ବିଭିନ୍ନ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ବ୍ୟବସ୍ଥା ୧୯୪ରୁ ୧୦୬ଟି ପାଇଁ ଅର୍ଥ ମଞ୍ଜୁର ସମ୍ପୂର୍ଣ୍ଣ ହୋଇଛି ୪୦

ନୟାଗଡ଼ ଅଫିସ,୩୧ା୮: ପ୍ରତି ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଲାଗି ସରକାରୀ ବ୍ୟବସ୍ଥା ରହିଛି। କିନ୍ତୁ ନୟାଗଡ଼ ଜିଲାର ସମସ୍ତ ପଞ୍ଚାୟତରେ ଏହା ନିର୍ମାଣ ହୋଇପାରି ନାହିଁ। ଜିଲା ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ମୋଟ ୧୯୪ ପଞ୍ଚାୟତରୁ ମାତ୍ର ୧୦୬ଟି ପଞ୍ଚାୟତକୁ କଲ୍ୟାଣମଣ୍ଡପ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏଥିମଧ୍ୟରୁ ପାଖାପାଖି ୪୦ କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଛି। କେତେକ ପଞ୍ଚାୟତରେ କଲ୍ୟାଣମଣ୍ଡପ ଗୃହ ଅଧାପନ୍ତରିଆ ରହିଥିବାବେଳେ କେତେକ ସ୍ଥାନରେ ଜମିବାଡ଼ି ବିବାଦରୁ ଶିଳାନ୍ୟାସ ବି ହୋଇପାରିନାହିଁ। ନୟାଗଡ଼ ବ୍ଲକ ମାଛିପଡ଼ା ପଞ୍ଚାୟତରେ ଶିଳାନ୍ୟାସ ହେବାର ୩ବର୍ଷ ବିତିଯାଇଥିଲେ ମଧ୍ୟ କଲ୍ୟାଣମଣ୍ଡପ ନିର୍ମାଣ ହୋଇପାରିନାହିଁ। ନୟାଗଡ଼ ବ୍ଲକରେ ଏହିଭଳି ୭ ପଞ୍ଚାୟତରେ କଲ୍ୟାଣମଣ୍ଡପ ଗୃହ ନିର୍ମାଣାଧୀନ ରହିଛି। ୨୯ ପଞ୍ଚାୟତରୁ ୧୬ଟିରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଜାଗା ବିବାଦ ଯୋଗୁ ୬ଟିର କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ସେହିପରି ଦଶପଲ୍ଲା ବ୍ଲକରେ ୨୦ ପଞ୍ଚାୟତରୁ ୭, ଗଣିଆରେ ୮ରୁ ୫, ଖଣ୍ଡପଡ଼ାରେ ୨୨ରୁ ୧୪, ଭାପୁରରେ ୨୦ଟିରୁ ୧୭, ନୟାଗଡ଼ରେ ୨୯ରୁ ୨୮, ନୂଆଗାଁରେ ୨୨ରୁ ୫, ଓଡ଼ଗାଁରେ ୩୬ରୁ ୨୧ ଓ ରଣପୁରରେ ୩୭ରୁ ମାତ୍ର ୯ଟି ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲାରେ ୧୦୬ଟି କଲ୍ୟାଣମଣ୍ଡପ ପାଇଁ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୪୦ଟି ସମ୍ପୂର୍ଣ୍ଣ ହୋଇଛି। ସମ୍ପୂର୍ଣ୍ଣ ହୋଇଥିବା କଲ୍ୟାଣମଣ୍ଡପଗୁଡ଼ିକ ମଧ୍ୟରୁ ଅଧିକାଂଶ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ନୟାଗଡ଼ ବ୍ଲକ ଜେମାଦେଈପୁରପାଟଣା ପଞ୍ଚାୟତରେ ଥିବା କଳ୍ୟାଣମଣ୍ଡପକୁ ସରପଞ୍ଚଙ୍କ ସ୍ବାମୀ ଭଡ଼ା ଘର କରିଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଡ଼ିଓ ଏହାର ତଦନ୍ତ କରିଥିଲେ। ସୂଚନାଯୋଗ୍ୟ ଯେ, ଗ୍ରାମରେ ବିବାହ, ବ୍ରତ ଆଦି ଉତ୍ସବ କରାଯିବା ପାଇଁ ସରକାରଙ୍କ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ ବ୍ୟବସ୍ଥା କରାଯାଇଛି। ଏସବୁ ଉତ୍ସବ କରିବା ଲାଗି କଲ୍ୟାଣମଣ୍ଡପ ଭଡ଼ା ଲଗାଯିବ ଓ ଏଥିରୁ ଆଦାୟ ଅର୍ଥରେ ପଞ୍ଚାୟତର ଉନ୍ନତି କରାଯିବ ବୋଲି ଯୋଜନା ରହିଛି। ପ୍ରତି କଲ୍ୟାଣମଣ୍ଡପ ପାଇଁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୨୦ ଲକ୍ଷ ଟଙ୍କା ପ୍ରଦାନ କରୁଥିବା ବେଳେ ପଞ୍ଚାୟତକୁ ମିଳୁଥିବା ଅନ୍ୟାନ୍ୟ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇ କଲ୍ୟାଣମଣ୍ଡପ ନିର୍ମାଣ ବ୍ୟବସ୍ଥା କରାଯାଇଛି। ଏ ନେଇ ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଲାଗି ସରପଞ୍ଚମାନଙ୍କୁ କୁହାଯାଉଛି। ଅଧିକାଂଶ ସ୍ଥାନରେ ଟଙ୍କା ବିନିଯୋଗ କରି କଲ୍ୟାଣମଣ୍ଡପ କରୁଥିବା ବେଳେ କେତେକ ସ୍ଥାନରେ ଠିକ୍‌ ଭାବରେ ଟଙ୍କା ବିନିଯୋଗ କରିପାରୁନାହାନ୍ତି। ଆଗାମୀ ଦିନରେ ଏହା କିପରି ଭାବେ ସମ୍ପୂର୍ଣ୍ଣ ହେବ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri