ବିପଦରେ ଗୋସମ୍ପଦ

ରୂପ୍‌ସା, ୬।୯-ବାଲେଶ୍ୱର ଜିଲା ସଦର ବ୍ଲକରେ ଗୋସମ୍ପଦ ଏବେ ବିପଦରେ। ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ ଡାକ୍ତର, ନିରୀକ୍ଷକ ଓ ଆଟେଣ୍ଡାଣ୍ଟ ପଦବୀ ଫାଙ୍କା ପଡ଼ିଛି। ଫଳରେ ପ୍ରାଣୀ ଚିକିତ୍ସା ଓ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ରୂପ୍‌ସା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଉଦାହରଣ ଭାବେ ନିଆଯାଇପାରେ। ୨୦୧୦ରୁ ଏହି ଚିକିତ୍ସାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏଯାବତ୍‌ ଏହା ସମ୍ପୂର୍ଣ୍ଣ ହୋଇପାରିନାହଁି। ବିଭାଗୀୟ ଅପାରଗତା ପାଇଁ ସ୍ଥାନୀୟ ବାସିନ୍ଦା ଦାୟୀ କରିଛନ୍ତି।
ସଦର ବ୍ଲକର ୩୭ଟି ପଞ୍ଚାୟତ ମଧ୍ୟରୁ ରୂପ୍‌ସା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ୨୧, ରସାଳପୁର ଚିକିତ୍ସାଳୟ ଅଧୀନରେ ୧୫ ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଗୋଟିଏ ପଞ୍ଚାୟତ ରହିଛି। ରୂପ୍‌ସା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ୨୧ ପଞ୍ଚାୟତ ପାଇଁ ହଳଦୀପଦା, ଶ୍ରୀରାମପୁର, ସାର୍ଥା, ଛାନୁଆ, ମାଣିକୁଲା, ପରିକ୍ଷୀ ଓ କୁଡ଼ିଆ ଆଦି ସ୍ଥାନରେ ୭ଟି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ରହିଛି। ଏହି ସମସ୍ତ କେନ୍ଦ୍ରରେ କୌଣସି ଆଟେଣ୍ଡାଣ୍ଟ ନାହାନ୍ତି। ପରିକ୍ଷୀ କେନ୍ଦ୍ରରେ ନିରୀକ୍ଷକ ମଧ୍ୟ ନାହାନ୍ତି। ରୂପ୍‌ସା ମୁଖ୍ୟ ଚିକିତ୍ସାଳୟରେ ଜଣେ ଭିଏଏସ୍‌ ଓ ଜଣେ ଆଟେଣ୍ଡାଣ୍ଟ ଥିବା ବେଳେ ଜଣେ ପ୍ରାଣୀଧନ ନିରୀକ୍ଷକ ଓ ଜଣେ ଆଟେଣ୍ଡାଣ୍ଟଙ୍କ ପଦବୀ ଦୀର୍ଘଦିନ ହେଲା ଫାଙ୍କା ପଡ଼ିଛି। ଏଠାରେ ନିର୍ମିତ ହୋଇଥିବା ପୁରୁଣା ଆଜବେଷ୍ଟସ ଛପର ବିଶିଷ୍ଟ ଗୋଦାମଘର ଓ କାର୍ଯ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ୨୦୧୦-୧୧ ବର୍ଷ ଆର୍ଥିକ ବର୍ଷରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଆର୍‌ଆଇଡିଏଫ୍‌ ଯୋଜନାରେ ନୂତନ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୯ବର୍ଷ ବିତିଯାଇଥିଲେ ହେଁ ଏଯାବତ୍‌ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହଁି। ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ମନମୁଖି କାର୍ଯ୍ୟ ପାଇଁ ଚିକିତ୍ସାଳୟର ଅବସ୍ଥା ବଦଳି ପାରିନାହଁି।
ତଥ୍ୟ ଅନୁଯାୟୀ ରୂପ୍‌ସା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଗୋସମ୍ପଦ ୩୭,୭୪୯, ଛେଳି ୨୧,୩୯୩ ଓ କୁକୁଡ଼ା ୭୧,୬୧୨ ରହିଛନ୍ତି। ପ୍ରାଣୀଧନ ନିରୀକ୍ଷକ, ଆଟେଣ୍ଡାଣ୍ଟଙ୍କ ଅଭାବ ଯୋଗୁ ଚିକିତ୍ସା ସେବା ଠିକ୍‌ ଭାବେ ଯୋଗାଇ ଦିଆଯାଇ ପାରୁନାହଁି। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରେ ସମସ୍ତ ପଞ୍ଚାୟତ ମଧ୍ୟ ସାମିଲ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ଗୋରୁଙ୍କୁ ବଜବଜିଆ, ସାହାଣ, ଫାଟୁଆ, ଛେଳିବସନ୍ତ, ଛେଳିମଡ଼କ, ଆନ୍ତ୍ରିକ ଜ୍ୱର ଟିକାକରଣରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି।
ଏ ସମ୍ପର୍କରେ ପ୍ରାଣୀ ଚିକିତ୍ସିକ ଡା. ସତ୍ୟନାରାୟଣ ପୃଷ୍ଟିଙ୍କୁ ଯୋଗାଯୋଗ କରାଯିବାରୁ ସମସ୍ତ ସମସ୍ୟା ସତ୍ତ୍ୱେ ଛେଳି, କୁକୁଡ଼ା, ଗୋ ଚାଷୀଙ୍କୁ ନେଇ ଆବଶ୍ୟକ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହେଉଛି। ସମସ୍ତ ପଞ୍ଚାୟତରେ ପ୍ରାଣୀ ଚିକିତ୍ସା ଓ ଭ୍ରାମ୍ୟମାଣ ସେବା ଯୋଗାଇ ଦେବା ପାଇଁ ସର୍ବଦା ପଦକ୍ଷେପ ନିଆଯାଉଛି। ଫାଙ୍କା ପଡ଼ିଥିବା ଆଟେଣ୍ଡାଣ୍ଟ ପଦବୀ ପୂରଣ ହେଲେ ଆହୁରି ସୁବିଧା ଉପଲବ୍ଧ ହୋଇପାରିବ।

(ବାଞ୍ଛାନିଧି ଦେ)


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri