ବିଦ୍ୟୁତ୍‌ ବିଭାଗ ଚଢ଼ାଉକୁ ନେଇ ଉତ୍ତେଜନା

ପରଜଙ୍ଗ, ୬।୯(ଡି.ଏନ୍‌.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଶୁକ୍ରବାର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଢ଼ାଉକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳର ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବା ଦାୟିତ୍ୱ ସେସୁ ଉପରେ ନ୍ୟସ୍ତ ରହିଛି। ହେଲେ ବିଭାଗ ଉପଭୋକ୍ତାଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି। ତଥାପି ଲାଭଖୋର୍‌ ମନୋବୃତ୍ତି ନେଇ ବାରମ୍ବାର ଚଢ଼ାଉ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ପରଜଙ୍ଗ ବଜାରରେ ଜଣେ ବ୍ୟବସାୟୀଙ୍କ ନାମରେ ମିଟର ଟ୍ୟାମ୍ପେରିଂ ଅଭିଯୋଗ ଆସିଥିଲା। ଏହାପରେ ସେସୁ (ଏଭିଓ) ସହକାରୀ ଭିଜିଲାନ୍ସ ଅଧିକାରୀ ସତ୍ୟନାରାୟଣ ରଥ, ସେସୁ ଏମ୍‌ଆରଟି ଏସ୍‌ଡିଓ କିଶୋର ବିଶ୍ବାଳ, ପରଜଙ୍ଗ ଏସ୍‌ଡିଓ ସିପକ ଦାସ, ଚାଇଁପାଳ ସେସୁ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଏନ୍‌ଜେଏନ୍‌ କର୍ମଚାରୀଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା। ହେଲେ ଅଧିକାରୀମାନେ ଅଭିଯୋଗ ଆସିଥିବା ଦୋକାନକୁ ବାଦ୍‌ ଦେଇ ଅନ୍ୟସ୍ଥାନରେ ଚଢ଼ାଉ କରିଥିଲେ। ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବ୍ୟବସାୟୀ।
ପରଜଙ୍ଗକୁ ବାଦ୍‌ ଦେଲେ ଅନ୍ୟ ୨୯ ପଞ୍ଚାୟତରେ ବିଦ୍ୟୁତ୍‌ ସେବା, ଅର୍ଥ ଆଦାୟ, ଏଲ୍‌ଟି ଲାଇନ ମରାମତି କାମ ଏନ୍‌ଜେନ୍‌ ବୁଝୁଛି। ପରଜଙ୍ଗ ପଞ୍ଚାୟତରେ ବିଦ୍ୟୁତ୍‌ ସେବା ଦାୟିତ୍ୱରେ ସେସୁ ରହିଛି। ଏଥିରେ ଏନ୍‌ଜେନ୍‌ର କୌଣସି ଭୂମିକା ନାହିଁ। ତଥାପି ଚଢ଼ାଉରେ ଏନ୍‌ଜେନ୍‌ କର୍ମଚାରୀ ସାମିଲ ହେବାକୁ ନେଇ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଥିଲେ। ଏଥିସହ ଅଭିଯୋଗ ଆସିଥିବା ଦୋକାନକୁ ଛାଡ଼ି ଅନ୍ୟଦୋକାନରେ ଚଢ଼ାଉ କରାଯିବାକୁ ନେଇ ସେମାନେ ଆପତ୍ତି କରିଥିଲେ। ବିରୋଧ ପରେ ଥାନାରେ ପୋଲିସ ଉପସ୍ଥିତରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ନେଇ ବୈଠକ ବସିଥିଲା। ପରଜଙ୍ଗ ପଞ୍ଚାୟତରେ ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବାରେ ସେସୁ ବିଫଳ ହୋଇଛି। ପ୍ରଥମେ ଏହାର ସମାଧାନ କରାଯାଉ। ଠିକ୍‌ ଭାବେ ବିଦ୍ୟୁତ୍‌ ସେବା ଯୋଗାଇ ଦେବାପରେ ଚଢ଼ାଉ କରାଗଲେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ବ୍ୟବସାୟୀମାନେ ସର୍ତ୍ତ ରଖିଥିଲେ।
ଏ ନେଇ ଚାଇଁପାଳ ସେସୁ ନିର୍ବାହୀ ଯନ୍ତ୍ରୀ, କୁହନ୍ତି, ଅଭିଯୋଗ ଆସିଥିବା ଦୋକାନ ପରିବର୍ତ୍ତେ ଅନ୍ୟ ଦୋକାନରେ ଚଢ଼ାଉ ଏବଂ ଦାୟିତ୍ୱରେ ନ ଥିବା ସତ୍ତ୍ୱେ ଏନ୍‌ଜେଏନ୍‌ କର୍ମଚାରୀ ଏଥିରେ ସାମିଲ ହେବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଞ୍ଚଳରେ ରହିଥିବା ବିଦ୍ୟୁତ୍‌ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ବିଦ୍ୟୁତ୍‌ ଚୋରି ରୋକିବା ନେଇ ଲୋକଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri