ଗାଡ଼ି ଜରିମାନା ଡର;ଅନ୍‌ଲାଇନ ମୋଟର ବୀମା କାରବାର ବୃଦ୍ଧି

ନୂଆଦିଲ୍ଲୀ,୭-୯: ଦେଶରେ ଏବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ଭାବେ ଧରପଗଡ଼ ଆରମ୍ଭ ହୋଇଛି। ଜଣେ ସ୍କୁଟି ଚାଳକଙ୍କ ଠାରୁ ୨୩ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ଅଟୋ ଚାଳକଙ୍କ ଠାରୁ ୪୭,୫୦୦ ଏବଂ ଟ୍ରକ୍‌ ଚାଳକଙ୍କ ଠାରୁ ସର୍ବାଧିକ ୫୯ ହଜାର ଟଙ୍କା ଆଦାୟ କରାଯାଇଥିବାର ନଜିର ସାମ୍ନାକୁ ଆସିଛି। ଟ୍ରାଫିକ ନିୟମ ଉଲ୍ଲଂଘନ ଯୋଗୁ ଭାରି ଜରିମାନା ଦେବା ଭୟ ଏବେ ଗାଡ଼ି ଚାଳକଙ୍କୁ ଛାନିଆ କରିଛି। ସେମାନେ ଏବେ ରାଷ୍ଟ୍ରାୟତ୍ତ, ଘରୋଇ ବୀମା କମ୍ପାନୀ ଅଫିସ୍‌ ଆଗରେ ଲାଇନ ଲଗାଉଥିବା ଦେଖାଯାଇଛି। ତେବେ ଅନ୍‌ଲାଇନରେ ଗାଡ଼ି ବୀମା ନେବା ଲାଗି ଗାଡ଼ି ଚାଳକଙ୍କ ଆଗ୍ରହ ବୃଦ୍ଧି ପାଇଛି। କାରଣ ଅନ୍‌ଲାଇନରେ ବୀମା ହାସଲ କରିବା ସହଜ ହେଉଛି ବୋଲି ଅନ୍‌ଲାଇନ ବୀମା ସେବା ଯୋଗାଉଥିବା କମ୍ପାନୀ ପଲିସିବାଜାର ଡଟ୍‌ କମ୍‌ ପକ୍ଷରୁ କୁହାଯାଇଛି। ଚଳିତ ସପ୍ତାହରେ ଅନ୍‌ଲାଇନ ମୋଟର ବୀମା କାରବାର ବହୁ ଗୁଣ ବଢ଼ିଛି ବୋଲି କମ୍ପାନୀ କହିଛି। ତେବେ ପୂର୍ବରୁ ବୀମା ଅବଧି ଶେଷ ହୋଇଥିବା କ୍ଷେତ୍ରରେ ଲୋକେ ପୁନର୍ବାର ବୀମା କିଣୁଥିବା ଦେଖାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗତ ତିନି ଦିନରେ ଏଭଳି ବୀମା ସଂଖ୍ୟା ୯୦% ରହିଛି। କମ୍ପାନୀର ମୁଖ୍ୟ କାରବାର ଅଧିକାରୀ(ସାଧାରଣ ବୀମା) ତରୁଣ ମାଥୁର କହିଛନ୍ତି ଯେ, ନୂଆ ଆଇନ ଲାଗୁ ହେବା ପର ଠାରୁ କମ୍ପାନୀ ଦୈନିକ ୩୦ ହଜାର ଗାଡ଼ି ବୀମା ବିକ୍ରି କରୁଛି। ପୂର୍ବାପେକ୍ଷା ଏହା ଦୁଇଗୁଣ ଅଧିକ। ବୈଧତା ଶେଷ ହୋଇଥିବା ବୀମାର ନବୀକରଣ ସର୍ବାଧିକ ହୋଇଛି। ବୀମା ଆବେଦନରୁ ଜଣାପଡିଛି ଯେ, ଗାଡ଼ି ଚାଳକଙ୍କ ମଧ୍ୟରେ ଜରିମାନାକୁ ନେଇ ଭୟ ଘାରିଛି। ସେମାନେ ଏହାକୁ ନେଇ ସତର୍କ ହେଲେଣି। ଏକ ଆକଳନ ଅନୁଯାୟୀ ଅଦ୍ୟାବଧି ୧୯ କୋଟି ପଞ୍ଜୀକୃତ ଗାଡ଼ି ମଧ୍ୟରୁ ମାତ୍ର ୮.୨୬ କୋଟିର ବୀମା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ପିଛା ଛାଡୁନି ସମସ୍ୟା: ଜନ୍ତରମନ୍ତର ଛାଡି ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ହଙ୍ଗାମା, ମୋଦିଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨୧।୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ସୋମବାର କକ୍ରୋଚ ଜନତା ପାର୍ଟି (CJP)ର ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri