ବିନାନୁମତିରେ କାଟିଦେଲେ ଶତାଧିକ ଗଛ

କାଳିଆପାଣି,୯ା୨(ଡିଏନଏ): ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇ ପୃଥିବୀ ଧ୍ୱଂସ ହେବାକୁ ବସିଥିବାବେଳେ ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ସଂରକ୍ଷିତ ଜଙ୍ଗଲରୁ ବେଆଇନଭାବେ ଶହଶହ ଗଛ କଟାଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସୁକିନ୍ଦା ବନଖଣ୍ଡ ଅଧୀନରେ ରହିଥିବା କାଙ୍କଡ଼ପାଳ ପଞ୍ଚୟତର ଭାଲୁକିପାତଳା ଗ୍ରାମ ସଂରକ୍ଷିତ କାଜୁ ଜଙ୍ଗଲରୁ ଲଗାତରଭାବେ ଦୁର୍ବୃତ୍ତମାନେ ଗଛ କାଟି ନେଉଛନ୍ତି। ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାଲୁକିପାତଳା ଗ୍ରାମ ନିକଟରେ ଏକ କାଜୁ ଉଦ୍ୟାନ ରହିଥିଲା। ଯେଉଁଥିରେ ହଜାର ହଜାର କାଜୁ ଗଛ ୫୦ ହେକ୍ଟର ଜମିରେ ରହିଥିଲା। ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ତାହାକୁ ନିଲାମ କରାଯାଇ ଲକ୍ଷାଧିକ ଟଙ୍କା ରାଜସ୍ବ ସରକାରଙ୍କ ତହବିଲକୁ ଯାଉଥିଲା। ଏହି କାଜୁ ଗଛରୁ ପଡ଼ୁଥିବା ପତର ଗୋଟାଇ ସ୍ଥାନୀୟ ଗ୍ରାମବାସୀ ଜଳେଣିଭାବେ ବ୍ୟବହାର କରୁଥିଲେ। ଏଥିସହ ଏହି ଗଛ ଅଞ୍ଚଳରେ ଏକ ସବୁଜ ବଳୟ ସୃଷ୍ଟି କରୁଥିଲା। ତେବେ ଓଡ଼ିଶା ଖଣି ନିଗମ ପକ୍ଷରୁ କାଳିଆପାଣି ପଞ୍ଚୟତର ପୁରୁଣାପାଣି ଗ୍ରାମବାସୀଙ୍କୁ ୫ବର୍ଷ ପୂର୍ବେ ସେହି ଅଞ୍ଚଳକୁ ବିସ୍ଥାପିତ କରାଯାଇଛି। ସମସ୍ତ ପରିବାରକୁ ୨ ଗୁଣ୍ଠ ଜମିପଟ୍ଟା ଦେବା ସହ ଘର କରିବାକୁ ପରିବାର ପିଛା ଆର୍ଥତ୍କ ସହଯୋଗ ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ ବିସ୍ଥାପିତମାନେ ଧିରେଧିରେ ସେହି ଅଞ୍ଚଳରୁ କାଜୁ ଗଛ କାଟି ପଦା କରିବାରେ ଲାଗିଛନ୍ତି। କିଛିଦିନ ହେବ ସେମାନେ କାଜୁ ଗଛ କାଟୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଇ ନ ଥିଲା। ଫଳରେ ଧିରେଧିରେ ଶହଶହ ଗଛ କାଟି ଅଞ୍ଚଳକୁ ପଦା କରି ଦେଇଥିଲେ। ଗୁରୁବାର ମଧ୍ୟ ୫୦ରୁ ଊର୍ଦ୍ଧ୍ୱ ଗଛ କାଟି ତଳେ ପକାଇ ଦେଇଥିଲେ। ଏହି ଖବରପାଇ ଭାଲୁକିପାତଳା ଗ୍ରାମର ବହୁ ମହିଳା ଓ ପୁରୁଷ କଟାଯାଇଥିବା ସ୍ଥାନରେ ପହଞ୍ଚତ୍ଥିଲେ। ପଚାରାଉଚରା କରିବାରୁ ବିସ୍ଥାପିତ ପରିବାରଗୁଡ଼ିକ ଏକ ଖେଳ ପଡ଼ିଆ କରିବାକୁ ଏପରି କରିଥିବା ପ୍ରକାଶ କରିଥିଲେ। ଭାଲୁକିପାତଳା ବନ ସୁରକ୍ଷା ସମିତି ବିସ୍ଥାପିତ ଗ୍ରାମବାସୀ ଏପରି କାହିଁକି କରିଥିବା ନେଇ ସେମାନଙ୍କୁ ପ୍ରଶ୍ନ କରିଥିଲେ ହେଁ ସେମାନେ କୌଣସି ଉତ୍ତର ଦେଇ ନ ଥିଲେ। ପରେ ଭାଲୁକିପାତଳା ଗ୍ରାମବାସୀମାନେ ମିଳିତଭାବେ କାଳିଆପାଣି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ କଟାଯାଇଥିବା କାଜୁ ଗଛ ଜବତ କରିଥିବାବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ସୁକିନ୍ଦା ବନ ବିଭାଗ ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କୁ ପଚାରିବାରୁ, ଗଛ କାଟିବା ଏକ ଅପରାଧ। ଯଦି ସେପରି କୌଣସି ସ୍ଥାନରେ କଟାଯାଇଛି, ତେବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାରେଜରୁ ଚୋରି କରି ବନ୍ଧା ହେଲେ

ଝାରସୁଗୁଡ଼ା ଅଫିସ,୧୫।୭: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅଧୀନ ଯୋବ ଛକର ଏକ ଗ୍ୟାରେଜରୁ ଚୋରି ଅଭିଯୋଗରେ ଗଙ୍ଗାନଗର ଅଞ୍ଚଳର ମହମ୍ମଦ ସକିଲ (୨୨)ଙ୍କୁ ପୋଲିସ...

ରାଜପଥରେ ସିରିଜ୍‌ ଦୁର୍ଘଟଣା

କୋକସରା,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ବ୍ଲକ କାଉଡୋଲା ଛକ ନିକଟରେ ରବିବାର ସାରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ବକୁଳବନର ପୁନରୁଦ୍ଧାର ପାଇଁ ଶପଥ

ସାକ୍ଷୀଗୋପାଳ,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ସତୀର୍ଥମାନଙ୍କ ଦ୍ୱାରା ନିର୍ମିତ ମଣିଷ ତିଆରି କାରଖାନା, ସେବା, ସଂସ୍କାର ଓ ସାହିତ୍ୟ ସାଧନାରେ ପରିପୁଷ୍ଟ ଓଡ଼ିଶାର...

ପୁରୀରୁ ଫେରି ପାରୁ ନାହାନ୍ତି ୩୫ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପୁରୀ ଜିଲାକୁ ଦାଦନ ଖଟିବାକୁ ଯାଇ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି।...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ବିଏମ୍‌ସିର ୬ ଦୋକାନ ସିଲ୍‌

ବ୍ରହ୍ମପୁର ଅଫିସ,୧୯ା୬- କରୋନା ମୁକାବିଲା ନେଇ ଘୋଷିତ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ୬ ଦୋକାନକୁ ସିଲ କରିଛି ପ୍ରଶାସନ। ବ୍ରହ୍ମପୁର ମହାନଗର ନିଗମ...

ଚିନ୍ତା ବଢ଼ାଉଛି ଟ୍ରାଫିକ ସମସ୍ୟା

୧୯୬୪ ମସିହାରେ ବାଲେଶ୍ୱର ସଦର ମହକୁମାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ବାଲେଶ୍ୱର ପୌରାଞ୍ଚଳ। ୧୯୯୨ ମସିହା ପର୍ଯ୍ୟନ୍ତ ଏହି ପୌରାଞ୍ଚଳରେ ୨୬ ଟି...

ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରା: ଏକାଠି ହେଲେ ୬୦ ମେଢ଼

ପୁରୀ ଅଫିସ, ୭।୧୦: ଶ୍ରୀକ୍ଷେତ୍ରରେ ଶୁକ୍ରବାର ପ୍ରସିଦ୍ଧ ଗୋଷାଣୀ ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ସିଂହଦାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ...

ଦେବୀନଦୀରୁ ପ୍ରଥମ ପାଣି ପହଞ୍ଚିଲା

ବାଲିକୁଦା,୨୭ା୯(ସ୍ବ.ପ୍ର.):୨୦୧୮ରୁ ଆମ୍ବଶାଳରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରଳଳ୍ପ ଡିସେମ୍ବରରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ପ୍ରକଳ୍ପ...

Advertisement
Archives

Model This Week