Posted inଖେଳ

ବିବାହିତା ମହିଳାଙ୍କୁ ବିବାହ କରିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ ନେଇ ଗଣମାଧ୍ୟମରେ ବେଶ୍‌ ଆଲୋଚନା ମଧ୍ୟ ହୋଇଥାଏ। କିନ୍ତୁ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ ଜଣେ ବିବାହିତ ମହିଳାଙ୍କୁ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେହି କ୍ରିକେଟରଙ୍କ ସମ୍ପର୍କରେ…


ଅନିଲ କୁମ୍ବଲେ
ଭାରତର କିମ୍ବଦନ୍ତୀ ସ୍ପିନର୍‌ ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ଅନିଲ ବିବାହ କରିଥିବା ମହିଳା  ହେଲେ ଚେଥନା ରାମଥିରଥା। ଚେଥନା ଜଣେ ବିବାହିତା ମହିଳା। ତାଙ୍କର ଜଣେ ଝିଅ ମଧ୍ୟ ଅଛି । ଏସବୁ ଜାଣିବା ସତ୍ତ୍ୱେ ଅନିଲ ତାଙ୍କୁ ବିବାହ କରିବାକୁ ପାଗଳ ହୋଇଯାଇଥିଲେ। ତାଙ୍କ ପରିବାର ରାଜି ହୋଇ ନ ଥିଲେ ମଧ୍ୟ ସେ ଲୁଚିକି ବିବାହ କରିଥିଲେ।

ଭେଙ୍କଟେଶ ପ୍ରସାଦ
ଭାରତର ପୂର୍ବତନ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଜଣେ ବିବାହିତ ମହିଳାଙ୍କୁ ବିବାହ କରିଛନ୍ତି। ଜୟନ୍ତି ନାମକ ଜଣେ ମହିଳାଙ୍କ ସହ ଭେଙ୍କଟେଶଙ୍କର  ଦେଖା ହେବା ପରେ ଉଭୟ ପରସ୍ପରକୁ ଢେର ଦିନ ଡେଟ କରିଥିଲେ। ଶେଷରେ  ୧୯୯୬ ଏପ୍ରିଲ ୨୨ ତାରିଖରେ ଏ ଦୁହେଁ ବିବାହ କରିଥିଲେ।

ମୁର୍‌ଲୀ ବିଜୟ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ମୁର୍‌ଲୀ ବିଜୟ ସାଥୀ ଖେଳାଳି ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ନିକିତାଙ୍କ ପ୍ରେମରେ ପଡିଥିଲେ। ଏନେଇ ବହୁ ବାଦବିବାଦ ମଧ୍ୟ ଦେଖାଯାଇଥିଲା। ଉଭୟ ପଡିଆରେ ଏକାଠି ଖେଳୁଥିଲେ ମଧ୍ୟ କଥାବାର୍ତ୍ତା ହେଉ ନ ଥିଲେ। ନିକିତା ଓ ମୁର୍‌ଲୀଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇଯାଇଥିଲା, ସେମାନେ ଜାଣି ପାରି ନ ଥିଲେ। ପରେ ଦିନେଶ ଓ ନିକିତାଙ୍କ ଛାଡପତ୍ର ହୋଇଥିଲା ଏବଂ ମୁର୍‌ଲୀ ଓ ନିକିତା ବିବାହ କରିଥିଲେ। ଯେଉଁ ସମୟରେ ନିକିତା ଓ ମୁର୍‌ଲୀଙ୍କ ବିବାହ ହୋଇଥିଲା, ସେହି ସମୟରେ ନିକିତା ଗର୍ଭବତୀ ଥିଲେ। ସେ ଦିନେଶ କାର୍ତ୍ତିକଙ୍କ ପିଲାର ମା’ ହେବା ପାଇଁ ଯାଉଥିଲେ। ବିବାହ ପରେ ମୁର୍‌ଲୀ ବିଜୟ ଉଭୟ ନିକିତା ଓ କାର୍ତ୍ତିକଙ୍କ ପିଲାକୁ ଆପଣାଇ ନେଇଥିଲେ।


ଶିଧର ଧାଓ୍ବନ
ଭାରତୀୟ କ୍ରିକେଟ ଦଳର ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନଙ୍କର ପ୍ରେମ କାହାଣୀ ବେଶ ନିଆରା। ସେ ନିଜଠାରୁ ୧୦ବର୍ଷ ବଡ ଜଣେ ବିବାହିତ ମହିଳାଙ୍କୁ ହୃଦୟ ଦେଇ ବସିଥିଲେ। ଧାଓ୍ବନଙ୍କ ପ୍ରେମ କାହାଣୀ ଫେସବୁକରୁ ଆରମ୍ଭ ହୋଇଥିଲା । ଶିଖର ଥରେ ହରଭଜନ ସିଂଙ୍କ ସହ ଫେସବୁକ ଦେଖୁଥିବାବେଳେ ତାଙ୍କ ଆଖି ଆୟେଶା ମୁଖାର୍ଜୀଙ୍କ ଉପରେ ପଡିଥିଲା। ତାପରେ ଶିଖର, ଆୟେଶାଙ୍କ ପ୍ରେମରେ ପଡିଯାଇଥିଲେ। ତାପରେ ସେ ଧିରେ ଧିରେ ଆୟେଶାଙ୍କ ସହ କଥା ହେବା ପରେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି କହିଥିଲେ। ଶିଖର ବିବାହ ପୂର୍ବରୁ ଜାଣିଥିଲେ ଯେ ସେ ଜଣେ ବିବାହିତ ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛି। ପରେ ଦୁହିଁଙ୍କ ପ୍ରେମରେ ନିବିଡିତା ବଢିବା ପରେ ଉଭୟ ବିବାହ କରିଥିଲେ, ମାତ୍ର ଶିଖରଙ୍କ ପରିବାର ଆୟେଶାଙ୍କୁ ଗ୍ରହଣ କରିବାକୁ ରାଜି ନ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପରିବାର ରାଜି ହେବା ପରେ ଦୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri