ବିଧାନସଭାରେ ଏକ ହେଲେ ଶାସକ, ବିରୋଧୀ: ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରେ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି। ଅନେକ ସମୟରେ ସାମ୍ବାଦିକମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ତେଣୁ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଏକ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଉଭୟ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି। ସୋମବାର ବିଧାନସଭା ଅଧିବେଶନ ଦ୍ୱିତୀୟ ଭାଗ ଅପରାହ୍ନପ୍ରଥମ ଭାଗ ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଉଭୟ ଶାସକ ଏବଂ ବିରୋଧୀ ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଭାଜପା ସଦସ୍ୟମାନେ ଗୃହରେ ଉପସ୍ଥିତ ନ ଥିବାବେଳେ ସରକାରୀ ଦଳ ଏବଂ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅନେକ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକମାନେ ଆକ୍ରମଣର ଶିକାର ହେଉଛନ୍ତି। ଏପରି କି ଜନ ପ୍ରତିନିଧିମାନେ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି। ସେମାନଙ୍କ ଧନ ଜୀବନ ପ୍ରତି ବିପଦ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ନେଇ ରହିଥିବା ନିୟମକୁ ପରିବର୍ତ୍ତନ କରାଯାଇ ନୂଆ ନିୟମ ଆଣାଯାଉ। ସାମ୍ବାଦିକମାନଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି। ଓଡିଶାରେ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଉ ବୋଲି ନରସିଂହ କହିଛନ୍ତି। ସେହିପରି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମହାରାଷ୍ଟ୍ରରେ ଯେପରି ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଇଛି ସେହିପରି ଓଡିଶାରେ ମଧ୍ୟ ଲାଗୁ ହେଉ। ସାମ୍ବାଦିକଙ୍କ ଲାଗି ମାତ୍ର ୨ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ରହିଛି। ସେମାନଙ୍କୁ ଦରମା ଏବଂ ପେନ୍‌ସନ ବ୍ୟବସ୍ଥା କରିବା ଦରକାର। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ବୃଦ୍ଧି କରାଯାଉ ବୋଲି ସାଲୁଜା କହିଛନ୍ତି। ସେହିଭଳି ସରକାରୀ ଦଳର ସଦସ୍ୟ ପ୍ରଫୁଲ ସାମଲ କହିଛନ୍ତି, ସରକାର ସମସ୍ତଙ୍କ ପାଇଁ ବହୁତ କିଛି କରୁଛନ୍ତି ସାମ୍ବାଦିକମାନଙ୍କ ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରୁନାହିଁ, ଯେଉଁଥିଲାଗି ସାମ୍ବାଦିକମାନେ ଜଣାପଡୁନାହାନ୍ତି। ସେମାନଙ୍କୁ ସୁରକ୍ଷା ସହିତ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ଦରକାର। ଶ୍ରମ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସାମ୍ବାଦିକଙ୍କୁ ଚିହ୍ନଟ କରାଯିବା ଦରକାର। ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ। ତେଣୁ ସାମ୍ବାଦିକମାନଙ୍କ ଲାଗି ଆମେ ସମସ୍ତେ ଯତ୍ନବାନ ହେବା ଦରକାର। ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ପାଇଁ କୌଣସି ସୁବିଧା ଓ ସୁଯୋଗ ନାହିଁ। ସାମ୍ବାଦିକଙ୍କ ଲାଗି ସରକାର ଯତ୍ନବାନ ହେବା ଦରକାର ବୋଲି ପ୍ରଫୁଲ କହିଛନ୍ତି। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡିଶାର ସାମ୍ବାଦିକମାନେ ବହୁତ ଦୁଃଖରେ ଅଛନ୍ତି। ସେମାନଙ୍କୁ ବାଡେଇଲେ ସୁରକ୍ଷା ଦେବା ପାଇଁ କେହି ନାହାନ୍ତି। ସାମ୍ବାଦିକଙ୍କୁ ଘର ସହ ଦରମା ଦେବା ଆବଶ୍ୟକ ବୋଲି ସୁର ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ଜାତୀୟ ଶିକ୍ଷା ନୀତି: ୪ ବର୍ଷ ହେବ ସ୍ନାତକ କୋର୍ସ, ୭ ବର୍ଷ ପରେ…

ଭୁବନେଶ୍ୱର,୯।୧୧: ୨୦୨୪-୨୫ ଶିକ୍ଷା ବର୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।...

ହୋମ୍‌ଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୯।୧୧: ରାଜ୍ୟରେ ହୋମ୍‌ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ବ୍ୟାନ୍‌ ପ୍ରତ୍ୟାହୃତ...

ଘରେ ପଶି ଓକିଲଙ୍କୁ ଏସିଡ୍‌ ମାଡ କରି ଚାଲିଗଲେ ଦୁର୍ବୃତ୍ତ

ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍‌ ଆସୋସିଏଶନର ବରିଷ୍ଠ ଓକିଲ ପି....

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏହି ମାନଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୯।୧୧: ରାଜ୍ୟ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟକ ରାଶି ମିଳିବ। ସେମାନଙ୍କୁ ମାସିକ...

ଆଇଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ: ଯୋଗାଣ-ଶକ୍ତି ବିଭାଗ ସଚିବ ପଦରୁ ହଟିଲେ…

ଭୁବନେଶ୍ୱର,୯।୧୧: ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳକ କରାଯାଇଛି। ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି। ପ୍ରମୁକ...

ଶ୍ମଶାନରୁ ଜବତ ହେଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ମୃତଦେହ, ବୋହୂଙ୍କୁ ନେଇ ବଢ଼ୁଛି ସନ୍ଦେହ 

ଭୁବନେଶ୍ୱର,୧୧।୯: ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ହାଇଡ୍ରାମା  ଦେଖିବାକୁ ମିଳିଛି। ଅର୍ଦ୍ଧଦଗ୍ଧ ମୃତଦେହକୁ ନେଇ ସନ୍ଦେହ ବଢ଼ୁଛି। ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ତେବେ ସବୁଠୁ...

ବାଣ ଭିଡୁଥିଲେ ସ୍ବାମୀ-ସ୍ତ୍ରୀ: ଘଟିଲା ବିସ୍ଫୋରଣ

ନୟାଗଡ଼,୯।୧୧: ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଲଗାଁରେ ଶନିବାର ଏକ ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।...

ଆମ୍ବଟାକୁଆ ଜାଉ ଖାଇ ଗୁରୁତରଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩

ଦାରିଙ୍ଗବାଡ଼ି,୯ା୧୧(ଅରୁଣ ସାହୁ): ରାଜ୍ୟରେ ଚହଳ ପକାଇଥିବା ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ବ୍ରହ୍ମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri