ବିବେକ ହିଁ ଅନୁସରଣୀୟ

ଏ ନିଜ ଭିତରର ଶତ୍ରୁମାନଙ୍କ ଦ୍ୱାରା ପୀଡ଼ିତ, ସେ ବାହାର ଶତ୍ରୁମାନଙ୍କର ସମ୍ମୁଖୀନ ହେବ କିପରି? ଯିଏ ଆଧ୍ୟାତ୍ମିକ ମୂଲ୍ୟବୋଧ କ’ଣ ବୁଝେ ସେ କେବଳ ମୁକ୍ତି ପାଏ। ସକାଳୁ ଉଠି, ପୁଣି ରାତିରେ ଶୋଇବା ପର୍ଯ୍ୟନ୍ତ ଆମର ସମସ୍ତ ଶକ୍ତି ଓ ସାମର୍ଥ୍ୟ, ସମୟ ଓ ଶିକ୍ଷା କେବଳ ପେଟ ପୂରାଇବାରେ କଟାଉଛେ। ଏହାଦ୍ୱାରା ଆମେ ଈଶ୍ୱରଙ୍କୁ ପାସୋରି ଯାଉଛୁ। ଟିକେ ଚିନ୍ତା କରନ୍ତୁ, ଈଶ୍ୱରଙ୍କୁ ପାସୋରି ଆମେ ଜୀବନରେ କ’ଣ ହାସଲ କରି ପାରୁଛେ?
ଶ୍ରୀ ସତ୍ୟସାଇ ବାବା ତାଙ୍କ ଦିବ୍ୟ ସମ୍ଭାଷଣରେ ଆମ୍ଭମାନଙ୍କୁ ମାର୍ଗ ଦେଖାଇ କହିଛନ୍ତି, ”ପ୍ରେମ ସ୍ବରୂପଗଣ । ସୁଖ ଓ ଦୁଃଖ କେବଳ ଶରୀର ସହ ସମ୍ପୃକ୍ତ। ନିଜକୁ ଶରୀର ଭାବିବା, କେବଳ ଅଜ୍ଞତା ଯୋଗୁ ଆସିଥାଏ। ଦୀପ, ଚନ୍ଦ୍ର, ତାରକାମାନେ ଆମକୁ କେବଳ ଅନ୍ଧକାରରେ ଦେଖାଯାଆନ୍ତି, କିନ୍ତୁ ସୂର୍ଯ୍ୟ ଉଦିତ ହେବା ମାତ୍ରେ ଏମାନେ ଅଦୃଶ୍ୟ ହୋଇଯାଆନ୍ତି। ଠିକ୍‌ ସେହିଭଳି ଜ୍ଞାନର ସୂର୍ଯ୍ୟ ଉଦୟ ହେଲେ ସୁଖ ଓ ଦୁଃଖର ଭାବ ଅନ୍ତର୍ନିହିତ ହୋଇଯାଏ। ଯିଏ ଏହି ସତ୍ୟ ବୁଝେ ସେ ପ୍ରକୃତ ଜ୍ଞାନୀ। ପ୍ରାଣୀମାନେ ତ୍ରିଗୁଣର ଅଧୀନ। ଗୋଟିଏ ଆମ୍ବର ତିନୋଟି ଅବସ୍ଥା ଅଛି। କଷି, ପାକଳ ଓ ପାଚିଲା। କଷି ବେଳେ ଏହା କଷା ଲାଗେ, ପାକଳ ଅବସ୍ଥାରେ ଆମ୍ବିଳା ଓ ପାଚିଗଲେ ମିଠା ଲାଗେ। ଏହା ଆମ୍ବର ଦୋଷ ନୁହେଁ, ତାହାର ସହଜ ଧର୍ମ। ସେହିପରି ମଣିଷର ଅନ୍ତର୍ଗତ ଗୁଣ ଯେପରି, ତାହାର ବ୍ୟବହାର ସେହିପରି ହୋଇଥାଏ। ତେଣୁ ମଣିଷର ଆଚରଣରୁ ତାହାର ଅନ୍ତର୍ନିହିତ ଗୁଣ ଜଣା ପଡ଼ିଥାଏ। ନିଜର ଖରାପ ଗୁଣ ଚିହ୍ନିବାକୁ ଚେଷ୍ଟା ନ କରିବା ହେଉଛି ତମୋଗୁଣ। ଏହାକୁ ଚିହ୍ନି ମଧ୍ୟ ଦୂର ନ କରିବା, ରଜୋଗୁଣ। ଦୁର୍ଗୁଣକୁ ଚିହ୍ନି ଏହାକୁ ଦୂର କରିବା ଓ ପବିତ୍ର ଗୁଣ ପ୍ରତିଷ୍ଠା କରିବା, ସତ୍ୱଗୁଣ। ଏହି ତ୍ରିଗୁଣର ଅତୀତକୁ ଯିବା, ଋଷିଗୁଣ। ଭଲ ଲୋକମାନେ ସମସ୍ତଙ୍କର ଭଲ ହିଁ ଦେଖନ୍ତି। ସେମାନଙ୍କ ଆଖିରେ କାହାରି ଖରାପ ଗୁଣ ପଡ଼େନା। ସାଧାରଣ ଲୋକ ଭଲକୁ ଭଲ ଓ ଖରାପକୁ ଖରାପ ଆଖିରେ ଦେଖନ୍ତି। ଖରାପ ଲୋକ ଭଲରେ ଖରାପ ଦେଖନ୍ତି ଓ ଭଲର ନିନ୍ଦା କରନ୍ତି। ସବୁକିଛି କେବଳ ଖରାପ, କିଛି ଭଲ ନୁହେଁ ବୋଲି କହିବା ରାକ୍ଷସ ଗୁଣ। ପ୍ରଥମ ତିନୋଟି ମାନବ ଗୁଣ। ମାତ୍ର ଶେଷଟି ଦାନବ ଗୁଣ। ଆଜିକାଲି ତମୋଗୁଣ ଓ ରଜୋଗୁଣ ସବୁଠାରେ ଦେଖାଯାଉଛି, ନିଜର ଭୁଲ ଜାଣି ମଧ୍ୟ ତାକୁ ସଂଶୋଧନ ନ କରିବା ଲୋକ ଅନେକ ଅଛନ୍ତି। ଯେଉଁମାନେ ତୁମର ଭୁଲ ଦେଖାନ୍ତି ସେମାନଙ୍କୁ ତୁମର ପ୍ରକୃତ ବନ୍ଧୁ ବୋଲି ଜ୍ଞାନ କର। ପରୀକ୍ଷାକୁ ସ୍ବାଗତ ନ କଲେ ଉପରକୁ ଉଠିବ କିପରି? ତେଣୁ ନିଜର ଦୋଷ ଦେଖିବା ଉଚିତ। ରାମଚନ୍ଦ୍ର ମହାବୀର ଥିଲେ। ସେ କିଶୋର ବୟସରେ ସୁବାହୁ ଓ ତାଡ଼କାକୁ ମାରିଥିଲେ। ତରୁଣ ବୟସରେ ଶିବଧନୁ ଭାଙ୍ଗିଥିଲେ ଓ ପର୍ଶୁରାମଙ୍କୁ ପରାସ୍ତ କରିଥିଲେ। ସେ ଏକାକୀ ୧୪,୦୦୦ ରାକ୍ଷସଙ୍କୁ ହତ୍ୟା କରିଥିଲେ। ରାମ ରାବଣ ଯୁଦ୍ଧରେ ରାମଙ୍କ ବୀରତ୍ୱ ବର୍ଣ୍ଣନା କରିବାକୁ ବାଲ୍ମୀକି ଭାଷା ପାଇ ନାହାନ୍ତି। ରାମଙ୍କର ବୀରତ୍ୱର ମୂଳକାରଣ ଥିଲା ତାଙ୍କଠାରେ ଥିବା ଭଲ ଗୁଣ। ମଣିଷ ଭଲ ଗୁଣ ଦ୍ୱାରା ଯେ କୌଣସି କର୍ମ ସାଧନ କରିପାରେ। ତାହାର ବୀରତ୍ୱ ବା ଦୁର୍ବଳତା ପାଇଁ ମଣିଷର ଆହାର ଓ ବିହାର ଦାୟୀ। ରାମଚନ୍ଦ୍ର ସକଳ ସଦ୍‌ଗୁଣର ଆଧାର ଥିଲେ।“
ରାମଚନ୍ଦ୍ର ଅତୀବ ସୌନ୍ଦର୍ଯ୍ୟମୟ ଥିଲେ। ତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କଲାବେଳେ ବାଲ୍ମୀକି ବିମୋହିତ ହୋଇ ଯାଉଥିଲେ। ରାମଙ୍କର ଅଙ୍ଗଶୋଭା ବର୍ଣ୍ଣନା କଲାବେଳେ ବାଲ୍ମୀକି କହିଛନ୍ତି , ଏପରି ସୌନ୍ଦର୍ଯ୍ୟ ଆଉ ସମ୍ଭବ ନୁହେଁ। ଏହି ସୌନ୍ଦର୍ଯ୍ୟ ଦେଖିଲେ ମଣିଷ ବିମୋହିତ ହୋଇଯିବ। ରାମଙ୍କର ଏହି ସୌନ୍ଦର୍ଯ୍ୟ ତାଙ୍କ ସଦ୍‌ଗୁଣରୁ ଜାତ ହୋଇଥିଲା। ତାଙ୍କର ବଳ ମଧ୍ୟ ଏହି ସଦ୍‌ଗୁଣରୁ ଜାତ। ମାତ୍ର ଆଜିକାଲିର ତରୁଣମାନଙ୍କୁ ଦେଖନ୍ତୁ। ସେମାନଙ୍କର ବାହାରଟା ହଂସପରି ଦିଶୁଥିଲେ ମଧ୍ୟ ଭିତରଟା କୁଆପରି। ମଣିଷ ନିଜ ମନ ପଛରେ ଦୌଡ଼ିବା ଉଚିତ ନୁହେଁ। ମନ ଗୋଟିଏ ବାଇଆ ମାଙ୍କଡ଼ ପରି। ସଂସାରର ବିଛା କାମୁଡ଼ିଲେ ଏହି ମାଙ୍କଡ଼ ଅଥୟ ହୁଏ। ଏ ଅବସ୍ଥାରେ କିପରି ନିଜକୁ ସଂଯତ କରିପାରିବା। ଯୌବନର ସନ୍ନିପାତ ଯୋଗୁ ଆମ୍ଭେମାନେ ମନୁଷ୍ୟତ୍ୱ ପାସୋରି ଯାଉଛେ। ମନରେ ବିଚାର କରନ୍ତୁ, ମୁଁ କ’ଣ ଦେଖିବା ଉଚିତ ଓ କ’ଣ ଦେଖିବା ଉଚିତ ନୁହେଁ। କ’ଣ କରିବା ଉଚିତ ଓ କ’ଣ କରିବା ଉଚିତ ନୁହେଁ। କ’ଣ ଅନୁଭବ କରିବା ଉଚିତ ଓ କ’ଣ କରିବା ଅନୁଚିତ। ଆମେ ମନର ପ୍ରରୋଚନାକୁ ଅନୁସରଣ କରି ଚାଲିଛେ। ମନ, ବାକ୍ୟ ଓ କର୍ମ ଏକ ହେବା ଦରକାର।
ଆଜିକାଲି ୧୬ବର୍ଷ ବୟସରେ ତରୁଣମାନଙ୍କୁ ଦେଖିଲେ ୬୦ ବର୍ଷର ବୁଢ଼ାପରି ଦେଖାଯାଉଛନ୍ତି। ସେମାନେ ଚାଲିଲାବେଳେ ଓଟ ପରି ଦେଖାଯାଉଛନ୍ତି, ମନେ ହେଉଛି ଚାଲୁ ଚାଲୁ ପଡ଼ିଯିବେ କି, ଦେହର ପୁଷ୍ଟି ସହିିତ ମନରେ ସନ୍ତୁଷ୍ଟି ଦରକାର। ଶରୀର ପୁଷ୍ଟ ଥିଲେ ମନ ଅଚଳ ରହିବ। ଆଧାର ନିର୍ମଳ ଓ ସୁଦୃଢ଼ ଥିଲେ ସେଥିରେ ପବିତ୍ର କିଛି ରଖିବା ସମ୍ଭବ ହେବ। ଆମେମାନେ ସ୍ଥିର ଭାବରେ କିଛି ସମୟ ବସି ପାରୁନାହଁୁ। ଶରୀରକୁ ଏପଟ ସେପଟ କରୁଛୁ। ତଳେ ବସ ବା ଚଉକିରେ ବସ, ସିଧା ହୋଇବସିବା କଥା। ସିଧାହୋଇ ବସିବା ହେଉଛି ଧ୍ୟାନ ମୁଦ୍ରା। ଆମର ବେଶ ପୋଷାକ ମଧ୍ୟ ଆତ୍ମ ସୂଚକ ହେବା ଉଚିତ। ଭଗବାନ ଶ୍ରୀସତ୍ୟସାଇ ଆହୁରି ମଧ୍ୟ କହିଛନ୍ତି ‘ଭାରତୀୟ ସଂସ୍କୃତି କହେ, ଅନୁକରଣ ଓ ଅନୁସରଣ କରିବା ବଳହୀନତାର ଚିହ୍ନ। ରାମ କାହାରିକୁ ଅନୁସରଣ ଓ ଅନୁକରଣ କରୁ ନ ଥିଲେ। ସେ ପିଲା ଥିଲାବେଳେ କୌଶଲ୍ୟା କୈକେୟୀ ଆଦି ମାଆମାନେ ନାନାପ୍ରକାର ପୋଷାକ ଆଣି ରାମଙ୍କୁ କହୁଥିଲେ ଅମୁକ ଅମୁକ ରାଜପୁତ୍ର ଏମିତି ପୋଷାକ ପିନ୍ଧୁଛନ୍ତି, ତୁ ମଧ୍ୟ ପିନ୍ଧି। ଉତ୍ତରରେ ରାମ କହୁଥିଲେ, ”ମୁଁ କାହିଁକି ଅନ୍ୟକୁ ଅନୁସରଣ କରିବି? ଅନ୍ୟକୁ ଅନୁସରଣ କରିବା ଦାସତ୍ୱର ଚିହ୍ନ’। ମାତ୍ର ଆଜିକାଲି ତୁମ୍ଭମାନଙ୍କର ସାରା ଜୀବନ ଖାଲି ଅନ୍ୟକୁ ଅନୁକରଣ କରିବାରେ କଟିଯାଉଛି। ଯଦି ଦେଖିଲେ କିଏ ଲମ୍ବା କଲି ବା ଲମ୍ବା କେଶ ରଖିଛି, ତୁମେ ସଙ୍ଗେ ସଙ୍ଗେ ତାକୁ ଅନୁକରଣ କରୁଛ। କିଏ ଚିପା ପ୍ୟାଣ୍ଟ ବା ଢିଲା ପ୍ୟାଣ୍ଟ ପିନ୍ଧିବା ଦେଖିଲେ ତୁମେ ସଙ୍ଗେ ସଙ୍ଗେ ସେହିପରି ପୋଷାକ ପିନ୍ଧିବା ଆରମ୍ଭ କରି ପକାଉଛ। ନିଜ ବିବେକକୁ ଅନୁସରଣ କର। ନିଜର ସ୍ବାଧୀନ ଚିନ୍ତାକୁ ଅନୁସରଣ କର।
ଅଲିଶା ବଜାର, କଟକ
ମୋ : ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri