Posted inଖେଳ

ବିଶ୍ୱକପ୍‌ ପରେ ଧୋନୀ ଅବସର ନେବା ଉଚିତ ଥିଲା: ଅଖତର

ନୂଆଦିଲ୍ଳୀ,୧୨।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ପରେ ଅବସର ନେବା ଉଚିତ ଥିଲା ବୋଲି ପୂର୍ବତନ ପାକିସ୍ତାନ ଦ୍ରୁତବୋଲର ସୋଏବ ଅଖତର କହିଛନ୍ତି। ଅଯଥାରେ ଏହାକୁ ଆଗକୁ ବଢାଇବାର କୌଣସି ଆବଶ୍ୟକତା ନ ଥିଲା। ତେବେ ଏହା ସତ୍ତ୍ୱେ ତାଙ୍କୁ ସମ୍ମାନର ସହିତ ଅବସର ନେବାର ସୁଯୋଗ ଦିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଭାରତୀୟ ତଥା ବିଶ୍ୱକ୍ରିକେଟ ପାଇଁ ଧୋନୀଙ୍କ ଅବଦାନ ଅତୁଳନୀୟ। ତେଣୁ ସେ ଆତ୍ମସମ୍ମାନର ସହ କ୍ରିକେଟ ଛାଡିବା ଉଚିତ। ଅଯଥାରେ ସେ ମାମଲାକୁ ଏତେ ବାଟ ଟାଣି ଆଣିଛନ୍ତି। ତାଙ୍କ ସ୍ଥାନରେ ଥିଲେ ଅବସର ଗ୍ରହଣ କରିସାରିଥାନ୍ତି। ତେବେ ଛୋଟିଆ ଫର୍ମାଟ୍‌ରେ ୩-୪ ବର୍ଷ ଖେଳ ଜାରି ରଖିଥାନ୍ତି। ତେବେ ଶତପ୍ରତିଶତ ପ୍ରଦର୍ଶନ କରି ନ ପାରୁଥିବାରୁ ବିଶ୍ୱକପ୍‌ ପରେ ଅବସର ନେଇଥାନ୍ତି।
ଜୁଲାଇରେ ବିଶ୍ୱକପ୍‌ ସେମିଫାଇନାଲ ଖେଳିବା ପରେ ଧୋନୀ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ ଖେଳିନାହାନ୍ତି। ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ଧୋନୀ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ତେବେ କୋଭିଡ-୧୯ ସଂକ୍ରମଣ କାରଣରୁ ଆଇପିଏଲ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଯଦି ଆଇପିଏଲ୍‌ରେ ସେ ଭଲ ଖେଳିଥାନ୍ତେ ତାହାଲେ ତାଙ୍କୁ ଆଗାମୀ ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ବୋକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ମିଳିଥାନ୍ତା।
ଧୋନୀ ଏବେ ଅଲୋଡା ହୋଇଯାଇଛନ୍ତି। ତେବେ ତାଙ୍କୁ ସମ୍ମାନର ସହିତ ଅବସର ନେବାର ସୁଯୋଗ ଦିଆଯିବା ଉଚିତ ହେବ ବୋଲି ଅଖତର କହିଛନ୍ତି। ତାଙ୍କୁ ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧାର ସହିତ ଯିବାକୁ ଦିଆଯିବ। ଭାରତ ପାଇଁ ସେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ସେ ମଧ୍ୟ ଭାରତ ପାଇଁ ବିଶ୍ୱକପ୍‌ ଜିତିଛନ୍ତି। ସେ ଜଣେ ଚମତ୍କାର ବ୍ୟକ୍ତିତ୍ୱ। ତେବେ ସେ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଧୋନୀ ମ୍ୟାଚ୍‌ ଫିନିଶ୍‌ କରିବାରେ ବିଫଳ ହୋଇଥିଲେ। ଠିକ୍‌ ଏହା ପରେ ସେ ଅବସର ନେବାର ଥିଲା। ତେବେ କାହିଁକି ଏପରି କଲେ ନାହିଁ ତାହା ତାଙ୍କୁ ଜଣାଥିବ ବୋଲି ଅଖତର କହିଛନ୍ତି। ସେ ଏକ ବିଦାୟୀ ତଥା ଫେୟାରଓ୍ବେଲ ସିରିଜ ଖେଳି ଅବସର ନେଇଥିଲେ ଭଲ ହୋଇଥାନ୍ତା।
ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମିଡଲଅର୍ଡରରେ ଜଣେ ମ୍ୟାଚ୍‌ ଓ୍ବିନରଙ୍କୁ ଆବଶ୍ୟକ କରୁଛି। ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଭାରତ ବିଜୟୀ ହେବାରେ ସଫଳ ହୋଇପାରି ନ ଥିଲା। ଟୁର୍ନାମେଣ୍ଟ ଜିତିବା ଓ ବିଭିନ୍ନ ଫର୍ମାଟ୍‌ରେ ଶୀର୍ଷରେ ରହିବା ଅଲଗା କଥା। ଭାରତ ଟେଷ୍ଟ ସମେତ ଅନ୍ୟଫର୍ମାଟ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହୁଛି। କେବଳ ଯେ, ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଇଭେଣ୍ଟରେ ଭଲ ପ୍ରଦର୍ଶନ କଲେ ଚଳିବ ନାହିଁ। ବର୍ଷ ସାରା ମଧ୍ୟ ସବୁ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ସେହିପରି ଆଇସିସି ଇଭେଣ୍ଟଗୁଡିକରେ ମଧ୍ୟ ବିଜୟୀ ହେବା ଜରୁରୀ। ଭାରତୀୟ ମିଡଲ ଅର୍ଡରରେ ଯୁବରାଜ ସିଂ କିମ୍ବା ଧୋନୀଙ୍କ ଭଳି ଜଣେ ମ୍ୟାଚ୍‌ ଓ୍ବିନର ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ୧୯୯୮ରେ ଭାରତ ଗସ୍ତ ସମୟରେ ଆମେ ମଧ୍ୟ ଠିକ ଏହା ଚିନ୍ତା କରୁଥିଲୁ। ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କଲେ ଆମେ ମ୍ୟାଚ୍‌ ଜିତିବୁ ବୋଲି ଭାବୁଥିଲୁ। କିନ୍ତୁ ଯୁବରାଜ ଓ ଧୋନୀ ଆସିବା ପରେ କଥା ଅଲଗା ହୋଇଥିଲା। କିନ୍ତୁ ଭାରତୀୟ ଦଳରେ ଏବେ ଫିନିସର ନାହାନ୍ତି ବୋଲି ୪୪ ବର୍ଷୀୟ ଅଖତର କହିଛନ୍ତି।
କରୋନା ଭାଇରସ ସଂକ୍ରମଣ କାରଣରୁ ଆଗାମୀ ୬ରୁ ୮ ମାସ କ୍ରିକେଟ ସମ୍ଭବ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଯଦି ଭାରତର ଅଷ୍ଟ୍ରେଲିଆ ଗସ୍ତ ସମ୍ଭବ ହୁଏ ତେବେ ଏହା ଭାରତ ପାଇଁ ପରୀକ୍ଷା ସୃଷ୍ଟି କରିବ। ଗତ ବର୍ଷ ଭାରତ ଅଷ୍ଟ୍ରେଲିଆରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲା। ତେବେ ଏଥର ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ଉପସ୍ଥିତି ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ। ଗତ ସିରିଜରେ ଏହି ଦୁଇ ଖେଳାଳି ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଳରୁ ବାଦ୍‌ ପଡିଥିଲେ। ଫଳରେ ଭାରତ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ଗତ ସିରିଜରେ କିନ୍ତୁ ଭାରତ ୦-୩ରେ ନ୍ୟୁଜିଲାଣ୍ଡଠାରୁ ହ୍ବାଇଟ୍‌ ଓ୍ବାଶ୍‌ର ସମ୍ମୁଖୀନ ହୋଇଥିଲା। ତେବେ ଏହା ସତ୍ତ୍ୱେ ଭାରତ ଏକ ଭଲ ଦଳ। ତେବେ ଗତଥର ଭଳି ପ୍ରଦର୍ଶନ କରିବାକୁ ଭାରତ ଆଗରେ ଚ୍ୟାଲେଞ୍ଜ ରହିବ। କିନ୍ତୁ ଏହି ସିରିଜ ଆୟୋଜନ ହେବା ଭଳି ଲାଗୁନାହିଁ। ଆଗାମୀ ଗୋଟିଏ ବର୍ଷ କ୍ରିକେଟ ସମ୍ଭବ ନୁହଁ ବୋଲି ମୋତ ଲାଗୁଛି। ଟି୨୦ ବିଶ୍ୱକପ୍‌ ମଧ୍ୟ ଆୟୋଜନ ହେବା କଷ୍ଟକର। କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ କିଛି ସମ୍ଭବ ନୁହଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri