ପୁରୀକୁ ଆସୁଛନ୍ତି ୨ ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ

ପୁରୀ ଅଫିସ, ୪ା୯:ମଠ ଉଚ୍ଛେଦକୁ ନେଇ ମଙ୍ଗଳବାର ସାଧୁସନ୍ଥଙ୍କ ପ୍ରତିବାଦ ଯୋଗୁ ପ୍ରଶାସନ ପକ୍ଷରୁ ବଡ ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିଛି। ତେବେ ସାଧୁ ସନ୍ଥଙ୍କ ପ୍ରତିବାଦରେ ସାମିଲ ହେବା ଲାଗି ଦିନେ ଦୁଇଦିନ ମଧ୍ୟରେ ସାରା ଭାରତବର୍ଷରୁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ ପୁରୀକୁ ଆସୁଥିବା ବିଶେଷ ସୁତ୍ରରୁ ଜଣାପଡିଛି।

ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମଠ ମହନ୍ତ ମାନଙ୍କ ଏକ କୌଣସି ଏକ ସ୍ଥାନରେ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା। ଏଥିରେ ପ୍ରଶାସନ ପକ୍ଷରୁ ଚାଲିଥିବା ମଠ ଉଚ୍ଛେଦ ପ୍ରକ୍ରିୟାକୁ ମହନ୍ତ ମାନେ ତୀବ୍ର ବିରୋଧ କରିଥିଲେ। ପ୍ରଶାସନ ଦେବୋତ୍ତର କମିଶନଙ୍କ ବିନା ପରାମର୍ଶରେ ମଠକୁ ବିପଦସଙ୍କୁଳ ଦର୍ଶାଇ ଭାଙ୍ଗିବାକୁ ଯୋଜନା କରିଛି। ଏହାକୁ କୌଣସି ପରିସ୍ଥିତିରେ ମଧ୍ୟ ଗ୍ରହଣ କରାଯିବ ନାହିଁ। ଏ ସମ୍ପର୍କରେ ବୁଧବାର ମହନ୍ତ, ସାଧୁସନ୍ଥଙ୍କ ପ୍ରତିନିଧି ଦଳ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ଲାଗି ସ୍ଥିର ହୋଇଛି। ମଠ ମନ୍ଦିରାଧିଶ ସେବା ସଂଘ ଅଖିଳ ଭାରତୀୟ ମଠ ମନ୍ଦିର ସୁରକ୍ଷା ପରିଷଦର ସହଯୋଗ ଲୋଡିଥିବା ଜଣାପଡିଛି। ପୁରୀର ସାଧୁସନ୍ଥ, ମଠ ମହନ୍ତଙ୍କୁ ସହଯୋଗ ଲାଗି ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଶତାଧିକ ନାଗା ସାଧୁ ପୁରୀକୁ ଆସିବା ଲାଗି ଟ୍ରେନ ଧରିଥିବା ଜଣାପଡିଛି। ଏହି ନାଗା ସାଧୁ ପ୍ରଶାସନର ମଠ ଉଚ୍ଛେଦକୁ ବିରୋଧ କରିବେ। ଆଗାମୀ ଦିନରେ ପୁରୀରେ ସାଧୁସନ୍ଥ ମାନଙ୍କ ବଡ଼ ଧରଣର ମେଳି ହେବାକୁ ଯାଉଛି। ପ୍ରଶାସନକୁ ଘେରିବା ଲାଗି ସାଧୁସନ୍ଥ ମାନେ ଏକତ୍ରିତ ହେଉଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଅନ୍ୟପଟେ ମଠ ଉଚ୍ଛେଦ ପ୍ରକ୍ରିୟାକୁ ବିଶ୍ୱ ହିନ୍ଦୁ ପରିଷଦ ତୀବ୍ର ନିନ୍ଦା କରୁଛି ବୋଲି ଉତ୍କଳ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରମୋଦ ଆଚାର୍ଯ୍ୟ କହିଛନ୍ତି। ମଠ ମନ୍ଦିର ଉଚ୍ଛେଦକୁ ଭିଏଚପି ଆଦୌ ଗ୍ରହଣ କରିବ ନାହିଁ। ଆବଶ୍ୟକ ପଡିଲେ, ଭିଏଚପି ରାଜରାସ୍ତାକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇଜାନଙ୍କ ଫିଲ୍ମ ‘ରାଧେ’ରେ ଓଡ଼ିଆ ଅଭିନେତା ରାମ ସିର୍କା

କେନ୍ଦୁଝର, ୨୫ା୩ : ଇଛା ଥିଲେ ହାସଲ କରିହେବ ସବୁ କିଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆଦିବାସୀ ଯୁବକ...

ଅଗ୍ରିଆ ସମାଜ ପାଇଁ ଜମି, ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୫(ବ୍ୟୁରୋ): ଅଗ୍ରିଆ ସମାଜ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗୋଷ୍ଠୀ। କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା,...

ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି

ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ...

ପରିବହନରେ ଜିପିଏସ୍‌ ବ୍ୟବସ୍ଥା ବାଟବଣା

ଯାଜପୁର ଅଫିସ,୪ା୧୧: ଯାଜପୁର ଓ କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ପଦାର୍ଥ ପରିବହନକୁ ସୁନିୟନ୍ତ୍ରିତ କରିବାକୁ ଜିପିଏସ୍‌ (ଗ୍ଲୋବାଲ ପୋଜିଶନିଂ ସିଷ୍ଟମ) ଉପରେ ଗୁରୁତ୍ୱାରୋପ କରାଯାଇଛି।...

ସାଙ୍ଗ ପାଇଁ ପରୀକ୍ଷାରେ ଉତ୍ତର ଲେଖି ନ ଥିଲେ ଦ୍ରୌପଦୀ

ନୀଳାଦ୍ରି ବିହାରୀ ଦଣ୍ଡପାଟ ବାରିପଦା ଅଫିସ, ୨୯ା୬: ମୟୂରଭଞ୍ଜ ଜିଲାର ଉପରବେଡ଼ାରେ ଜନ୍ମିତା (୨୦ ଜୁନ ୧୯୫୮) ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ସାରା ଦେଶରେ...

ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନା: ସଫଳତା ଆଣୁଛି ହିତାଧିକାରୀଙ୍କୁ ଅର୍ଥ ପ୍ରୋତ୍ସାହନ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ମଜୁରି ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ...

ଦାରୁଠେଙ୍ଗ ଡମ୍ପିୟାର୍ଡ ପାଇଁ ନନ୍ଦନକାନନର ଜୀବ ମରୁଛନ୍ତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠସ୍ଥିତ ଡାରୁଠେଙ୍ଗ ଗ୍ରାମଠାରେ ସମଗ୍ର ଭୁବନେଶ୍ୱର ମହାନଗର ନିଗମର ଅଳିଆ ଓ ଆର୍ବଜନା ପାହାଡ଼ ପରି ଗଦା କରିଦିଆଯାଉଛି। ଏଥିପାଇଁ ସେହି ପାଖାପାଖି...

ସମ୍ବଲପୁରରେ ମୋଦି: ଚିଟ୍‌ଫଣ୍ଡରେ ଯିଏ ବୁଡ଼ିଛନ୍ତି, ସେ କେମିତି ଆପଣଙ୍କ କଥା ବୁଝିବେ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ମଙ୍ଗଳବାର ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି। ସମ୍ବଲପୁରର ରେମେଡ୍‌...

Advertisement
Archives

Model This Week