ବିବାହ ବନ୍ଧନରେ ବାନ୍ଧିହେଲେ ୨ ମହିଳା ମାଓବାଦୀ

ଫୁଲବାଣୀ ଅଫିସ, ୫ା୧୨:ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଦୁଇ ମହିଳା ମାଓବାଦୀ ହେଲେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ଗୁଡ୍ରି ଗ୍ରାମର ସ୍ବପ୍ନିତା ପାଟମାଝି (ନନ୍ଦିନୀ) ଓ ଛତିଶଗଡ଼ ରାଜ୍ୟ କଙ୍କେର ଜିଲା ଗୁମୁଡ଼ି ଗ୍ରାମର ଫୁଲବତୀ ଉଶେଣ୍ଡି (କରୁଣା)। ନନ୍ଦିନୀ ଦାରିଙ୍ଗବାଡ଼ିର ବିନୋଦଙ୍କୁ ଏବଂ କରୁଣା ଜି. ଉଦୟଗିରି ଅଞ୍ଚଳର ସ୍ବପ୍ନେଶ୍ୱରଙ୍କୁ ବିବାହ କରିଛନ୍ତି। ଉଭୟ ପୁଅଘର ଲୋକେ ପୋଲିସ ରିଜର୍ଭ ପଡ଼ିଆରୁ ବରଯାତ୍ରୀ ସହ ରାଧାକୃଷ୍ଣ ମନ୍ଦିରରେ ପହଞ୍ଚତ୍ଥିଲେ। ପୋଲିସ ପକ୍ଷରୁ ସମସ୍ତଙ୍କୁ ପାଛୋଟି ନିଆଯାଇଥିଲା। ଏହାପରେ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ମାଓବାଦୀ କ୍ୟାମ୍ପ ଛାଡ଼ି ନୂଆ ଜୀବନ ଗଢୁଥିବାରୁ ଉଭୟ କରୁଣା ଏବଂ ନନ୍ଦିନୀ ଖୁସି ଅଛନ୍ତି। କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିବାହ କାର୍ଯ୍ୟ ହୋଇଥିଲା।
ନନ୍ଦିନୀ ୨୦୧୮ରେ ମାଓବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ପ୍ରାୟ ଦେଢ଼ ବର୍ଷ ସଙ୍ଗଠନରେ କାର୍ଯ୍ୟ କରିବା ପରେ ୨୦୧୯ରେ କନ୍ଧମାଳ ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। କରୁଣା ୨୦୦୮ରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ସେ ଦୀର୍ଘ ୧୩ ବର୍ଷ ସଙ୍ଗଠନରେ କାମ କରିବା ପରେ ୨୦୨୧ରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଏହି ଦୁଇ ଜଣଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା। ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ସିଲେଇ ତାଲିମ ଯୋଗାଇ ଦିଆଯାଇଛି। ଯେତେବେଳେ ସେମାନେ ବିବାହ କରିବା ପାଇଁ ମନ ବଳାଇଲେ, ସେମାନଙ୍କ ମନ ମୁତାବକ ପୁଅ ଖୋଜାଯାଇ ବିବାହ କରାଯାଇଛି। ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଏସ୍‌ପି ଅଗ୍ରୱାଲ କହିବା ସହ ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥିସହ ଅନ୍ୟ ମାଓବାଦୀ ଭଉଣୀ ଭାଇମାନେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧାର ଲାଭ ନେବାକୁ ଏସ୍‌ପି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri