ବିଶାଖା ଏକ୍ସପ୍ରେସ ଦୁଇଭାଗ ହୋଇ ଗଡ଼ିଲା: ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ବାଲୁଗଁ।,୩ା୧୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ବାଲୁଗଁା-ଚିଲିକା ଷ୍ଟେଶନ ମଧ୍ୟସ୍ଥ ବଡକୁଳ ଲେଭଲ କ୍ରସିଂଠାରେ ଶନିବାର ପୂର୍ବାହ୍ନରେ ବିଶାଖା ଏକ୍ସପ୍ରେସ ଟ୍ରେନ ଚଳନ୍ତା ଅବସ୍ଥାରେ ଇଞ୍ଜିନଠାରୁ ବଗି ଅଲଗା ହୋଇଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।
ଅନୁସାରେ, ଭୁବନେଶ୍ୱରରୁ ସିକନ୍ଦରାବାଦ ଅଭିମୁଖେ ଯାଉଥିବା ୧୭୦୧୫ ନମ୍ବର ବିଶିଷ୍ଟ ବିଶାଖା ଏକ୍ସପ୍ରେସ ଶନିବାର ପୂର୍ବାହ୍ନ ୧୦.୨୩ ମିନିଟ୍‌ରେ ବାଲୁଗଁା ରହଣି ପରେ ଛାଡିଥିଲା। ପ୍ରାୟ ୪କି.ମି. ଅତିକ୍ରମ ପରେ ବଡକୁଳ ରେଳବାଇ ଫାଟକ ଅନତି ଦୂରରେ ହଠାତ୍‌ ଇଞ୍ଜିନ ସହ ସଂଲଗ୍ନ ୮ ଗୋଟି ବଗି ତଥା ଶୀତତାପ ନିୟନ୍ତ୍ରିତ ଏସି ଟୁ ଟାୟାର ଓ ସ୍ଲିପର ଏସ୍‌-୧୪ଠାରୁ ଅବଶିଷ୍ଟ ବଗି ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ଚଳନ୍ତା ଟ୍ରେନ୍‌ଟି ଦୁଇଭାଗ ହୋଇ ଗଡି ଚାଲିଥିବାବେଳେ ଯାତ୍ରୀମାନେ ଭୟଭୀତ ହୋଇ ଚିକତ୍ାର କରିଥିଲେ। ତେବେ ଡ୍ରାଇଭର ଏ ସମ୍ପର୍କରେ ଜାଣିପାରି ଉପସ୍ଥିତ ବୁଦ୍ଧି ଖଟାଇ ବିଚ୍ଛିନ୍ନ ବଗିଠାରୁ ପ୍ରାୟ ୧୦୦ ମିଟର ଦୂରତାରେ ଇଞ୍ଜିନ ସଂଲଗ୍ନ ବଗିକୁ ଅଟକାଇଥିଲେ। ଟ୍ରେନ୍‌ ରହିବା କ୍ଷଣି ଭୟରେ କିଛି ଯାତ୍ରୀ ଟ୍ରେନ୍‌ରୁ ଡେଇଁପଡିଥିଲେ। ତେବେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ପରେ ଡ୍ରାଇଭର ଓ ଗାର୍ଡ ପହଞ୍ଚତ୍ ତଦାରଖ କରିବାରେ ଇଞ୍ଜିନଠାରୁ ଅଷ୍ଟମ ଓ ନବମ ବଗି ମଧ୍ୟରେ ସଂଯୋଗ କରୁଥିବା କପ୍‌ଲିଙ୍ଗ୍‌ ଖସିଯାଇଥିବା ଜଣାପଡିଥିଲା। ଖବରପାଇ ସଙ୍ଗେ ସଙ୍ଗେ ବାଲୁଗଁା ଷ୍ଟେଶନରୁ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ସଜାଡିବା ପରେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଟ୍ରେନ୍‌ଟି ପୁନର୍ବାର ଗନ୍ତବ୍ୟସ୍ଥଳ ଅଭିମୁଖେ ଛାଡିଥିଲା। ଖୋର୍ଦ୍ଧା ରେଳମଣ୍ଡଳ ଅଧିକାରୀ ଏହି ଘଟଣାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri