ବିବାହ ବାର୍ଷିକୀରେ ରୋମାଣ୍ଟିକ୍‌ ହେଲେ ଅନୁଷ୍କା-ବିରାଟ

ବମ୍ବେ: ଦୁଇ ବର୍ଷ ତଳେ ଠିକ୍‌ ଆଜିର ଦିନରେ ହାତକୁ ଦୁଇହାତ ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରେମିକ ତଥା କ୍ରିକେଟର ବିରାଟ କୋହଲିଙ୍କ ହାତ ଧରିଥିଲେ ସେ। ଇତିମଧ୍ୟରେ ସେମାନଙ୍କ ବିବାହକୁ ଦୁଇ ବର୍ଷ ପୂରିଛି। ଏହି ଅବସରରେ ବିରାଟଙ୍କ ଉଦ୍ଦେଶ୍ୟରେ ଅନୁଷ୍କା ଏକ ପୋଷ୍ଟ ଲେଖିଛନ୍ତି। ଲୋକପ୍ରିୟ କବି ଭିକ୍ଟର ହ୍ବୁଗୋଙ୍କ ଉକ୍ତି, ‘ଜଣେ ଅନ୍ୟଜଣଙ୍କୁ ଭଲପାଇବା ଅର୍ଥ ତା ଭିତରେ ଭଗବାନଙ୍କ ସ୍ବରୂପକୁ ଦେଖିବା। ଭଲପାଇବା ଏକ ଭାବନାରୁ ଅଧିକ। ଏହା ଏକ ମାର୍ଗଦର୍ଶକ, ସତ୍ୟପଥରେ ନେଇଯାଉଥିବା ରାସ୍ତା। ମୋତେ ତାହା ମିଳିଯାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି’ ବୋଲି ଅନୁଷ୍କା କହିଛନ୍ତି।

ସେହିଭଳି ବିରାଟ ମଧ୍ୟ ସେମାନଙ୍କ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଦୁନିଆରେ ଭଲପାଇବା ଛଡ଼ା ଆଉ କିଛି ନାହିଁ। ଭଗବାନ ଯେତେବେଳେ ଆପଣଙ୍କୁ ସେ ଲୋକ ସହ ଭେଟାଇଦିଏ, ସବୁକ୍ଷଣରେ ଏହି କଥାର ଆଭାସ ଜଣାପଡେ। ତେବେ ଗୋଟିଏ କଥା ମନକୁ ଆସେ। ତାହା ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଛଡ଼ା ଆଉ କିଛି ନୁହେଁ ବୋଲି ବିରାଟ କହିଛନ୍ତି।

୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ଗୋପନରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହାର କିଛି ଫଟୋ ଶେୟାର କରିବା ପରେ ପ୍ରଶଂସକମାନେ ଉତ୍‌ଫୁଲ୍ଲିତ ହୋଇଯାଇଥିଲେ। ଆଜିବି ସେମାନଙ୍କ ବିବାହ ସମୟର ଫଟୋ ଓ ଭିଡିଓ ଲୋକପ୍ରିୟ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଶିକ୍ଷିତା ପରିଣିତି

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ପରିଣିତି ଚୋପ୍ରା ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏବେକାର ପ୍ରାୟ ସବୁ ନାୟିକାଙ୍କ ମଧ୍ୟରେ ପରିଣିତିଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ...

ଚାରି ମାସରେ ୨୩ କିଗ୍ରା

ବଲିଉଡ୍‌ର ଖିଲାଡି ମାଷ୍ଟର ଭାବରେ ପରିଚିତ ଅକ୍ଷୟ କୁମାର ଅନେକ କଥା ପାଇଁ ଚର୍ଚ୍ଚାରେ ଥାଆନ୍ତି। ଥରେ ସେ ନିଜ ଓଜନ କମାଇବାକୁ ଚାହିଁଲେ। ଏ...

ନିଜକୁ ଭାଗ୍ୟଶାଳୀ କହିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜକୁ ଭାଗ୍ୟଶାଳୀ କହିଛନ୍ତି। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। କାରଣଟି ହେଲା ସଲମାନ୍‌ ଖାଁ, ଅକ୍ଷୟ...

ହାସ୍ୟ ଅଭିନୟ କରିବାକୁ ଆଗ୍ରହୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ହାସ୍ୟ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୧୯୮୫ରେ ପ୍ରଥମକରି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ତାହା...

କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ...

ମା’ଙ୍କୁ ଡରି ପୁଅ ରବିର ମୁହଁ କାହାକୁ ଦେଖାଉନାହାନ୍ତି ଏକତା

ବମ୍ବେ: ସରୋଗେସୀରେ ପୁଅ ହେବାର ଦଶ ମାସ ବିତିଲାଣି। ହେଲେ ତା’ର ମୁହଁ ଦେଖାଉନାହାନ୍ତି ଲୋକପ୍ରିୟ ଟେଲିଭିଜନ ନିର୍ଦ୍ଦେଶିକା ଏକତା କପୁର। ସେ ନିଜ ସୋସିଆଲ...

ଅର୍ଜୁନଙ୍କ ପିଲାଦିନର ଫଟୋ ଦେଖି ମଲାଇକା ଦେଲେ ଏମିତି କମେଣ୍ଟ

ଅର୍ଜୁନ କପୁର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌ ରହୁଛନ୍ତି। ଏବେ ତାଙ୍କର ଏକ ପିଲାଦିନ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଖେଳନା...

ଆଶାରେ ସର୍ବରୀ

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ୟଶରାଜ ଫିଲ୍ମସ ପରି ନାମୀ ବ୍ୟାନରରେ ବ୍ରେକ୍‌ ପାଇବା କ’ଣ ସହଜ କଥା।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *