Posted inଖେଳ

ବିବାହ ତାରିଖ ଘୋଷଣା କଲେ ହସନ ଅଲି

କରାଚୀ, ୨ା୮ (ପି.ଟି.)-ପାକିସ୍ତାନ ପେସ୍‌ ବୋଲର ହସନ ଅଲିଙ୍କ ଜଣେ ଭାରତୀୟଙ୍କୁ ବିବାହ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି। ଅଗଷ୍ଟ ୨୦ରେ ଦୁବାଇରେ ଶାମିଆ ଆର୍‌ଜୁଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ ହେବ ବୋଲି ହସନ ଶୁକ୍ରବାର ଘୋଷଣା କରିଛନ୍ତି। ଦୁବାଇରେ ଅବସ୍ଥାନ କରୁଥିବା ଶାମିଆ ଏମିରେଟ୍ସ ଏୟାରଲାଇନ୍ସରେ ଜଣେ ଇଂଜିନିୟର ଭାବେ କାର୍ଯ୍ୟରତ। ତାଙ୍କ ପରିବାରବର୍ଗ କିନ୍ତୁ ଦିଲ୍ଲୀ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ହସନ ତାଙ୍କ ନିଜ ସହର ଗୁଜରାନଓ୍ବାଲାଠାରେ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ବିବାହ ତାରିଖ ସ୍ପଷ୍ଟ କରିଥିଲେ। ବିବାହ ଉତ୍ସବ ବଡ଼ ଆକାରରେ ନ କରିବା ଲାଗି ଉଭୟ ପରିବାର ସ୍ଥଇର କରିଛନ୍ତି। ବିବାହ ପରେ ଶାମିଆ ଗୁଜରାନଓ୍ବାଲାରେ ବାସ କରିବେ। ସୂଚନାଯୋଗ୍ୟ, ଶାମିଆ ମାନବ ରଚନା ୟୁନିଭର୍ସିଟିରୁ ଏରୋନଟିକ୍ସରେ ଡିଗ୍ରୀ ହାସଲ କରିଛନ୍ତି। ସେ ଆହୁରି ମଧ୍ୟ ଇଂଲଣ୍ଡରେ ପାଠ ପଢିଛନ୍ତି। ହସନ କହିଛନ୍ତି ବିହାଦ ଦିନ ସେ କଳା ଓ ଲାଲ୍‌ ରଙ୍ଗର ଶେରଓ୍ବାନୀ ପରିଧାନ କରିବେ। ଶାମିଆ ଇଣ୍ଡିଆନ ଷ୍ଟାଇଲ୍‌ ପୋଷାକ ପରିଧାନ କରିବେ। ହସନ କହିଛନ୍ତି, ବର୍ଷକ ପୂର୍ବେ ଦୁବାଇଠାରେ ଶାମିଆଙ୍କ ସହିତ ତାଙ୍କର ପ୍ରଥମ ଭେଟ ହୋଇଥିଲା। ଉଭୟଙ୍କ ମଧ୍ୟରେ କ୍ରମେ ବନ୍ଧୁତା ବୃଦ୍ଧି ପାଇଥିଲା। ଶେଷରେ ଆମେ ବିବାହ କରିବାକୁ ଯାଉଛୁ। ଭାରତୀୟ କନ୍ୟାକୁ ବିବାହ କରିବାରେ ଜାହିର ଆବାସ, ମୋହସିନ ଖାଁ ଓ ଶୋଏବ ମଲିକଙ୍କ ପରେ ହସନ ହେଉଛନ୍ତି ଚତୁର୍ଥ ପାକିସ୍ତାନୀ କ୍ରିକେଟର। ମଲିକ ୨୦୧୦ରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ରହିଛି। ଭାରତୀୟ ମହିଳାଙ୍କୁ ବିବାହ କରିବାରେ ଜାହିର ଆବାସ ହେଉଛନ୍ତି ପାକିସ୍ତାନୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri