ବିଶ୍ବ ସେବିକା ଦିବସ: ୨୯ବର୍ଷ ଧରି ଗରିବଙ୍କ ସେବାରେ ଉଷାରାଣୀ

ଗୋପ,୧୨ା୫(ଡି.ଏନ.ଏ): ମହାମାରୀ କରୋନା ଭଳି ବିପତ୍ତି ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କରୋନା ଯୋଦ୍ଧା ବୋଲି ସରକାର ଘୋଷିତ କରିଛନ୍ତି। ଏଭଳି ସମୟରେ ଏହି ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ରୁହନ୍ତି। ଏଭଳି ଜଣେ ସ୍ବାସ୍ଥ୍ୟକର୍ମୀ ଦୀର୍ଘ ୨୯ବର୍ଷ ହେବ ଗରିବଙ୍କ ସେବା କରି ଆସୁଥିବାବେଳେ ଲକଡାଉନ ସମୟରେ ମଧ୍ୟ ଲୋକଙ୍କ ସେବାକୁ ପ୍ରଥମ ଗୁରୁତ୍ୱ ଦେଇଛନ୍ତି। ସେ ହେଲେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ କୋଣାର୍କର ଉଷାରାଣୀ ମହାନ୍ତି। ସେ ଗରିବ ଲୋକଙ୍କ ଲାଗି ଉଷା ଦିଦି ସେବିକା ଭାବେ ଖୁବ ପରିଚିତ। ମଙ୍ଗଳବାର ବିଶ୍ୱ ସେବିକା ଦିବସ ହୋଇଥିବାରୁ ତାଙ୍କ କାର୍ଯ୍ୟକୁ ଦେଖି ଲୋକେ ପ୍ରଶଂସା ସହ କୃତଜ୍ଞତା ଜଣାଇଛନ୍ତି। ସକାଳଠାରୁ ରାତି ପର୍ଯ୍ୟନ୍ତ ସମସ୍ତେ ପ୍ରତିିଟି ରୋଗ କ୍ଷେତ୍ରରେ ଉଷାଦିଦିଙ୍କୁ ଖୋଜିଥାନ୍ତି।ଗରିବଙ୍କ ପ୍ରତି ପ୍ରଥମ ପ୍ରାଥମିକତା ଦେଉଥିବାରୁ ସେ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଇଥାନ୍ତି, ତାଙ୍କ ଫେରିବା ବାଟକୁ ଲୋକେ ଚାହିଁ ରହିଥାନ୍ତି। ସେହିପରି ଦିଦି ରୋଗୀମାନଙ୍କ ଘରେ ପହଞ୍ଚି ରୋଗୀର ସମସ୍ୟା ବୁଝିବା ସହ ଔଷଧ, ଇଞ୍ଜେକ୍ସନ ଦେଇଥାନ୍ତି। ଉଷାରାଣୀ ପାଠପଢ଼ା ସମୟରେ ଜଣେ ଶିକ୍ଷକଙ୍କ ସେବା କରିବାର ଦେଖି ସେବେଠାରୁ ସାଧାରଣ ଲୋକଙ୍କ ସେବା କରିବାର ସ୍ବପ୍ନ ଦେଖିଥିଲେ। ବିଏ ପାସ କରିବା ପରେ ସ୍ବାସ୍ଥ୍ୟ ବିଭାଗରେ ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି କରିଥିଲେ। ପ୍ରଥମେ ୧୯୯୧ ଫେବୃୟାରୀ ୫ ରେ ଗଞ୍ଜାମ ଜିଲାର ହୁମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚାକିରି ଆରମ୍ଭ କରିବା ପରେ ଦୀର୍ଘ ୨୯ବର୍ଷ ଧରି ଆଉ ପଛକୁ ଫେରି ଚାହିଁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର: ମନ୍ତ୍ରୀ କହିଲେ ଭଙ୍ଗାଯିବ ଦୁର୍ବଳ କୋଠା

ଭୁବନେଶ୍ୱର, ୭।୯: ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଓଡ଼ିଶା ସରକାର ଦୁର୍ବଳ କୋଠାଗୁଡ଼ିକୁ ନେଇ ତତ୍ପର ହୋଇଛନ୍ତି। ରାଜ୍ୟରେ ଥିବା ଦୁର୍ବଳ ସରକାରୀ ଓ ବେସରକାରୀ କୋଠାଗୁଡ଼ିକୁ…

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri