ବିନା ପରମିଟ୍‌ରେ ଚାଲୁଥିବା ସ୍କୁଲ ବସ୍‌ ଜବତ

ଢେଙ୍କାନାଳ ଅଫିସ, ୩ା୧୦ – ଢେଙ୍କାନାଳ ଜିଲା ଗୋବିନ୍ଦପୁର ଅଞ୍ଚଳର ଜଣେ ମହିଳାଙ୍କ ନାମରେ ଥିବା ସ୍କୁଲ ବସ୍‌ ବିନା ପରମିଟରେ ଚାଲୁଥିବା ଅଭିଯୋଗରେ ଆଞ୍ଚଳିକ ପରିବହନ ଅଧିକାରୀ ଓ କର୍ମଚାରୀମାନେ ଏହାକୁ ଜବତ କରିଛନ୍ତି। ଏ ବାବଦରେ ୨୨ହଜାର ଟଙ୍କା ଜରିମାନା କରାଯାଇଛି। ଘଟଣା ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରମିଟ ଏବଂ ସୁରକ୍ଷା ବ୍ୟବସ୍ଥା ନ ଥିବା ସତ୍ତ୍ୱେ ବସ୍‌କୁ କିପରି ସ୍କୁଲ ପିଲାଙ୍କୁ ନେବା ଆଣିବା ପାଇଁ ବ୍ୟବହାର କରାଯାଉଥିଲା ସେ ସମ୍ପର୍କରେ ଉତ୍ତର ରଖିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଛି ା
ଏହି ଘଟଣା ନଜରକୁ ଆସିବା ପରେ ବିଭିନ୍ନ ସ୍କୁଲରେ ଚାଲୁଥିବା ସ୍କୁଲ ବସ୍‌ ଗୁଡିକୁ ଯାଞ୍ଚ ପାଇଁ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ଦେଖାଯାଇଛି। ଏପରିକି ଖୋଦ ବିଭାଗୀୟ କାର୍ଯ୍ୟାଳୟରେ ଭଡା ସୂତ୍ରରୁ ଲାଗିଥିବା ଏକ ବୋଲେରୋର ମାଲିକାନା ବାବଦରେ ଅଧିକାରୀଙ୍କୁ ଜଣା ନ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ଖୋଳତାଡ କରି ମାଲିକଙ୍କ ସମ୍ପର୍କରେ ଅବଗତ ହେବାପରେ ଆଞ୍ଚଳିକ ପରିବହନ ଅଧିକାରୀ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାପାଇଁ ନୋଟିସ ଜାରି କରିଥିବା ସୂଚନା ଦିଆଯାଇଛି। ଏଥିସହିତ ବୁଧବାର କାର୍ଯ୍ୟାଳୟ ନିକଟରେ ଥିବା ସମସ୍ତ ଦୋକାନ ଏବଂ ଚାଳିଆକୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଉଚ୍ଛେଦ କରାଯାଇଛି ା ଅପରାହ୍ନରେ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ୨ଟି ନୂତନ ସୂଚନା କିଓକ୍ସ ମେଶିନ ଲଗାଯାଇଛି ା ଏହାର ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହେବ। ଏହି କିଓସ୍କ ସାହାଯ୍ୟରେ ଯେଉଁମାନେ ଲାଇସେନ୍ସ କିମ୍ବା ଗାଡି ପଞ୍ଜିକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆବେଦନ କରିଥିବେ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ ା ଏପରିକି ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିବାର ସୁବିଧା ରହିଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀବତ୍ସ ଦଳେଇ ସୂଚନା ଦେଇଛନ୍ତି। ପ୍ରାୟ ୪ ମାସ ତଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ମେଶିନ ସ୍ଥାପନ ହେବା କଥା। ସେହିପରି ବର୍ତ୍ତମାନ ସୁଦ୍ଧା ଜିଲାରେ ଲର୍ନିଂ ଲାଇସେନ୍ସ ୧୨୦୫୬ ଜଣ ଆବେଦନ କରିଥିବା ବେଳେ ୪୦୧୧ ଜଣଙ୍କୁ ପ୍ରଦାନ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ୧୯୬୨୯ଜଣ ଆବେଦନ କରିଥିବା ବେଳେ ୧୪୪୯ ଜଣଙ୍କୁ ପ୍ରଦାନ କରାଯାଇଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଶିରୀ ହରାଇଛି ଶିକ୍ଷାନୁଷ୍ଠାନ

ଗଁଦିଆ, ୨୭।୯: ସମୃଦ୍ଧ ହେବ ଶିକ୍ଷାବ୍ୟବସ୍ଥା। ଭୟମୁକ୍ତ ବାତାବରଣ ମଧ୍ୟରେ ପଢ଼ିବେ ପିଲାଏ। କ୍ୟାମ୍ପସରେ ଉପଲବ୍ଧ ହେବ ଅତ୍ୟାଧୁନିକ ଲାବୋରେଟୋରି, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା। ଦକ୍ଷ କ୍ରୀଡ଼ାବିତ୍‌...

ଡିଜେ ସାଉଣ୍ଡରେ କମ୍ପିଲା ଭାପୁର

ଭାପୁର,୧୮।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ଗ୍ରାମରେ ଚାଲିଥିବା ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ ବୁଧବାର ଧୁମଧାମରେ ପାଳିତ ହୋଇଛି। ନିର୍ଦ୍ଧାରିତ...

ବ୍ରାହ୍ମଣୀ ତଟରେ ମେଣ୍ଟୁନି ଶୋଷ

ଭୁବନ, ୨୨।୪ ସହରଠାରୁ ଅନତି ଦୂରରେ ପ୍ରବାହିତ ହେଉଛି ବ୍ରାହ୍ମଣୀ। ଓଡ଼ିଶାର ଏହି ଦ୍ୱିତୀୟ ବୃହତ୍ତମ ନଦୀ ପରିପୁଷ୍ଟ କରୁଛି ଜନଜୀବନକୁ। ଏଠାରୁ ଟଣା ହୋଇଯାଉଥିବା...

ବୃତ୍ତି ଚିନ୍ତାରେ ବନବାସୀ

କାମାକ୍ଷାନଗର, ୬।୧(ଡି.ଏନ.ଏ.) – ବଣଡଙ୍ଗରରେ ଜୀବନ। ହିଂସ୍ରଜନ୍ତୁ ସହ ମୁହାଁମୁହିଁ । ଜୀବିକା ପାଇଁ ଜୀବନ ଲାଗୁଛି ବାଜି। ଏହା ସତ୍ତ୍ୱେ ମିଳୁନି ପାରିଶ୍ରମିକ। ଶାଗମାଛ...

ନରହନ୍ତା ହାତୀ ଦଳରେ ମିଶିଲା

ଢେଙ୍କାନାଳ ଅଫିସ,୧୦ା୧: ଅନୁଗୋଳ ଜିଲାରେ ୪ଟି ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳ ଜିଲାରେ ପ୍ରବେଶ କରି ସୋମବାର ହିନ୍ଦୋଳ ରେଞ୍ଜ ତର୍କାବେଡା ଜଙ୍ଗଲରେ ଏକ...

କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪ ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ...

ସୁସ୍ଥ ହେଲେ ହକି ଖେଳାଳି

ଢେଙ୍କାନାଳ ଅଫିସ, ୧୧ା୩ ଢେଙ୍କାନାଳ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଦ୍ୱିତୀୟ ନାଭାଲ ଟାଟା ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୭ ମହିଳା ହକି ଖେଳାଳି ଗ୍ୟାସ୍‌ଟ୍ରାଇଟ୍‌ର ଶିକାର...

ହାତୀ ସହ ସେଲ୍‌ଫି ନେବାକୁ ବଢ଼ୁଛି ଉଦ୍ୟମ

ଢେଙ୍କାନାଳ,୧୬ା୯(ରତନ ନାୟାର): ଢେଙ୍କାନାଳ ଜିଲାର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ଅନେକ ସମୟରେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର...

Advertisement
Archives

Model This Week