ବିରୋଧୀଙ୍କ ସଣ୍ଢୁଆଶି ଆକ୍ରମଣ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣବଳାତ୍କାର ପ୍ରସଙ୍ଗକୁ କେନ୍ଦ୍ରକରି ରାଜ୍ୟ ସରକାରଙ୍କ ଉପରେ ସଣ୍ଢୁଆଶି ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ କଂଗ୍ରେସ ଏବଂ ଭାଜପା। ଏହାକୁ ନେଇ ବୁଧବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରିବାକୁ ଉଦ୍ୟମ କରାଯାଇଥିବାବେଳେ କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରାଯାଇଛି।
ପୁରୀ ପୀଡ଼ିତାକୁ ନ୍ୟାୟ ଦାବି ଏବଂ ମହିଳାଙ୍କ ସୁରକ୍ଷା ପାଇଁ କଠୋର ଆଇନ ଆଣିବା ଦାବିରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ। ଏହା ନ ହେଲେ ନବୀନ ନିବାସ ଘେରାଉ କରିବାକୁ ଧମକ ଦେଇଥିଲେ। ତଦନୁଯାୟୀ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଅଭିମୁଖେ ବାହାରିଥିଲେ। ହେଲେ ଶିଶୁ ଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ମୋର୍ଚ୍ଚାର ଅନ୍ୟ କର୍ମୀମାନେ ଦୁଇଭାଗରେ ବିଭକ୍ତ ହୋଇ ପଲାସପଲ୍ଲୀ ଏବଂ ବିମାନବନ୍ଦର ରାସ୍ତାରୁ ଆସି ନବୀନ ନିବାସ ଘେରିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ମଧ୍ୟ ଅଟକାଇ ଦେଇଥିଲା। ଏହି ସମୟରେ ପୋଲିସ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏ ନେଇ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ କହିଛନ୍ତି, ରାଜ୍ୟରେ ମହିଳାଙ୍କ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଏହାସତ୍ତ୍ୱେ ସେମାନଙ୍କ ସୁରକ୍ଷା ଦିଗରେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।

କଠୋର ଆଇନ ଅଣାଯାଉନାହିଁ କିମ୍ବା ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ରକ୍ଷକ ନିଜେ ଏଠି ଭକ୍ଷକ ସାଜିଛି। ପୁରୀଠାରେ ପୋଲିସ କ୍ୱାର୍ଟର୍ସରେ ପୋଲିସ ନଁ। କହି ଜଣେ ଝିଅକୁ ଗଣବଳାତ୍କାର କରାଗଲା, ତାହା ନିନ୍ଦନୀୟ। ଏତେ ଘଟଣା ପରେ ମଧ୍ୟ ନାରୀ ସମ୍ମାନ କଥା ଉଠାଉଥିବା ମୁଖ୍ୟମନ୍ତ୍ରୀ ଚୁପ୍‌ ବସିଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
ସେହିପରି ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ଦଳୀୟ କର୍ମୀମାନେ ମନ୍ତ୍ରୀ ମିଶ୍ରଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କରିଥିଲେ। ରାଜୀବଙ୍କ ସମେତ ୧୫ଜଣ ନେତାଙ୍କୁ ପୋଲିସ ବ୍ୟାରେକ୍‌ରେ ଅଟକ ରଖାଯାଇ ପରବର୍ତ୍ତୀ ସମୟରେ ଛାଡ଼ି ଦିଆଯାଇଛି। ଏହି ଅବସରରେ ରାଜୀବ କହିଛନ୍ତି, ପୁରୀ ପୀଡ଼ିତାଙ୍କ ପ୍ରତି ଗୃହମନ୍ତ୍ରୀଙ୍କ ସମବେଦନା ନାହିଁ। ଘଟଣାର ଦୁଇଦିନ ପରେ ବି ମନ୍ତ୍ରୀ ବିବୃତି ଦେଇନାହାନ୍ତି। ପୀଡିତାକୁ ଭେଟିବାକୁ ମଧ୍ୟ ଯାଇନାହାନ୍ତି। ଏହି ଘଟଣାରେ ପୋଲିସର ସମ୍ପୃକ୍ତି ରହିଛି। ରାଜ୍ୟବାସୀ ପୋଲିସକୁ ରକ୍ଷକ ନୁହେଁ ଭକ୍ଷକ ବୋଲି କହୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ ପୋଲିସ ବିଭାଗ ନାହିଁ। ଦିନକୁ ୭ଜଣ ବଳାତ୍କାରର ଶିକାର ହେଉଥିବା ସରକାର ସ୍ବୀକାର କଲେଣି। ମୁଖ୍ୟମନ୍ତ୍ରୀ ଅନ୍ୟ ଉପରେ ଦୋଷ ଲଦି ଖସିଯାଉଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ପୀଡ଼ିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରାଜୀବ କହିଛନ୍ତି।
ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରା ନ ଯାଉ: ବିଜେଡି
ପୁରୀ ଗଣବଳାତ୍କାର ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଏବଂ ଭାଜପା ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ଶାସକ ବିଜେଡି ଏହି ପ୍ରସଙ୍ଗକୁ ନେଇ ରାଜନୀତିକରଣ ନ କରିବା ସକାଶେ ଅନୁରୋଧ କରିଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଭିନ୍ନ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନ କରିବାକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଭାଜପା ଏଭଳି ହୀନ ରାଜନୀତିରୁ ବିରତ ରହୁନାହିଁ। ଏଭଳି ଘଟଣାକୁ ନେଇ ରାଜନୀତି ଚାଲିଲେ ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକତାର ଶିକାର ହେବେ। ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭାଜପା କିନ୍ତୁ ଏହି ଘଟଣାରେ ବାରମ୍ବାର ରାଜନୀତି କରୁଛି। ଏହାଦ୍ୱାରା ମାମଲା ବାଟବଣା ହେବା ସହିତ ଅତି ତଳସ୍ତରର ରାଜନୀତିକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri