ବିବାହ ପରେ ସିନେମାଠାରୁ ନିଜକୁ ଦୂରେଇ ନେଇଛନ୍ତି ଆସିନ୍‌

ମୁମ୍ବାଇ: କୁଇନ୍‌ ଅଫ୍‌ ଟଲିଉଡ୍‌ ଆସିନ୍‌ ଏବେ ଫିଲ୍ମଠାରୁ ନିଜକୁ ଦୂରେଇ ନେଇଛନ୍ତି। କାରଣଟା ନିଜର ବ୍ୟକ୍ତିଗତ ଜୀବନ। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଗୋଟିଏ ସନ୍ତାନ ରହିଛି। ହେଲେ ଏବେ ପରିବାରକୁ ସମସ୍ତ ସମୟ ଦେବାକୁ ଚାହୁଁଥିବାରୁ ସିନେମା ଜଗତକୁ ଫେରିବାକୁ ଚାହୁଁନାହାନ୍ତି ସେ।

ଏକଦା ଦକ୍ଷିଣ ଭାରତୀୟ ସିନେମା ଜଗତରେ ହିଟ୍‌ ନାୟିକା ଥିଲେ ଆସିନ। ସେ ମାଲାୟାଲାମ, ତାମିଲ, ତେଲୁଗୁ, ହିନ୍ଦି, ଇଂରାଜୀ, ସଂସ୍କୃତ ଏବଂ ଇଟାଲିୟନ ଭାଷା କହିବା ଏବଂ ଲେଖିବାରେ ପାରଙ୍ଗମ। ଏଣୁ ସେ ଅଭିନୟ କରୁଥିବା ଅନ୍ୟ ଫିଲ୍ମରେ ସେ ନିଜେ ଡବିଂ କରିଥାନ୍ତି।

୨୦୦୧ରେ ମାଲାୟାଲାମ ଫିଲ୍ମ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଆସିନ। ହେଲେ ୨୦୦୩ରେ ତେଲୁଗୁରେ ନିର୍ମିତ ଏକ କମର୍ସିଆଲ ଚଳଚ୍ଚିତ୍ର ତାଙ୍କୁ ସଫଳତା ଆଣି ଦେଇଥିଲା। ପରେ ଆସିନ ୨୦୦୮ରେ ବଲିଉଡ୍‌ରେ ନିଜର ଡେବ୍ୟୁ କରିଥିଲେ। ସେ ବି ମିଷ୍ଟର ପର୍‌ଫେକ୍ଟନିଷ୍ଟ ଆମିର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଗଜନୀ’ରେ। ଏଥିରେ ତାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା। ଫିଲ୍ମର ସଫଳତା ପରେ ସେ ‘ରେଡି’, ‘ହାଉସଫୁଲ ୩’, ଖିଲାଡି ନଂ ୭୮୬, ବୋଲ ବଚ୍ଚନ ଏବଂ ଅଲ୍‌ ଇଜ୍‌ ଓ୍ବେଲ୍‌ ଆଦି ଚଳଚ୍ଚିତ୍ରରେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri