ବିନା ଲାଇସେନ୍ସରେ ଚାଲିଛି କରତକଳ :ଧ୍ୱଂସପାଉଛି ଗ୍ରାମ୍ୟ ଜଙ୍ଗଲ

ବାଲିଆପାଳ, ୨୪ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଏବେ କରତକଳମାନ ଚାଲୁଛି। ଫଳରେ ଗ୍ରାମ୍ୟଜଙ୍ଗଲ ଦିନକୁ ଦିନ ଧ୍ୱଂସ ହେବା ସହ ସମୁଦ୍ରକୂଳ ଝାଉଁ ଜଙ୍ଗଲ ଶେଷ ହେବାକୁ ବସିଲାଣି। କରତକଳଗୁଡିକୁ ବନ୍ଦ ରଖିବା ନିମନ୍ତେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଅସାଧୁ କାଠ ମାଫିଆ ଓ କରତକଳ ମାଲିକମାନେ ବନ ବିଭାଗ କର୍ମଚାରୀଙ୍କ ସହିତ ସଲାସୁତୁରା କରି ସ୍ପଷ୍ଟ ଦିବାଲୋକରେ କରତକଳ ଚଳାଇଛନ୍ତି। ଏଥିଯୋଗୁ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିଲେ ମଧ୍ୟ ପ୍ରଶାସନ ନୀରବ ରହିବା ଉଦ୍‌ବେଗର କାରଣ ହୋଇଛି।
ପୂର୍ବରୁ ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀ ଅବବାହିକା ଓ ବଙ୍ଗୋପସାଗର କୂଳ ସରକାରୀ ଗ୍ରାମ୍ୟ ଜଙ୍ଗଲ, ରକ୍ଷିତ ଜଙ୍ଗଲ, ଗୋଚର, ଅନାବାଦୀ ଜାଗାମାନଙ୍କରେ ସରିସା, ଆମ୍ବ, ଜାମୁ, ଅର୍ଜୁନ, ନିଦ୍ରାବତୀ, ନିମ୍ବ, ପଣସ, ଶିମିଳି ଆଦି ଗଛ ଭରପୂର ହୋଇ ରହିଥିଲା। ଗରିବ ଲୋକେ ଜଙ୍ଗଲରୁ ଶୁଖିଲା ଜାଳେଣି କାଠ ସଂଗ୍ରହ କରି ରୋଷେଇ ବାସ କରୁଥିଲେ। ତାହାଛଡା ଉତ୍ସବ ଆଦି ସାର୍ବଜନୀନ କାର୍ଯ୍ୟରେ ଜଙ୍ଗଲ କାଠକୁ ବ୍ୟବହାର କରୁଥିଲେ। ମାତ୍ର ଦୀର୍ଘ କେତେବର୍ଷ ହେବ ବାଲିଆପାଳ ବ୍ଲକର କାଳିପଦା, ସିମୁଳିଆ, ଦାନ୍ତୁଣିଦା, ବ୍ଲକ ଛକ, ଲଙ୍ଗଳେଶ୍ୱର, ମାନ୍ଧାତାବଜାର, ପଞ୍ଚୁପାଲି ଆଦି ସ୍ଥାନରେ ବେଆଇନ ଭାବେ କରତକଳ ଗଢିଉଠିବାରୁ ଗ୍ରାମ୍ୟ ଜଙ୍ଗଲ ଏବେ ଧ୍ୱଂସ ହୋଇଚାଲିଛି। କାଠ ମାଫିଆ ଓ କରତକଳ ମାଲିକମାନେ ଚୋରାରେ ଦୈନନ୍ଦିନ ଟ୍ରକ ଓ ଟ୍ରାକ୍ଟର ଯୋଗେ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ସୁବର୍ଣ୍ଣରେଖା ଦ୍ୱିତୀୟ ସେତୁ, ପନ୍ତେଇ ଫେରିଘାଟ, ବଙ୍ଗୋପସାଗର ଡଗରା ଚୌମୁଖ ଦେଇ ଏହି ଚୋରାକାଠ ଯାଉଛି। ସ୍ଥାନୀୟ ପୋଲିସ କରତକଳ ମାଲିକଙ୍କୁ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ସାମାଜିକ ବନୀକରଣ ଯୋଜନାରେ ଯେଉଁ ଜଙ୍ଗଲ ସୃଷ୍ଟି କରାଯାଇଛି, କାଠ ମାଫିଆମାନେ ସମ୍ପୃକ୍ତ ଅଞ୍ଚଳର ମୁଷ୍ଟିମେୟ ଲୋକଙ୍କୁ ହାତ କରି ଜଙ୍ଗଲରୁ ଝାଉଁ, ଆକାଶିଆ, ଶାଗୁଆନ, ଶିଶୁ ପଟାସ ଆଦି ମୂଲ୍ୟବାନ କାଠକୁ କାଟି ଚୋରାରେ ବାହାରକୁ ପଠାଉଛନ୍ତି। ଏନେଇ ବାଲେଶ୍ୱର ଡିଏଫ୍‌ଓଙ୍କୁ ଯୋଗାଯୋଗ କରିବାରୁ ଆଇନ ଉଲ୍ଲଂଘନ ହେଉ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନତା ମୋର ଷ୍ଟାର ପ୍ରଚାରକ: ରାଜେନ୍ଦ୍ର

ଭଦ୍ରକ ଅଫିସ, ୧୮।୧୦:ଧାମନଗର ଉପନିର୍ବାଚନ ପାଇଁ ବିଜେଡି ବିଦ୍ରୋହୀ ତଥା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା ନିଷ୍ପତ୍ତିରେ...

ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବେ ବାଚସ୍ପତି

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ବିଧାନ ଭବନରେ ଆସନ୍ତା ୧୮ରେ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ(ଭାରତ ଅଞ୍ଚଳ) ସମ୍ମିଳନୀ ଆୟୋଜିତ ହେବ। ଏହି ସମ୍ମିଳନୀରେ ଓଡ଼ିଶା ବିଧାନସଭାର...

ଚାନ୍ଦିପୁର ହେବ ମଡ଼େଲ୍‌ ବେଳାଭୂମି

ବାଲେଶ୍ୱର ଅଫିସ, ୨୨।୪ ଓଡ଼ିଶାର ଶ୍ରେଷ୍ଠ ମଡ଼େଲ୍‌ ବେଳାଭୂମି ଭାବେ ପରିଗଣିତ ହେବ ବାଲେଶ୍ୱରର ଚାନ୍ଦିପୁର। ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକ ଦୁଇ କି.ମି. ମେରାଇନ୍‌...

ଜମି ଦେବାକୁ କହି କୋଟିଏରୁ ଊର୍ଦ୍ଧ୍ୱ ଠକେଇ: ଅଭିଯୁକ୍ତ ରଶ୍ମିରଞ୍ଜନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଜଣେ ପେସାଦାର ଠକଙ୍କୁ କ୍ରାଇମବ୍ରାଞ୍ଚର ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରଶ୍ମିରଞ୍ଜନ ଦାସ। ସେ ନିଜକୁ ଆର୍‌ଡି ଗ୍ରୁପ୍‌ ଅଫ୍‌...

୭.୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଜଗତ୍‌ସିଂହପୁର ଅଫିସ, ୮ା୧୨: ଜଗତ୍‌ସିଂହପୁର ସହରରେ ବ୍ରାଉନ ସୁଗାର ରାକେଟ୍‌ ସକ୍ରିୟ ରହିଛି। ଅତୀତରେ ପୃଥକ୍‌ ସ୍ଥାନରେ ଚଢାଉ ହୋଇଥିଲେ ସୁଦ୍ଧା ଆଶାଜନକ ସଫଳତା ମିଳିପାରି...

କୋଭିଡ-୧୯ ମହାମାରୀ ମୁକାବିଲା: ଡାକ୍ତର, ସ୍ବାସ୍ଥ୍ୟକର୍ମାଙ୍କ ସେବାକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ-୧୯)ର ପ୍ରକୋପ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର...

୭୫୫୬ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଡ୍‌ ଟିକା

ଖୋର୍ଦ୍ଧା ଅଫିସ,୬ା୧: କୋଭିଡ୍‌-୧୯ ଟିକାକରଣ ପାଇଁ ଟାସ୍କଫୋର୍ସ କମିଟିର ତୃତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ...

କରୋନାରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକଙ୍କ ପରଲୋକ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଆଲବମ୍‌ ଓ ଓଡ଼ିଆ ଜଗତର ବେଶ୍‌ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। କଟକ...

Advertisement
Archives

Model This Week