ବିପର୍ଯ୍ୟସ୍ତ ଅବସ୍ଥାରେ ଜଟଣୀ କୃଷକ ବଜାର: ଲକ୍ଷାଧିକ ଟଙ୍କା ବ୍ୟୟ, କାମରେ ଲାଗୁନି

ଜଟଣୀ,୧୦।୧(ଡି.ଏନ.ଏ): ଜଟଣୀ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ପକ୍ଷରୁ ୨୦୦୧ରେ ଏଠାରେ କୃଷକ ବଜାର ଆରମ୍ଭ କରାଯାଇଥିଲା। ଏହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପ୍ରଦାନ ସହ ଖାଉଟିଙ୍କୁ ସଦ୍ୟ ଫଳ ପନିପରିବା ସୁଲଭ ମୂଲ୍ୟରେ ଯୋଗାଇ ଦେବା ଏହାର ଲକ୍ଷ୍ୟ ରହିଥିଲା। ଏଥିସହ ଚାଷୀ ଓ ଖାଉଟିଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବ ବୋଲି ଆଶା ରଖାଯାଇଥିଲା। ଓଡ଼ିଶାର ସର୍ବପ୍ରଥମ ଜଟଣୀ ନିୟନ୍ତ୍ରିତ ବଜାର କମିଟି ପରିସରରେ ଏହି କୃଷକ ବଜାର ସମ୍ପୂର୍ଣ୍ଣ ହେବା ୧୭ ବର୍ଷ ଅତିକ୍ରମ କରିବା ପରେ ବି ଏଯାବତ୍‌ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ସରକାରଙ୍କ ମୂଳ ଉଦ୍ଦେଶ୍ୟରୁ ଉଭୟ ଚାଷୀ ଓ ଖାଉଟି ବଞ୍ଚତ୍ତ ହୋଇଛନ୍ତି।
କୃଷକ ବଜାରର ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ୧୬ ଲକ୍ଷ ୨୯ ହଜାର ଟଙ୍କା ବ୍ୟୟରେ ୨୦୦୧ ଜାନୁୟାରୀ ୨୪ରେ ଆରମ୍ଭ ହୋଇଥିଲା। ସେହିବର୍ଷ ଜୁନ୍‌ ୨୯ରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲା। ସେହିପରି ୨୨ ଲକ୍ଷ ଟଙ୍କା ବ୍ୟୟରେ ଚାଷୀଙ୍କ ପନିପରିବା ସତେଜ ରଖିବାକୁ ଶୀତଳଭଣ୍ଡାର ମଧ୍ୟ ନିର୍ମାଣ ହୋଇଥିଲା। ନିର୍ମିତ ଶୀତଳଭଣ୍ଡାର, ପିଣ୍ଡି, ଧାନ ସଂଗ୍ରହ କେନ୍ଦ୍ର, ଗୋଦାମ ଘର ଆଦି ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି। ଗୋଟିଏ ଦିନ ମଧ୍ୟ ଚାଷୀ ଓ ଲୋକଙ୍କ ଫାଇଦାରେ ଏହା ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ। ଚାଷୀ ଓ ଖାଉଟିଙ୍କୁ ଏକତ୍ରିତ କରି ଏହି ବଜାର ଚଳାଇବା ଦାୟିତ୍ୱ ଆର୍‌ଏମ୍‌ସିର ହୋଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ଅନ୍ୟ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଯାହାଦ୍ୱାରା ଚାଷୀ ଓ ଖାଉଟିଙ୍କ ହିତକୁ ଦୃଷ୍ଟିରେ ରଖି କରାଯାଇଥିବା କୃଷକ ବଜାର ଭଳି ମହତ୍‌ ଯୋଜନାରୁ ଜନସାଧାରଣ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷରେ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ସଫଳ ହୋଇପାରିନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କୃଷକ ବଜାର କିପରି କାର୍ଯ୍ୟକ୍ଷମ ହୋଇ ଖାଉଟି ଓ ଚାଷୀ ଉପକୃତ ହେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ନେଇ ଆର୍‌ଏମ୍‌ସି ସମ୍ପାଦକ ନିରଞ୍ଜନ ସାମଲ କୁହନ୍ତି, ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯିବ। ସେହିପରି ଆର୍‌ଏମ୍‌ସିରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଦାୟିତ୍ୱରେ ଥିବା ଜିତେନ୍ଦ୍ରିୟ ରଥ କୁହନ୍ତି, ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏପରି ଏକ ଭଲ ଯୋଜନାରୁ ଜଟଣୀବାସୀ ବଞ୍ଚତ୍ତ ହୋଇଛନ୍ତି। ଏଣୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିଶ୍ଚୟ ପ୍ରୟାସ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri