ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ ନୂଆ ଗୀତ ‘ମଖନା’ରେ ମହିଳାଙ୍କୁ ନେଇ ଆପତ୍ତିଜନକ ଓ ଅଶ୍ଳୀଳ ଶଦ୍ଦର ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ରାଜ୍ୟ ମହିଳା କମିଶନ ଏହାକୁ ନେଇ ପଞ୍ଜାବ ପୋଲିସ ନିକଟରେ ଫେରାଦ ହୋଇଥିଲେ। ମହିଳା କମିଶନଙ୍କ ଅଭିଯୋଗକ୍ରମେ ମୋହାଲିର ମଟୋର ଥାନାରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ହନି ସିଂଙ୍କ ଏହି ଗୀତ ୨୦୧୮ ଡିସେମ୍ବରରେ ରିଲିଜ୍‌ ହୋଇଥିଲା। ଏହି ଗୀତକୁ ହନି ଓ ନେହା କକ୍କର ଏକାଠି ଗାଇଥିଲେ। ସେହି ସମୟରେ ଏହି ଗୀତ ବେଶ୍‌ ପପୁଲାର ହୋଇଥିଲା। ପୂର୍ବରୁ ମଧ୍ୟ ହନି ନିଜ ଗୀତକୁ ନେଇ ବିବାଦରେ ରହିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମିର-କିରଣଙ୍କ ଛାଡ଼ପତ୍ର ଘୋଷଣା ପରେ ଇରାଙ୍କ ପ୍ରଥମ ପୋଷ୍ଟ

ମୁମ୍ବାଇ: ନିକଟରେ ବଲିଉଡ୍‌ ପରଫେକ୍ଟନିଷ୍ଟ ଆମିର ଖାଁ ଓ ପତ୍ନୀ କିରଣ ରାଓ ନିଜର ଛାଡ଼ପତ୍ର ନେଇ ଘୋଷଣା କରିଥିଲେ। ଉଭୟ ପାରସ୍ପରିକ ସହମତିରେ ଅଲଗା...

ପାକ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୫: ସାରା ବିଶ୍ୱ ଏବେ ଭୟଙ୍କର ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହା ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି...

ଆସାମ ଏନ୍‌ଆର୍‌ସି: କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଆସାମ ଏନ୍‌ଆର୍‌ସି ମାମଲାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାର ପୁନଃ ଯାଞ୍ଚ୍‌ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ...

ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଗଲା

ନୂଆଦିଲ୍ଲୀ, ୨୦।୧: ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଇ ଦିଆଯାଇଛି। ଏବେ ଏହାକୁ ଗେଟ୍‌ ନମ୍ବର ୨ ଏବଂ ୩...

ରାଜଧାନୀରେ ପୁଣି ମାଡିଲାଣି କରୋନା

ନୂଆଦିଲ୍ଲୀ,୨୦।୪:ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିନକୁ ଦିନ ମାମଲା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୯ ନୂତନ ସଂକ୍ରମିତ...

୧୫ ଅଗଷ୍ଟ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ପୁଲଓ୍ବାମାରେ ୩୦ କିଲୋଗ୍ରାମ୍‌ ଆଇଇଡ଼ି ଜବତ…

ଶ୍ରୀନଗର,୧୦।୮ : ଅଗଷ୍ଟ ୧୫ ପୂର୍ବରୁ ବୁଧବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ପୋଲିସ ଏବଂ ସୁରକ୍ଷା ବାହିନୀ ପଣ୍ଡ...

ବଲିଉଡ୍‌ରେ ୯ ବର୍ଷ ପୂରଣ କଲେ ରଣବୀର୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ବଲିଉଡ୍‌ରେ ମଙ୍ଗଳବାର ୯ ବର୍ଷ ପୂରଣ କରିଛନ୍ତି। ଏହାକୁ ନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିରେ...

ବସ୍‌ ଷ୍ଟପ୍‌ରୁ ମିଳିଥିବା ୪୦ ହଜାର ଫେରାଇଲେ ଶ୍ରମିକ: ପୁରସ୍କାର ଭାବେ ବସ୍‌ ଭଡ଼ା ପାଇଁ ନେଲେ କେବଳ ୭ ଟଙ୍କା

ମୁମ୍ବାଇ,୪।୧୧: କୁହାଯାଏ ଅଭାବରୁ ସ୍ବଭାବ ନଷ୍ଟ। ତେବେ ଏହା ମହାରାଷ୍ଟ୍ରର ଜଣେ ଶ୍ରମିକଙ୍କ ପାଖରେ ମିଥ୍ୟାରେ ପରିଣତ ହୋଇଛି। ସ୍ଥାନୀୟ ସାତାରାରେ ବାସ କରୁଥିବା ୫୪...

Advertisement
Archives

Model This Week