ବିଧାୟକଙ୍କୁ ବାଚସ୍ପତିଙ୍କ ପରାମର୍ଶ, ଗ୍ରନ୍ଥାଗାରରେ ଅଧ୍ୟୟନ କର

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ବିଧାୟକମାନେ ବିଧାନସଭା ଗ୍ରନ୍ଥାଗାରରେ ଅଧ୍ୟୟନ କରନ୍ତୁ। ଅଧିବେଶନ ଚାଲିଥିବା ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରନ୍ତୁ। ଏହାଦ୍ୱାରା ଜନ ପ୍ରତିନିଧିମାନେ ଅଧିକ ଦକ୍ଷ ଓ ପାରଦର୍ଶୀ ହୋଇପାରିବେ। ଶନିବାର ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କ ପାଇଁ ଆୟୋଜିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପନୀ ଦିବସରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା କହିଛନ୍ତି।

ସୂର୍ଯ୍ୟ କହିଥିଲେ ଯେ, ଜନପ୍ରତିନିଧି ଅଧିକ ଦକ୍ଷ ହୋଇପାରିଲେ ଲୋକମାନଙ୍କ ଆଶା, ଆକାଂକ୍ଷାକୁ ଅଧିକ ମାତ୍ରାରେ ପୂରଣ କରିପାରିବେ। ଗୃହ ପରିଚାଳନା ବିଧିବ୍ୟବସ୍ଥା, ଆଇନ ପ୍ରଣୟନ, ବଜେଟ୍‌ ପ୍ରସ୍ତୁତି, ବିଶେଷ ଅଧିକାର, ବୈଧାନିକ ପ୍ରଥା, ପରମ୍ପରା ସମ୍ପର୍କରେ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଣ ନିଶ୍ଚିତ ଉପାଦେୟ ହେବ ବୋଲି ସୂର୍ଯ୍ୟ କହିଥିଲେ। ସେହିପରି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସମସ୍ତଙ୍କ ପାଇଁ ଉପାଦେୟ। ନବାଗତ ଏଥିରୁ ଜ୍ଞାନ ଅର୍ଜନ କରିଥିବା ବେଳେ ବରିଷ୍ଠମାନେ ଅଭିଜ୍ଞତା ବାଣ୍ଟିଛନ୍ତି। ଏହା ନିଶ୍ଚିତ ରୂପେ ଜନ ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ପ୍ରମିଳା କହିଛନ୍ତି। ପ୍ରଥମାର୍ଦ୍ଧରେ ଲୋକ ସଭା ସଚିବାଳୟ ନିର୍ଦ୍ଦେଶକ(ପିଆରଆଇଡିଇ) ପୁଲିନ୍‌ ପୁନିଆ ଏବଂ କୃଷିମନ୍ତ୍ରୀ ଅରୁଣ ସାହୁ ବକ୍ତବ୍ୟ ରଖିଥିଲେ। ଉଭୟେ କିଭଳି ପ୍ରଭାବୀ ବିଧାୟକ ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବିଧାନସଭାର ବଜେଟ୍‌ ପ୍ରକ୍ରିୟା ବିଷୟରେ ଲୋକ ସଭା ସଚିବାଳୟ ନିର୍ଦ୍ଦେଶକ ଏମ୍‌.କେ. ମଧୁସୂଦନ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଆଲୋଚନା କରିଥିଲେ। ଦ୍ୱିତୀୟାର୍ଦ୍ଧରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ନିର୍ଦ୍ଦେଶକ ପି. ପୁନିଆ ମତ ରଖିଥିଲେ। ଶେଷ ପର୍ଯ୍ୟାୟରେ ପ୍ରଥମଥର ପାଇଁ ବିଧାନସଭାରେ ଇ-ବିଧାନସଭା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଏଥିରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସଂସଦୀୟ ବ୍ୟାପାର(ଏନ୍‌ଆଇସି) ଉପ ମହାନିର୍ଦ୍ଦେଶକ ଏନ୍‌.ଏସ୍‌. ଅର୍ଣ୍ଣେଜା ଆଲୋଚନା କରିଥିଲେ। ଏହି ବିଷୟକୁ ଜାଣିବା ନେଇ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଆସନ୍ତା ଅଧିବେଶନଗୁଡିକ ଯେପରି କାଗଜମୁକ୍ତ ହୋଇପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। କିଛିଦିନ ପୂର୍ବେ ଇ-ବିଧାନସଭା ସମ୍ପର୍କରେ ଜ୍ଞାନ ଅର୍ଜନ କରିବା ପାଇଁ ଏକ କମିଟି ହିମାଚଳପ୍ରଦେଶ ଗସ୍ତ କରିଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri