Posted inଜାତୀୟ

ବିଧବା ବୋହୂଙ୍କ ବିବାହ କରାଇଲେ ଶାଶୁ: ଝିଅ ପରି କଲେ ବିଦା

ରାୟପୁର, ୨୫।୫: ବିଧବା ବୋହୂଙ୍କର ପୁଣିଥରେ ବିବାହ କରାଇ ଜଣେ ଶାଶୁ ତାଙ୍କୁ ଝିଅପରି ବିଦା କରିଛନ୍ତି। ଛତିଶଗଡ଼ ବାଲୋଦ ଜିଲାରେ ଘଟିଛି ଏପରି ଘଟଣା। ଏହା ସାଧାରଣରେ ଏକ ଉଦାହରଣ ସୃଷ୍ଟି କରିଛି। ସ୍ଥାନୀୟ ହୀରାପୁର ଗାଁରେ ବାସ କରୁଥିବା ଚମ୍ପା ବାଈ ବିଧବା ବୋହୂ ଜ୍ଞାନେଶ୍ୱରୀଙ୍କ ବିବାହ ଝିଅ ଭଳି କରିଛନ୍ତି। ୨୦୧୭ ଏପ୍ରିଲ୍‌ ୨୦ରେ ଜ୍ଞାନେଶ୍ୱରୀଙ୍କ ସ୍ବାମୀ ଡୋମେନ୍ଦ୍ର ସାହୁଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପରେ ମା ଚମ୍ପା ବାଈ ବୋହୂର ପୁଣିଥରେ ବିବାହ କରାଇବାକୁ ଯୋଜନା କରିଥିଲେ। ଖୋଜାଖୋଜି କରିବା ପରେ କୋମଳ ରାମ ସାହୁ ନାମକ ଜଣେ ଯୁବକଙ୍କ ସହିତ ଚମ୍ପା ବାଈ ଏନେଇ କଥାବାର୍ତ୍ତାଙ୍କ କରିଥିଲେ। କୋମଳ ରାମଙ୍କ ସ୍ତ୍ରୀ କୌଣସି କାରଣରୁ ତାଙ୍କୁ ଛାଡପତ୍ର ଦେଇଥିଲେ। ଏହାପରେ କୋମଳ ରାମ ଏବଂ ସହିତ ଜ୍ଞାନେଶ୍ୱରୀଙ୍କ ବିବାହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲା କରୋନା

ରାଞ୍ଚି,୧।୮: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଧନୀ ହୁଅନ୍ତୁ କି ଗରିବ, ଜନତା ହୁଅନ୍ତୁ କି ନେତା ସମସ୍ତେ ଏବେ...

ଚାଇନା ସୀମା ବିବାଦକୁ ନେଇ ହୋଇପାରେ ତୃତୀୟ କମାଣ୍ଡରସ୍ତରୀୟ ବୈଠକ

ଲେହ,୨୯।୬: ଗତ କିଛି ଦିନରୁ ଲଦାଖ ଏଲ୍‌ଏସିରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ନିକଟରେ ଲଦାଖ ଗଲଓ୍ବାନ ଘାଟିରେ ଭାରତ...

ଶ୍ଲୋକ ପଢି ବାପ-ପୁଅଙ୍କ ମଧ୍ୟରେ ଆପୋଷ ବୁଝାମଣା କଲେ ଜଜ୍‌: ତା’ପରେ ଘଟିଲା ଏମିତି

ଯୋଧପୁର,୧୧।୭:ରାଜସ୍ଥାନର ଯୋଧପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାପ-ପୁଅଙ୍କ ମଧ୍ୟରେ ଚାଲିଥିତ୍ବା ଝଗଡାକୁ ସମାଧାନ କରିବା ପାଇଁ ଜଜ୍‌ ଆଇନ୍‌ର ନୁହେଁ ବରଂ ସଂସ୍କୃତ...

ଦଳ ଦରି ପକାଇବା କାମ ଦେଲେ ବି ମୁଁ କରିବି, ସଂସଦୀୟ ବୋର୍ଡରୁ ବାହାର ନେଇ କହିଲେ ଶିବରାଜ…

ନୂଆଦିଲ୍ଲୀ, ୨୦।୮ : ଭାଜପା ସଂସଦୀୟ ବୋର୍ଡରୁ ବାହାର ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଶନିବାର କହିଛନ୍ତି,...

ମଦ ଦୋକାନ ଆଗରେ ଲମ୍ବା ଧାଡ଼ିରେ ରହିଛି ଚପଲ-ଛତା

ତ୍ରିଚିଲାପଲୀ,୧୬।୫: କରୋନା ମହାମାରୀ ଯୋଗୁ ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ତାମିଲନାଡୁ ତ୍ରିଚିଲାପଲୀ ଜିଲାରେ ଲୋକେ...

ଏକ ସାଙ୍ଗରେ ଚା’ ପିଇଲେ ସୃଷ୍ଟି ହୁଏନା ବିରୋଧୀ ଏକତା, ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୧।୯ : ବିହାର ରାଜନୀତିରେ ସକ୍ରିୟ ହେବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ...

ଉତ୍ତରପ୍ରଦେଶ ସମେତ ୭ ରାଜ୍ୟରେ ବାର୍ଡ ଫ୍ଲୁ: କାନପୁର ଚିଡ଼ିଆଖାନା ବନ୍ଦ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୦।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି...

ଜିଦ୍‌ରେ ଅଡି ବସିଛନ୍ତି କୃଷକ ନେତା !

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବି କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ...

Advertisement
Archives

Model This Week