ବିନା ପରମିଟ୍‌ରେ ଚାଲୁଥିବା ସ୍କୁଲ ବସ୍‌ ଜବତ

ଢେଙ୍କାନାଳ ଅଫିସ, ୩ା୧୦ – ଢେଙ୍କାନାଳ ଜିଲା ଗୋବିନ୍ଦପୁର ଅଞ୍ଚଳର ଜଣେ ମହିଳାଙ୍କ ନାମରେ ଥିବା ସ୍କୁଲ ବସ୍‌ ବିନା ପରମିଟରେ ଚାଲୁଥିବା ଅଭିଯୋଗରେ ଆଞ୍ଚଳିକ ପରିବହନ ଅଧିକାରୀ ଓ କର୍ମଚାରୀମାନେ ଏହାକୁ ଜବତ କରିଛନ୍ତି। ଏ ବାବଦରେ ୨୨ହଜାର ଟଙ୍କା ଜରିମାନା କରାଯାଇଛି। ଘଟଣା ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରମିଟ ଏବଂ ସୁରକ୍ଷା ବ୍ୟବସ୍ଥା ନ ଥିବା ସତ୍ତ୍ୱେ ବସ୍‌କୁ କିପରି ସ୍କୁଲ ପିଲାଙ୍କୁ ନେବା ଆଣିବା ପାଇଁ ବ୍ୟବହାର କରାଯାଉଥିଲା ସେ ସମ୍ପର୍କରେ ଉତ୍ତର ରଖିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଛି ା
ଏହି ଘଟଣା ନଜରକୁ ଆସିବା ପରେ ବିଭିନ୍ନ ସ୍କୁଲରେ ଚାଲୁଥିବା ସ୍କୁଲ ବସ୍‌ ଗୁଡିକୁ ଯାଞ୍ଚ ପାଇଁ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ଦେଖାଯାଇଛି। ଏପରିକି ଖୋଦ ବିଭାଗୀୟ କାର୍ଯ୍ୟାଳୟରେ ଭଡା ସୂତ୍ରରୁ ଲାଗିଥିବା ଏକ ବୋଲେରୋର ମାଲିକାନା ବାବଦରେ ଅଧିକାରୀଙ୍କୁ ଜଣା ନ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ଖୋଳତାଡ କରି ମାଲିକଙ୍କ ସମ୍ପର୍କରେ ଅବଗତ ହେବାପରେ ଆଞ୍ଚଳିକ ପରିବହନ ଅଧିକାରୀ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାପାଇଁ ନୋଟିସ ଜାରି କରିଥିବା ସୂଚନା ଦିଆଯାଇଛି। ଏଥିସହିତ ବୁଧବାର କାର୍ଯ୍ୟାଳୟ ନିକଟରେ ଥିବା ସମସ୍ତ ଦୋକାନ ଏବଂ ଚାଳିଆକୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଉଚ୍ଛେଦ କରାଯାଇଛି ା ଅପରାହ୍ନରେ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ୨ଟି ନୂତନ ସୂଚନା କିଓକ୍ସ ମେଶିନ ଲଗାଯାଇଛି ା ଏହାର ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହେବ। ଏହି କିଓସ୍କ ସାହାଯ୍ୟରେ ଯେଉଁମାନେ ଲାଇସେନ୍ସ କିମ୍ବା ଗାଡି ପଞ୍ଜିକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆବେଦନ କରିଥିବେ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ ା ଏପରିକି ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିବାର ସୁବିଧା ରହିଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀବତ୍ସ ଦଳେଇ ସୂଚନା ଦେଇଛନ୍ତି। ପ୍ରାୟ ୪ ମାସ ତଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ମେଶିନ ସ୍ଥାପନ ହେବା କଥା। ସେହିପରି ବର୍ତ୍ତମାନ ସୁଦ୍ଧା ଜିଲାରେ ଲର୍ନିଂ ଲାଇସେନ୍ସ ୧୨୦୫୬ ଜଣ ଆବେଦନ କରିଥିବା ବେଳେ ୪୦୧୧ ଜଣଙ୍କୁ ପ୍ରଦାନ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ୧୯୬୨୯ଜଣ ଆବେଦନ କରିଥିବା ବେଳେ ୧୪୪୯ ଜଣଙ୍କୁ ପ୍ରଦାନ କରାଯାଇଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri