Posted inଖେଳ

ବିପଦ ସଙ୍କୁଳ ଅବସ୍ଥାରେ ବାରବାଟୀ: ଖସୁଛି ପ୍ଲାଷ୍ଟର, ମହୁମାଛି ଆତଙ୍କ

କଟକ ଅଫିସ,୧୦ା୮- ଫନୀ ଝଡ଼ ପରେ ରକ୍ଷଣାବେକ୍ଷଣ ଅଭାବରୁ ବାରବାଟୀ ଷ୍ଟାଡିୟମ ବିପଦ ସଙ୍କୁଳ ଅବସ୍ଥାକୁ ଆସିଲାଣି । କିଛି ଦିନ ହେବ ବାରବାଟୀ ଷ୍ଟାଡିୟମ ପରିସରରେ ଛିଡ଼ା ହେବା ବି ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ବୁଧବାର ଦିନ ଷ୍ଟାଡିୟମର ୭ନଂ ଗ୍ୟାଲେରୀରୁ ଏକ ବିରାଟ ବଡ଼ ପ୍ଲାଷ୍ଟର ଖଣ୍ଡ ଖସିଥିଲା । ତେବେ ଲୋକ ନଥିବା ସ୍ଥାନରେ ପଡ଼ିଥିବା ଯୋଗୁ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ଅନ୍ୟପକ୍ଷରେ ମହୁମାଛି ଆତଙ୍କ ଦୁଇଦିନ ହେବ ଷ୍ଟାଡିୟମରେ ଦେଖାଦେଇଛି ବୋଲି ଜଣେ କର୍ମଚାରୀ କହିଛନ୍ତି। ଏହା ଷ୍ଟାଡିୟମ ପରିସରରେ ଥିବା ଏକ ଘରୋଇ ସ୍କୁଲ ଉପରେ ପ୍ରଭାବ ପକାଇଛି। ଏବେ ଜାଲି ଦିଆଯାଇ ଅସ୍ଥାୟୀ ଭାବେ ସମସ୍ୟାକୁ ଏଡାଇବାକୁ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସହ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ଉତ୍ତର ମିଳି ନଥିଲା ।
ସାମୂଦ୍ରିକ ଝଡ଼ ଫନୀରେ ବାରବାଟୀ ଷ୍ଟାଡିୟମ ବହୁ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସମସ୍ତ ଗ୍ୟାଲେରୀ ଅଳ୍ପବହୁତ କ୍ଷତି ହୋଇଥିବା ବେଳେ ସ୍ପେସାଲ ଏନକ୍ଲୋଜର, ମିଡ଼ିଆ ବକ୍ସ, କର୍ପୋରେଟ ବକ୍ସ ଅଧିକ କ୍ଷତି ସହିଥିଲା । ଷ୍ଟାଡିୟମର ସମସ୍ତ ଫ୍ଲଡ ଲାଇଟର ବଲ ଗୁଡ଼ିକ ଭାଙ୍ଗିରୁଜି ହୋଇଥିଲା । ଏବେ ଭଙ୍ଗାରୁଜା ପାର୍ଶ୍ୱଗୁଡ଼ିକ ଷ୍ଟାଡିୟମ ପାଇଁ ଭାରୀ ପଡ଼ିଛି। ଫାଓ ଲିଗ୍‌ର ପ୍ରଥମ ଡିଭିଜନ ମ୍ୟାଚ୍‌ ଏବେ ଚାଲିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ରଣଜୀ ସିଜନର ୫ଟି ମ୍ୟାଚ୍‌ ମଧ୍ୟ ଓଡ଼ିଶାରେ ହେବ । ଏଥିରୁ କିଛି ମ୍ୟାଚ୍‌ ବାରବାଟୀରେ ଆୟୋଜନ ହେବାର ଆଶା ମଧ୍ୟ ରହିଛି । ଏପରି ପରିସ୍ଥିତିରେ ବାରବାଟୀରେ ଏତାଦୃଶ ଅବସ୍ଥା କ୍ରୀଡ଼ା ପରିବେଶକୁ ନଷ୍ଟ କରୁଛି ବୋଲି କ୍ରୀଡ଼ାପ୍ରେମୀ କହିଛନ୍ତି । ଓସିଏର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଷ୍ଟାଡିୟମର ରକ୍ଷଣାବେକ୍ଷଣ ଓସିଏ କରୁଥିଲା । ଏବେ ଓସିଏ ଅର୍ଥାଭାବରେ ଅଛି । ଏଣୁ ଅତିକମରେ ଅଲିମ୍ପିକ ଆସୋସିଏଶନ ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri