ବିଭିନ୍ନ ସଙ୍ଗଠନ, କର୍ମଚାରୀଙ୍କ ଦାବିନେଇ ଅଡୁଆରେ ସରକାର

ମାଲକାନଗିରି,୩୦।୧୧(ଡି.ଏନ୍‌.ଏ.): ଆଉ ଗୋଟିଏ ବର୍ଷ ପରେ ରାଜ୍ୟରେ ହେବ ସାଧାରଣ ନିର୍ବାଚନ। ରାଜ୍ୟର ୧୪୭ ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ନିର୍ବାଚନ ପୂର୍ବରୁ ସରକାର ବିଭିନ୍ନ ଜନହିତକର ଯୋଜନା କରି ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଶିକ୍ଷା, ସ୍ବାସ୍ଥ୍ୟସେବା, ସମନ୍ବିତ ଶିଶୁ ବିକାଶ, ଅମଲା, ଠିକା କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟର, ବିଦ୍ୟୁତ୍‌ ବିଭାଗ, ଆଉଟ୍‌ ସୋର୍ସିଂ, ପଞ୍ଚାୟତସ୍ତରୀୟ କର୍ମଚାରୀ ସେମାନଙ୍କ ବିଭିନ୍ନ ଦାବି ନେଇ ଜିଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରଖିବାକୁ କର୍ମଚାରୀ ସଙ୍ଗଠନଗୁଡ଼ିକର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ନିକଟରେ ଭୁବନେଶ୍ୱରରେ ଘରୋଇ ଡ୍ରାଇଭର ସଂଘ ନିଜ ଦାବି ପୂରଣ ନେଇ ଏକ ପ୍ରତିବାଦ ସଭା, ଶୋଭାଯାତ୍ରାକରି ଭୁବନେଶ୍ୱରକୁ କବ୍‌ଜା କରି ଗମନାଗମନ ଠପ୍‌ କରିଦେଇଥିଲା। ଏବେ ୨ ସପ୍ତାହ ଧରି ଶିକ୍ଷକ, ଅମଲା, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟ ବିଭାଗ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଭୁବନେଶ୍ୱରରେ ନିଜ ଦାବି ପୂରଣ ନେଇ ପ୍ରତିବାଦ ସଭା, ଶୋଭାଯାତ୍ରା କରୁଛନ୍ତି। ରାଜ୍ୟ ସରକାର ଧାମନଗର ଉପନିର୍ବାଚନ ସମୟରେ ରାଜ୍ୟର ୬୦ ହଜାର ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଘୋଷଣା କରିବା ପରେ ଏହାକୁ ନେଇ ଅନ୍ୟ ବିଭାଗ ଠିକା କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି, ପେନ୍‌ସନ, ଗ୍ରେଡ୍‌ ପେ, ବୃଦ୍ଧିକୁ ନେଇ ଆନ୍ଦୋଳନ ଚଳାଇଛନ୍ତି। ମାଲକାନଗିରି ଜିଲାରେ ୧ ସପ୍ତାହ ଧରି ପ୍ରତି ବ୍ଲକରେ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ଅଚଳ ହୋଇପଡ଼ିଛି। ସେହିପରି ଶିକ୍ଷକ, ଅମଲା ଓ ଅନ୍ୟ ସଙ୍ଗଠନର କର୍ମଚାରୀମାନେ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଏହାଦ୍ୱାରା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଏହାର ପ୍ରଭାବ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଉପରେ ଗଭୀର ଭାବେ ପଡ଼ିଥିବା ଦେଖିବାକୁ ମିଳଛି। ସରକାର କର୍ମଚାରୀ ସଙ୍ଗଠନ ସହ ଆଲୋଚନା କରି ପଦ୍ମପୁର ଉପନିର୍ବାଚନ ପରେ ରାଜସ୍ବ, ଅର୍ଥ, ସାଧାରଣ ପ୍ରଶାସନ ବିଭାଗକୁ ନେଇ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ କରି ପଦକ୍ଷେପ ନେବାକୁ ମତ ପ୍ରକାଶ ପାଉଛି।

 

ରାଜ୍ୟ ସରକାର କର୍ମଚାରୀମାନଙ୍କ ଦାବି ଗ୍ରହଣ କରିବା ଉଚିତ। ଅନେକ ବିଭାଗର କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ନ ପାଇବା, ପେନ୍‌ସନ ଲାଗୁ ନ ହେବା ଏବଂ ସ୍ବଳ୍ପ ବେତନ ପାଇବା ଦ୍ୱାରା ସେମାନେ ମାନସିକ ଚାପରେ ରହୁଛନ୍ତି। ଆମ ରାଜ୍ୟରେ ରାଜସ୍ବ ଆଦାୟ ପାଇଁ ପ୍ରାକୃତିକ ଖଣିଜ, ବନଜାତ ସମ୍ପଦ ଭରପୂର ରହିଛି। ହଜାର ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିଲେ ମଧ୍ୟ କର୍ମଚାରୀଙ୍କୁ କାହିଁକି ଠିକା ନିଯୁକ୍ତି ଦେବା, ସ୍ବଳ୍ପ ଦରମା ଓ ପେନ୍‌ସନ ଲାଗୁ ନ ହେବା ବିଡ଼ମ୍ବନାର ବିଷୟ ା ଯଦି ସରକାର କର୍ମଚାରୀଙ୍କ ଦାବି ପୂରଣ ନ କଲେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ନିଶ୍ଚତ ଭାବେ ପଡିବ ା
ଘେନୁ ମୁଦୁଲି, ଆଦିବାସୀ ମହାସଂଘର ପୂର୍ବତନ ସଭାପତି
ସରକାର ଠିକା ନିଯୁକ୍ତି ବନ୍ଦକରି ସିଧାସଳଖ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନକରି ସରକାରୀ ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ଦେବା ସହ ପୂର୍ବଭଳି ସରକାରୀ କର୍ମଚାରୀଙ୍କୁ ମିଳୁଥିବା ପେନ୍‌ସନ ପ୍ରଚଳନ କରାଯାଉ। ବର୍ତ୍ତମାନ ଯେଉଁ କର୍ମଚାରୀ ସଙ୍ଗଠନଗୁଡିକ ସେମାନଙ୍କ ବିଭିନ୍ନ ଦାବି ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି, ସେହି କର୍ମଚାରୀ ମାନଙ୍କ ଦରମା ବୃଦ୍ଧି ସହ ସେମାନଙ୍କ ପେନ୍‌ସନ କାର୍ଯ୍ୟକାରୀ କରାଗଲେ ସେମାନଙ୍କ ପରିବାରଙ୍କ ସହ କର୍ମଚାରୀ ଆଶ୍ୱସ୍ତି ଅନୁଭବ କରିବେ । ତେବେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ଯାହା କୁହାଯାଉଛି ତାହା ନିର୍ବାଚନରେ ପ୍ରତିଫଳିତ ହେବନାହିଁ।
ପ୍ରକାଶ ପଟ୍ଟନାୟକ, ବୁଦ୍ଧିଜୀବୀ
ରାଜ୍ୟ ସରକାରଙ୍କ ଭୁଲ୍‌ ନୀତି ଯୋଗୁ ଆଜି ରାଜ୍ୟରେ କର୍ମଚାରୀ ସଙ୍ଗଠନଗୁଡିକ ଏପରି ଅଚଳାବସ୍ଥା ସୃଷ୍ଟି କରିବାକୁ ବସିଛନ୍ତି। ଠିକା ନିଯୁକ୍ତି ନ ଦେଇ ସ୍ଥାୟୀ ନିଯୁକ୍ତି ଦେଇଥିଲେ ଏବେ ଏପରି ପରିସ୍ଥିତି ଉପୁଜି ନ ଥାନ୍ତା। ବହୁ ମେଧାବୀ କର୍ମନିଯୁକ୍ତି ପାଇଥାନ୍ତେ। ସରକାରୀ ,ବେସରକାରୀ ସଂସ୍ଥାରେ କମ୍‌ ଦରମାରେ ଅସ୍ଥାୟୀ ନିଯୁକ୍ତି ଦେଇ ସେମାନଙ୍କ ନିଯୁକ୍ତି ସର୍ତ୍ତାବଳୀ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ଠିକା କର୍ମଚାରୀ ଏବଂ ଆଉଟ୍‌ ସୋର୍ସିଂ ନିଯୁକ୍ତିରେ କେତେକ ସ୍ଥଳରେ ଦୁର୍ନୀତି ହେଉଛି। ଧରପଗଡ଼ ହେଲେ ତାହା ପଦାକୁ ଆସୁଛି ନ ହେଲେ ଚପି ଯାଉଛି। ଏବେ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ଦାବି ପୂରଣକଲେ ହଜାର ହଜାର କୋଟି ଟଙ୍କା ସରକାରଙ୍କୁ ଋଣ କରିବାକୁ ପଡ଼ିବ। ଏହାର ବୋଝ ସାଧାରଣ ଲୋକେ ବୋହିବେ। ଦାବି ପୂରଣ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ସରକାରଙ୍କ ଉପରେ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।
ସନ୍ତୋଷ ନାଗ, ବରିଷ୍ଠ ଖବରଦାତା


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri