ନୟାଗଡ଼ ଅଫିସ,୧୪।୮-ପୂର୍ବେ ରାସ୍ତାରେ ଯାଉଥିବା ବେଳେ ଗଛଡାଳରେ ବାଇଚଢ଼େଇ ବସା ଓ ତା’ର କିଚିରିମିଚିର ଶବ୍ଦ ଶୁଣିବା ପାଇଁ ବାଟୋଇଟିଏ କିଛି ସମୟ ପାଇଁ ଅଟକି ଯାଉଥିଲା। ହେଲେ ବର୍ତ୍ତମାନ ଆଉ ସେହିଭଳି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ରାସ୍ତା ପାର୍ଶ୍ୱ କି ଗାଁ ଗଣ୍ଡାରେ ଖଜୁରି, ତାଳ ଆଦି ଗଛ ଦେଖିବାକୁ ମିଳୁନାହିଁ।
ତାଳ, ନଡ଼ିଆ ଆଦି ଉଚ୍ଚ ଗଛରେ ବାଇଚଢ଼େଇମାନେ ବସା ବାନ୍ଧି ରୁହନ୍ତି। ନଡ଼ିଆ ଗଛ ଥିଲେ ମଧ୍ୟ ଗଁାଗଣ୍ଡାରେ ଆଗ ଭଳି ଚାଳଘର ନ ଥିବାରୁ ସେମାନଙ୍କୁ କୁଟା ସଂଗ୍ରହକରି ବସା ବାନ୍ଧିବାରେ ସୁବିଧା ହେଉନାହିଁ। ଫଳରେ ବାଇଚଢ଼େଇମାନେ ବର୍ତ୍ତମାନ ଗହୀର ବିଲ ମଧ୍ୟ ଦେଇ ଯାଇଥିବା ତାରରେ ବସା ବାନ୍ଧୁଥିବା ଦେଖିବାକୁ ମିଳୁଛି। ପରିବେଶବିତ୍ ତଥା ଯନ୍ତ୍ରୀ ଆଦିତ୍ୟ କୁମାର ଦାଶ କୁହନ୍ତି, ଗହୀର ଓ ନିକାଞ୍ଚନ ସ୍ଥାନ ବିଲଗୁଡ଼ିକ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାରରେ ବସା ବାନ୍ଧିବା ପାଇଁ ବାଇଚଢ଼େଇମାନେ ସୁରକ୍ଷିତ ଭାବୁଛନ୍ତି। ସେହିଭଳି ବିଲରେ ଆଖୁ ଓ ମକାଚାଷ ହେଉଥିବାରୁ ସେହି ପତ୍ରରେ ସେମାନଙ୍କୁ ବସା ତିଆରି କରିବା ପାଇଁ ସୁବିଧା ହୋଇଥାଏ।
ବାର୍ଡ କଞ୍ଜରଭେସନ ନେଟ୍ୱାର୍କ ପକ୍ଷରୁ ସାରା ଦେଶରେ ବାଇଚଢ଼େଇଙ୍କ ସଂଖ୍ୟା ଗଣନା କରାଯାଏ। ଭୁବନେଶ୍ୱରରେ ଥିବା ଏହାର ଶାଖା ୱାଇଲ୍ଡ ଓଡ଼ିଶା ବ୍ରାଞ୍ଚ ପକ୍ଷରୁ ୨୦୧୯ ମସିହା ଜୁଲାଇ ମାସରେ ଜିଲାର ୧୭୨୨୮ଟି ବାଇଚଢ଼େଇ ଥିବା ନେଇ ଗଣନା କରାଯାଇଥିଲା। ୨୦୧୮ ମସିହାରେ ୧୪୭୩୭ ବାଇଚଢ଼େଇ ବସା ଗଣନା କରାଯାଇଥିଲା। ବିଲୁପ୍ତ ପ୍ରାୟ ଏହି କ୍ଷୁଦ୍ର ଚଢ଼େଇଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାଯାଇଛି। ଏହାକୁ ପରିବେଶବିତ୍ମାନେ ସ୍ବାଗତ କରିଛନ୍ତି। ଏହି କ୍ଷୁଦ୍ର ଚଢ଼େଇକୁ କୃଷକଙ୍କ ବନ୍ଧୁ ବୋଲି କୁହାଯାଏ। ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢ଼େଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରି ଦେଇଥାଏ। ସେଥିପାଇଁ ବିଗତ ଦିନରେ ବାଇଚଢ଼େଇକୁ ଚାଷୀକ୍ୁଳ ତା’ର ପାଣିପାଗ କେନ୍ଦ୍ର ବୋଲି ଆଖ୍ୟା ଦେଉଥିଲା। ସେହିଭଳି ଫସଲରେ ଲାଗିଥିବା ପୋକମାନଙ୍କୁ ଏହି ଚଢ଼େଇ ମାରି ଖାଇ ଦେଇଥାଏ। କ୍ଷୁଦ୍ର ବାଇଚଢ଼େଇର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ କେହି କେହି ବାଇଚଢେଇକୁ ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାଆନ୍ତି। ବାଇଚଢ଼େଇ ଦୁଇ ପ୍ରକାରର ବସା କରିଥାଏ। ମାଈ ବାଇଚଢ଼େଇଟି ଯେଉଁ ବସାରେ ଛୁଆ ଦେଇଥାଏ ତାହାକୁ ସେ ସୁରକ୍ଷିତ ଭାବେ ରଖିବା ପାଇଁ ଏକ ଖୋଳପା ଭାବେ ନିର୍ମାଣ କରିଥାଏ। ସେହିପରି ଅଣ୍ଡିରା ବାଇଚଢ଼େଇ ଲମ୍ବା ବସା କରି ବସାରେ ବସି ରହି ଦୋହଲୁଥାଏ। ଧୂସର ରଙ୍ଗର ଏହି ଚଢ଼େଇ ମୁଣ୍ଡରେ ଟୋପି ସଦୃଶ ଏକ ହଳଦୀ ରଙ୍ଗର ଚିହ୍ନ ରହିଥାଏ। ଯଦି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ବିଭିନ୍ନ ସ୍ଥାନରେ ଲଗାଯାଆନ୍ତା ତା’ହେଲେ ଏହି ପକ୍ଷୀମାନଙ୍କ ବଂଶ ଆହୁରି ବୃଦ୍ଧି ପାଇପାରନ୍ତା ବୋଲି କେତେଜଣ ପରିବେଶବିତ୍ ପ୍ରକାଶ କରିଛନ୍ତି।
ବିଦ୍ୟୁତ୍ ତାରରେ ବସା ବାନ୍ଧୁଛି ବାଇଚଢ଼େଇ: ଦେଖିବାକୁ ମିଳୁନାହିଁ ଖଜୁରି , ତାଳଗଛ
Posted inଆମ ଜିଲା ଖବର, ନୟାଗଡ଼ View All
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ
ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…
ଏଲ୍ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…
କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
ଲୋକକଳା ପାଇଁ ଦିନଟିଏ
ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…
ହାତୀ ଆକ୍ରମଣରେ ଜଣେ ଗୁରୁତର
ରୁପ୍ରାରୋଡ୍,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…
ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…
ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…
Archives

