ବିଳମ୍ବରେ ଆସିଲା ତରକାରି: ଲୁଣ ଲଗାଇ ଭାତ ଖାଇଲେ ଛାତ୍ରୀଛାତ୍ର

ସଜନାଗଡ଼, ୨୩।୧୧(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟରେ ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା ଆଶଙ୍କା କରାଯାଇ ବାହାରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ୧୮ଟି ବିଦ୍ୟାଳୟକୁ ପ୍ରାୟ ମାସେ ହେଲା ଶେରଗଡ଼ସ୍ଥିତ କିଚେନ୍‌ ସେଣ୍ଟରରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ମାତ୍ର ଏହି ଖାଦ୍ୟକୁ ପିଲାମାନେ ଖାଇବାକୁ ଆଗ୍ରହ ଦେଖାଉନାହାନ୍ତି। ଖାଦ୍ୟ ନିମ୍ନମାନର ଦିଆଯିବା ସହ ଠିକ୍‌ ସମୟରେ ବିଦ୍ୟାଳୟଗୁଡ଼ିକରେ ଖାଦ୍ୟ ପହଞ୍ଚତ୍ ପାରୁ ନ ଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି କାହାଳିଆ ବଂଶୀଧର ନୋଡ଼ାଲ ସ୍କୁଲରେ।
ବିଦ୍ୟାଳୟରେ ପ୍ରତ୍ୟହ ଅପରାହ୍ନ ୧ଟା ୧୦ମିନିଟ୍‌ରେ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ସମୟ ଧାର୍ଯ୍ୟ କରାଯାଇଛି। ହେଲେ ଶୁକ୍ରବାର ଉକ୍ତ ବିଦ୍ୟାଳୟରେ ପ୍ରାୟ ୧ଟା ୨୦ମିନିଟ୍‌ରେ ରନ୍ଧାଖାଦ୍ୟ ଗାଡ଼ି ପହଞ୍ଚିଥିଲା। ସେଥିରେ ଛାତ୍ରୀଛାତ୍ରମାନଙ୍କ ପାଇଁ ତରକାରି ଆସି ନ ଥିଲା। ଫଳରେ ଭୋକରେ ଆଉଟୁପାଉଟୁ ହେଉଥିବା ଛାତ୍ରୀଛାତ୍ରମାନେ ବାଧ୍ୟ ହୋଇ ଲୁଣ ଲଗାଇ ଭାତ ଖାଇଥିଲେ। ପ୍ରାୟ ୨୦ମିନିଟ୍‌ ପରେ ଏକ ବାଇକ୍‌ରେ ସୋୟାବିନ୍‌ ତରକାରି ଅଣାଯାଇଥିଲା। ସେତେବେଳକୁ ଛାତ୍ରୀଛାତ୍ରମାନେ ଅଧା ଭାତ ଖାଇ ସାରିଥିଲେ। ଉକ୍ତ ତରକାରି ଦୁର୍ଗନ୍ଧ ହେଉଥିବା ବେଳେ ଖଟାଳିଆ ଲାଗିବାରୁ ଛାତ୍ରୀଛାତ୍ରମାନେ ଏହାକୁ ଖାଇବାକୁ କୁଣ୍ଠାବୋଧ କରିଥିଲେ। ଏପରି ନିମ୍ନମାନର ଖାଦ୍ୟ ଦେଖି ଶତାଧିକ ଅଭିଭାବକ ବିଦ୍ୟାଳୟରେ ପହଞ୍ଚତ୍ ଅସନ୍ତୋଷ ପ୍ରକାଶ କରିବା ସହ ବିତରକଙ୍କ ସହ ଯୁକ୍ତିତର୍କ କରିଥିଲେ। ରନ୍ଧା ଖାଦ୍ୟ ଯେଉଁ ଗାଡ଼ିରେ ଆସୁଛି, ଉକ୍ତ ଗାଡ଼ି ନିରାପଦ ନ ଥିବା ବେଳେ ଖାଦ୍ୟ ଉପରେ ପଲିଥିନ୍‌ ପକାଇ ଅଣାଯାଉଛି। ଏଭଳି ଅବ୍ୟବସ୍ଥାକୁ ବିରୋଧ କରି ବିଦ୍ୟାଳୟ ପରିସରରେ ଗ୍ରାମବାସୀ ଏକାଠି ହୋଇ ପ୍ରତିବାଦ କରିବା ପରେ ଘଟଣାସ୍ଥଳରେ ସିଆର୍‌ସିସି ରଣଜିତ ରାଉତ ପହଞ୍ଚତ୍ଥିଲେ। ତରକାରି ବିଳମ୍ବରେ ଆସିଥିବା ସେ ସ୍ବୀକାର କରିବା ସହିତ ସୋୟାବିନ୍‌ ତରକାରି ଦୁର୍ଗନ୍ଧ ହେଉଥିବା ଜାଣିବାକୁ ପାଇଥିଲେ। ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ବେହେରାଙ୍କୁ ପଚାରିବାରୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଓ ତରକାରି ବିଳମ୍ବରେ ଆସିବାରୁ ପିଲାମାନେ ଲୁଣ ଲଗାଇ ଭାତ ଖାଇଥିବା କହିଛନ୍ତି। ଏ ସମ୍ପର୍କରେ ନୀଳଗିରି ବିଇଓ ଭଗୀରଥ ଗିରିଙ୍କୁ ପଚାରିବାରୁ ଘଟଣା ବିଷୟରେ ଉପଯୁକ୍ତ ତଦନ୍ତ କରି ପ୍ରତିକାର ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri