ବିଶ୍ବ ସେବିକା ଦିବସ: ୨୯ବର୍ଷ ଧରି ଗରିବଙ୍କ ସେବାରେ ଉଷାରାଣୀ

ଗୋପ,୧୨ା୫(ଡି.ଏନ.ଏ): ମହାମାରୀ କରୋନା ଭଳି ବିପତ୍ତି ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କରୋନା ଯୋଦ୍ଧା ବୋଲି ସରକାର ଘୋଷିତ କରିଛନ୍ତି। ଏଭଳି ସମୟରେ ଏହି ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ରୁହନ୍ତି। ଏଭଳି ଜଣେ ସ୍ବାସ୍ଥ୍ୟକର୍ମୀ ଦୀର୍ଘ ୨୯ବର୍ଷ ହେବ ଗରିବଙ୍କ ସେବା କରି ଆସୁଥିବାବେଳେ ଲକଡାଉନ ସମୟରେ ମଧ୍ୟ ଲୋକଙ୍କ ସେବାକୁ ପ୍ରଥମ ଗୁରୁତ୍ୱ ଦେଇଛନ୍ତି। ସେ ହେଲେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ କୋଣାର୍କର ଉଷାରାଣୀ ମହାନ୍ତି। ସେ ଗରିବ ଲୋକଙ୍କ ଲାଗି ଉଷା ଦିଦି ସେବିକା ଭାବେ ଖୁବ ପରିଚିତ। ମଙ୍ଗଳବାର ବିଶ୍ୱ ସେବିକା ଦିବସ ହୋଇଥିବାରୁ ତାଙ୍କ କାର୍ଯ୍ୟକୁ ଦେଖି ଲୋକେ ପ୍ରଶଂସା ସହ କୃତଜ୍ଞତା ଜଣାଇଛନ୍ତି। ସକାଳଠାରୁ ରାତି ପର୍ଯ୍ୟନ୍ତ ସମସ୍ତେ ପ୍ରତିିଟି ରୋଗ କ୍ଷେତ୍ରରେ ଉଷାଦିଦିଙ୍କୁ ଖୋଜିଥାନ୍ତି।ଗରିବଙ୍କ ପ୍ରତି ପ୍ରଥମ ପ୍ରାଥମିକତା ଦେଉଥିବାରୁ ସେ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଇଥାନ୍ତି, ତାଙ୍କ ଫେରିବା ବାଟକୁ ଲୋକେ ଚାହିଁ ରହିଥାନ୍ତି। ସେହିପରି ଦିଦି ରୋଗୀମାନଙ୍କ ଘରେ ପହଞ୍ଚି ରୋଗୀର ସମସ୍ୟା ବୁଝିବା ସହ ଔଷଧ, ଇଞ୍ଜେକ୍ସନ ଦେଇଥାନ୍ତି। ଉଷାରାଣୀ ପାଠପଢ଼ା ସମୟରେ ଜଣେ ଶିକ୍ଷକଙ୍କ ସେବା କରିବାର ଦେଖି ସେବେଠାରୁ ସାଧାରଣ ଲୋକଙ୍କ ସେବା କରିବାର ସ୍ବପ୍ନ ଦେଖିଥିଲେ। ବିଏ ପାସ କରିବା ପରେ ସ୍ବାସ୍ଥ୍ୟ ବିଭାଗରେ ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି କରିଥିଲେ। ପ୍ରଥମେ ୧୯୯୧ ଫେବୃୟାରୀ ୫ ରେ ଗଞ୍ଜାମ ଜିଲାର ହୁମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚାକିରି ଆରମ୍ଭ କରିବା ପରେ ଦୀର୍ଘ ୨୯ବର୍ଷ ଧରି ଆଉ ପଛକୁ ଫେରି ଚାହିଁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌ଆର୍‌ କାର୍ଯ୍ୟ ପରିସର ବୁଲିଲେ ବିମଳେନ୍ଦ୍ର

ଭୁବନେଶ୍ୱର,୧୬।୯:ଦେଶର ପ୍ରମୁଖ ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଜାରି ରହିଥିବା କାର୍ଯ୍ୟ ଓ...

ଦାଦାବଟି ମାଗୁଥିଲେ ଏହି ନମ୍ବରରେ ଫୋନ୍‌ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ):ପାର୍ବଣ ସମୟରେ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି କମିଶନରେଟ୍‌ ପୋଲିସ। ଦାଦାବଟି ରୋକିବାକୁ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି ଅଭୟ। ଏହି ହେଲ୍ପ...

ଟ୍ରେନ୍‌ ଲୁଟେରା ଗ୍ୟାଙ୍ଗ୍‌ର ୬ ଗିରଫ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଟ୍ରେନ୍‌ରେ ଯାତ୍ରୀଙ୍କଠାରୁ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗ୍‌କୁ ଜିଆର୍‌ପି ଓ ଆର୍‌ପିଏଫ୍‌ର ମିଳିତ ଟିମ୍‌ ଶୁକ୍ରବାର ବୁଦ୍ଧନଗର ମୋଚିସାହି ଅଞ୍ଚଳରୁ ଧରିଛି। ରେଲଓ୍ବେ ଟ୍ରାକ୍‌...

‘ସଚେତନତା ମାଧ୍ୟମରେ ସାଇବର ଠକେଇ ରୋକିହେବ’

କଟକ ଅଫିସ,୨୦।୧୦: ଜାତୀୟ ସାଇବର ସୁରକ୍ଷା ମାସ ପାଳନ ଅବସରରେ କଟକ ସହରାଞ୍ଚଳ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ମର୍କତନଗର...

ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀ ଅବହେଳିତ

ଭୁବନେଶ୍ୱର,୨୧ା୫ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ୍‌ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରିଚାଳିତ ହେଉଛି। ବିଏମ୍‌ସି କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ଭଳି...

ଆଉ ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୯(ବ୍ୟୁରୋ):  ବହୁ କୋଟି ଟଙ୍କାର କ୍ୟୁ ନେଟ୍‌ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଅନ୍ୟତମ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ପଟିଆ...

୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୪।୯(ବ୍ୟୁରୋ): ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।...

ସଂସ୍ଥାପନ ସମୟରେ ଖସିଲା ଡାକୋଟା

ଭୁବନେଶ୍ୱର,୧।୩(ବ୍ୟୁରୋ): ସଂସ୍ଥାପନ ସମୟରେ ଛିଡ଼ିଲା ବିଜୁ ବାବୁଙ୍କ ଡାକୋଟା ବିମାନ। ଭୁବନେଶ୍ୱର ଏୟାରପୋର୍ଟ ସାମ୍ନାରେ ବୁଧବାର ମରାମତି ବେଳେ ଏହା ହାଇଡ୍ରା ବେଲ୍ଟରୁ ଛିଡ଼ି ପଡ଼ିଥିଲା।...

Advertisement
Archives

Model This Week