ବିବାଦୀୟ ଜମିକୁ ନେଇ ଗଣ୍ଡଗୋଳ, ଜମି ମାଲିକଙ୍କ ପୁଅ ଆହତ

ଆନନ୍ଦପୁର,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ମୌଜା ବିରିଡିହା ଗ୍ରାମରେ ଏକ ବିବାଦୀୟ ଜମିକୁ ନେଇ ପୁଣି ବିବାଦ ଦେଖାଦେଇଛି। ଜମି ମାଲିକ ସୁଦର୍ଶନ ସାହୁଙ୍କ ଅଭିଯୋଗ କ୍ରମେ ଚଳିତ ମାସ ୬ ତାରିଖରେ କଣ୍ଟିିପାଳ ମୌଜା ଖାତା ନଂ ୮୩୯/୫୧୨, ପ୍ଲଟ ନଂ ୧୯୨୪/୫୯୭୬, ୧୯୨୪/୫୮୫୮ରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହି ଜମିକୁ ବିରୋଧୀ ଗୋଷ୍ଠୀ ଏବଂ ସେମାନଙ୍କର ସମର୍ଥକମାନଙ୍କ ପାଇଁ ପ୍ରବେଶ ନିଷେଧ କରାଯିବା ସହିତ ସଂପୃକ୍ତ ଜମିରେ ନାଲି ପତାକା ମରାଯାଇଥିଲା। ଶୁକ୍ରବାର ସୁଦର୍ଶନଙ୍କ ପୁଅ ପ୍ରଶାନ୍ତ ସାହୁ ରାସ୍ତା ଉପରେ ଛିଡ଼ା ହୋଇଥିବା ସମୟରେ ସେମାନଙ୍କ ବିରୋଧୀ ଗୋଷ୍ଠୀ ଜମିଜମା ଘଟଣାକୁ ନେଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପ୍ରଶାନ୍ତଙ୍କ ବଡ଼ ଭାଇ ସୁଶାନ୍ତ ଏବଂ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମଧ୍ୟ ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହି ଗଣ୍ଡଗୋଳରେ ସୁଦର୍ଶନଙ୍କ ପୁଅ ପ୍ରଶାନ୍ତ ଓ ସୁଶାନ୍ତ ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ସହିତ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେସ ନଂ ୧୪୮/୧୯ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ପୋଲିସ ତଦନ୍ତ ଚଳାଉଥିବାବେଳେ ଗଣ୍ଡଗୋଳ ଘଟାଇଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଏହି ଜମିକୁ କେନ୍ଦ୍ର କରି ସୁଦର୍ଶନଙ୍କ ପରିବାର ଓ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ପୂର୍ବରୁ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଥାନାରେ ଅଭିଯୋଗ ହୋଇଥିଲା। ଆନନ୍ଦପୁର ଥାନାରେ କେସ ନଂ ୯୨/୧୮ରେ ଏକ ମାମଲା ଦାୟର ହୋଇଥିଲା। ପରେ ଏହି ବିବାଦୀୟ ଜାଗାକୁ ଆନନ୍ଦପୁର ତହସିଲ ପକ୍ଷରୁ ମାପଚୁପ କରାଯାଇ ସୁଦର୍ଶନଙ୍କ ଜମି ବୋଲି ଚିହ୍ନଟ କରାଯାଇଥିଲା। ଏହା ସତ୍ତ୍ୱେ ସ୍ଥାନୀୟ ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତି ଏବଂ ସେମାନଙ୍କର ସମର୍ଥକ ନିଜର ଜାଗା ବୋଲି ଦାବି କରି ବିରୋଧ କରିବା ସହିତ ସୁଦର୍ଶନଙ୍କୁ ଭୋଗ ଦଖଲ କରାଇ ଦେଉ ନ ଥିବା ଅଭିଯୋଗ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି: ମାସ୍କ ନ ପିନ୍ଧି ଗଣିଲେ ୧ ଲକ୍ଷରୁ ଅଧିକ ତଣ୍ଡ

ଛତ୍ରପୁର,୩୦।୭(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟକୁ କଡାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ...

ଭିଜିଲାନ୍ସ ଜାଲରେ ଅଚ୍ୟୁତପୁର ଆର୍‌ଆଇ

ନିରାକାରପୁର,୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଆର୍‌ଆଇ ଗୌରାଙ୍ଗ ଶବର ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଦେଉଳି ଗ୍ରାମର ଜଣେ ଯୁବକଙ୍କଠାରୁ ପଟ୍ଟା...

ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ପୁଷ୍ପା: ଝି’ର ଚିକିଛା ଲାଗି ଦାଦନ ଖଟୁଛେ ବାପ୍‌

କୋମନା, ୧୬।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ଭେଲା ଗାଁ ହରିଜନ ପଡ଼ାର ବିଜେ ସୁନାନୀକଁର ଝି’ ପୁଷ୍ପା ସୁନାନୀ(୧୬)। ସେ ଛୁଆବେଲୁ କେହେନ୍‌ସି...

ରାସ୍ତା ମରାମତି ନ ହେଲେ ଧାରଣା

ଭଦ୍ରକ ଅଫିସ, ୧୧ା୧୦: ଭଦ୍ରକ ସଦର ବ୍ଲକର ଚାରିତିରା-କାଜିପୋଖରୀ ଓ ବରପଦା ପଖିଆଗୁଡ଼ି ହନୁମାନ ଛକଠାରୁ ମିଟୁଆଣି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାର ମରାମତି ଦାବିରେ ଆସନ୍ତା...

ନୂଆଁଖାଇରେ କୋଭିଡ୍‌ କଟକଣା କୋହଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ,୯ା୮: ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ପଶ୍ଚିମ ଓ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ କୋଭିଡ୍‌ କଟକଣା କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌...

ଉପଜିଲାପାଳଙ୍କୁ ଆକ୍ରମଣ ଘଟଣା: ୩ ମହିଳାଙ୍କ ସମେତ ୧୧ ଗିରଫ

ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ମନ୍ଦାରପୁର ଓ ଦହପଡ଼ା ଅଞ୍ଚଳରେ ଶୁକ୍ରବାର ଉପଜିଲାପାଳ କୁନାଲ ମୋତିରାମ ଚଭନ ଓ ତାଙ୍କ ଡ୍ରାଇଭର...

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ଅପରାହ୍ନ ୪ଟାରେ ହେବ ପହଣ୍ଡି

ପୁରୀ ଅଫିସ,୨୩ା୭:ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀ ଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଅଛନ୍ତି ମହାପ୍ରଭୁ। ଗୁରୁବାର ଅଧରପଣା...

Advertisement
Archives

Model This Week