବିଶିଷ୍ଟ ତାଳଧ୍ୱଜ, ୧୨.୫ ଇଞ୍ଚ ଉଚ୍ଚତା ଓ ୬ ଇଞ୍ଚ ଓସାର ବିଶିଷ୍ଟ ଦର୍ପଦଳନ ଆକୃତିର ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଥିଲେ । ୨୦୧୭ରେ ୮.୫ ଇଞ୍ଚ ଉଚ୍ଚତା ଓ ୫ ଇଞ୍ଚ ଓସାର ବିଶିଷ୍ଟ ନନ୍ଦିଘୋଷ ନିର୍ମାଣ କରି ଗ୍ଲୋବାଲ ବୁକ ଅଫ ରେକର୍ଡ, ୱାର୍ଲଡ ରେକର୍ଡ ସେକ୍ଟରରେ ରହିଥିଲେ। ୨୦୧୮ରେ ୪.୫ ଇଞ୍ଚ ଉଚ୍ଚତା ଓ ୩ ଇଞ୍ଚ ଓସାରର ରଥ ନିର୍ମାଣ କରି ଏସିଆ ପାସିଫିକ ରେକର୍ଡ, ଗ୍ଲୋବାଲ ବୁକ ଅଫ ରେକର୍ଡ, ନ୍ୟାଶନାଲ ରେକର୍ଡରେ, ୱାର୍ଲଡ ରେକର୍ଡ ଇଣ୍ଡିଆରେ ସ୍ଥାନିତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ, ୧୩।୧୨: ଗଞ୍ଜାମ ଜିଲା ସଦର ଥାନା ପୋଲିସ ମଙ୍ଗଳବାର ସକାଳେ ବାଇଗଣବାଡି ନିକଟ ଏକ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।...

ଫନୀ ବିପନ୍ନଙ୍କ ପାଇଁ ସହାୟତା ଯୋଗାଡ଼ କଲା କନ୍ଧମାଳ ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୧ା୫(ଡି.ଏନ୍‌.ଏ.): ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ, କେନ୍ଦ୍ରାପଡ଼ା ଆଦି ଜିଲାରେ ଫନୀ ବାତ୍ୟାରେ ବହୁ କ୍ଷୟକ୍ଷତି ହେବା ସହ ଲୋକଙ୍କ ଆର୍ଥତ୍କ ମାନଦଣ୍ଡ ଭାଙ୍ଗିପଡ଼ିଛି। ଏଥିପାଇଁ...

ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ,୮।୨(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରର ମୁଖ୍ୟ ରାସ୍ତା ତଥା ଷ୍ଟେଶନ, କାଇଁଚପୁର, କଲ୍ୟାଣପୁର ଆଦି ଯିବା...

ଦୁବାଇ ହସ୍ପିଟାଲରେ ପଡିରହିଛି ଓଡ଼ିଆ ମିସ୍ତ୍ରିଙ୍କ ମୃତଦେହ: ଗାଁକୁ ଆଣିବାକୁ ନିବେଦନ କଲେ ସ୍ତ୍ରୀ

ଖଲ୍ଲିକୋଟ/ଛତ୍ରପୁର, ୧୯ା୮ (ଡି.ଏନ.ଏ.)-ଦୁବାଇରେ ଜଣେ ଓଡିଆ ମିସ୍ତ୍ରୀଙ୍କର ୧୬ ତାରିଖରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଦୁବାଇର ଏକ ହସ୍ପିଟାଲରେ ପଡିରହିଛି। ସେ ହେଲେ ଖଲ୍ଲିକୋଟ...

ବେଧଡ଼କ ଚାଲିଛି ଚୋରା ମଦ ବ୍ୟବସାୟ

ଦିଗପହଣ୍ଡି,୫।୬(ଡି.ଏନ.ଏ.): ଦିଗପହଣ୍ଡି ଥାନା ଇଲାକାର ମଧ୍ୟସ୍ଥଳ ଡେଙ୍ଗାଓସ୍ତା – ସିଙ୍ଗପୁର ଛକ ଚୋରା ମଦ ବ୍ୟବସାୟୀଙ୍କ ଅମରାବତୀ ପାଲଟିଛି। ଚୋରା ବିଦେଶୀ ମଦ କାରବାରର ମୁଖ୍ୟ ବ୍ୟକ୍ତି...

ଗଞ୍ଜାମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ: ହିଞ୍ଜିଳିକାଟୁ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ସଚିବ

ହିଞ୍ଜିିଳିକାଟୁ, ୧୫ା୫(ଡ଼ି.ଏନ୍‌.ଏ) : ରାଜ୍ୟ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶୁକ୍ରବାର ହିଞ୍ଜିିଳିକାଟୁର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌...

ଡ୍ରେନ୍‌ରୁ ମିଳିଲା ଯୁବକଙ୍କ ମୃତଦେହ

ବ୍ରହ୍ମପୁର ଅଫିସ,୨ା୨: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ନିକଟରେ ଥିବା ଏକ ଡ୍ରେନ୍‌ରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ...

ପୋତାଗଡ଼ରୁ ଉଦ୍ଧାର ନାଗ ଦେବତାଙ୍କ ମୂର୍ତ୍ତି କାଶୀ ବିଶ୍ୱନାଥ ମନ୍ଦିରରେ ପାଇବେ ପୂଜା

ଗଞ୍ଜାମ,୧୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ସପ୍ତଫେଣୀ ନାଗ ଦେବତାଙ୍କ ପ୍ରାଚୀନ ପିତ୍ତଳ ମୂର୍ତ୍ତି ଉଦ୍ଧାର ହୋଇଥିଲା l ସୁରିଆ ପ୍ରଧାନ,...

Advertisement
Archives

Model This Week