ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଜିଲା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ଶିଶୁ, ନାବାଳିକା, ନାରୀ ନିର୍ଯାତନା, ବଳାତ୍କାର ଓ ଗଣବଳାତ୍କାର, ଅପହରଣ, ନିଖୋଜ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ସରକାର ଏହା ଉପରେ ରୋକ ଲଗାଇବାରେ ବିଫଳ ହୋଇଛନ୍ତି। ଏହାର ପ୍ରତିବାଦରେ ବୁଧବାର ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ଏକ ଗଣଧାରଣା ଓ ବିକ୍ଷୋଭ ଦିଆଯାଇଥିଲା। ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପ୍ରତିବାଦ ସଭା ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରତିବାଦ ଓ ବିକ୍ଷୋଭକୁ ନଜରରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରିଥିଲା। ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯାତନା, ନାବାଳିକା ବଳାତ୍କାର, ଗଣ ବଳାତ୍କାର, ଅପହରଣ ଓ ନିଖୋଜ ଭଳି ଉଦ୍‌ବେଗଜନକ ଘଟଣା ଘଟି ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ଠିକ୍‌ ଅଛି ବୋଲି ବିବୃତି ଦେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ମହାପାତ୍ର ଉଦ୍‌ବୋଧନ ଦେଇ କହିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ, ବିଜେଡି ସରକାରଙ୍କର ମା’କୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି। ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ପୂରାପୂରି ବିଫଳ ହୋଇଛନ୍ତି। ଏହାକୁ ନିୟନ୍ତ୍ରଣ ନ କଲେ ଆଗାମୀଦିନରେ ରାଜ୍ୟ ପାଇଁ ବିପଦ ସୃଷ୍ଟି ହେବ। ଏହି ଅବସରରେ ଜିଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏଡିଏମ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସଂଗ୍ରାମ କେଶରୀ ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ବିସ୍ମୟ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ରସିକ ପଟ୍ଟନାୟକ, ସିପ୍ରା ସେନାପତି, ସେକ୍‌ ଅଫତାବ ଅଲ୍ଲି, ନିରୋଦ ଗଡନାୟକ, ମନୋଜ ସାହୁ, ସଞ୍ଜୟ ନାୟକ, ସରୋଜ ମହାନ୍ତି, ଶୈଳେନ୍ଦୁ ମଜୁମଦାର, କୈଳାସ ସାହୁ, କୁସୁମ ପ୍ରଧାନ, ଜ୍ୟୋତିଷ ସାହୁ, ସଂକୁନା କହଁର, ମୁନି ଥାପା, ନିରୁପମା ପାତ୍ର, ଆଦିତ୍ୟ ସାହୁ, କ୍ଷୀରୋଦ ବାବୁ ପ୍ରମୁଖ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭଞ୍ଜନଗର,୩୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାସ୍ଥିତ ବାଘୁଆ ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ରତ୍ନଭଣ୍ଡାର ଖୋଲିବାରେ ବିଳମ୍ବ କରିବା ଅଫିସରଙ୍କ ଅହଂକାର: ବିଜୟ

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଥିବା ଓଡ଼ିଶା ହାଇକୋର୍ଟର ଆମିକସ୍‌କ୍ୟୁରି ଏନ୍‌.କେ. ମହାନ୍ତିଙ୍କ ମତ ପ୍ରକାଶ ପରେ ବିରୋଧୀ ଦଳ ନେତାଙ୍କ ପକ୍ଷରୁ...

ବାଇକ୍‌-ଅଟୋ ଦୁର୍ଘଟଣା,୨ ଗୁରୁତର

ଭାପୁର,୨୦ା୬(ଡି.ଏନ୍‌.ଏ.): ଭାପୁର-ମନ୍ଦାରବେରଣୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରେ ଏକ ବାଇକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟି ବୁଧବାର ୨ ଜଣ...

ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍‌ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍‌...

ହତ୍ୟା ଅଭିଯୋଗ: ମାଟିତଳୁ ଖୋଳାହେଲା ମହିଳାଙ୍କ ମୃତଦେହ

ବାଲେଶ୍ୱର ଅଫିସ,୧୦ା୮: ବାଲେଶ୍ୱର ଜିଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡ଼ା ଗାଁରେ ୩ ଦିନ ପରେ ମାଟିତଳୁ ବୁଧବାର ଖୋଳା ହୋଇଛି ମହିଳାଙ୍କ...

ନନ୍ଦନକାନନରେ ୮ ନୂଆ ଅତିଥି

ବାରଙ୍ଗ,୨୧।୧୨(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ରବିବାର ରାତି ୯ଟାରେ ନୂଆ ଅତିଥି ଆସିଛନ୍ତି। ଚଳିତବର୍ଷ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଇନ୍ଦୋରର କମଳା ନେହୁରୁ ପ୍ରାଣୀ ସଂଗ୍ରାହଳୟରୁ ୨ଟି...

ବିଭିନ୍ନ ପ୍ରକଳ୍ପ କାମ ୨୦୨୨ ଜୁଲାଇ ସୁଦ୍ଧା ଶେଷ କର

ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ/ପୁରୁଷୋତ୍ତମପୁର/ହିଞ୍ଜିଳିକାଟୁ(ଡି.ଏନ୍‌.ଏ)୧୧।୯: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତ କରି ସେଠାର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା...

ଓ୍ବାଟର ପ୍ୟୁରିଫାୟର ଦେବା ଆଳରେ ଦେଢ଼ କୋଟି ଠକେଇ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ହରିୟାଣାର ଏକ ସଂସ୍ଥା ଓ୍ବାଟର ପ୍ୟୁରିଫାୟର ଯୋଗାଇବା ଆଳରେ ପ୍ରାୟ ଦେଢ କୋଟି ଟଙ୍କା ଠକିନେଇ ଫେରାର ହୋଇଯାଇଛି। ପ୍ରାୟ ୩୨୭ ଜଣ ବ୍ୟକ୍ତି...

Advertisement
Archives

Model This Week