ବିଦ୍ୟୁତ୍‌ କର୍ମଚାରୀଙ୍କର ନିଘା ନାହିଁ: ଦିନ ଦିନ ଧରି ଅନ୍ଧାରରେ କଣାସ ଅଞ୍ଚଳ

କଣାସ, ୧୮।୭(ସ୍ବ.ପ୍ର.)-ଫନୀ ପରେ ଦୁଇମାସ ଧରି କଣାସ ଅଞ୍ଚଳ ଅନ୍ଧାରେ ରହିବାପରେ କେତେକ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ମାତ୍ର ସାମାନ୍ୟ ପବନ ହୋଇ ଗଛରୁ ପତ୍ର ହଲିଲେ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ କାଟ୍‌ କରାଯାଉଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୧୭ ତାରିଖ ଦିନ ଅପରାହ୍ନ ୩ଟା ସମୟରେ ବର୍ଷା ପବନ ଆସିବାରୁ କଣାସ ଅଞ୍ଚଳରୁ ବିଦ୍ୟୁତ୍‌ କାଟ ହୋଇଥିଲା। ତେବେ ୨୫ଘଣ୍ଟା ଧରି ବିଚ୍ଛିନ୍ନ ହେବାପରେ ୧୮ତାରିଖ ଅପରାହ୍ନ ୪ଟା ସମୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଏହି ସମ୍ପର୍କରେ କଣାସ ସେସୁ କନିଷ୍ଠଯନ୍ତ୍ରୀ ସରୋଜ କୁମାର ବୋହେରାଙ୍କ ସହିତ ଟେଲିଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ବିଦ୍ୟୁତ୍‌ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ ହେଉଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ଆସିପାରେ ଗମ୍ଭୀର ସ୍ଥିତି: ଆଶଙ୍କା ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶାରଦ

ଭୁବନେଶ୍ୱର,୧।୫(ବ୍ୟୁରୋ): ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିବାରେ ଲାଗିଛି। ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ...

ଚଣ୍ଡୀପ୍ରସାଦ ହେବେ ଭାରତୀୟ ସେନା ଉପମୁଖ୍ୟ

ଜଗତ୍‌ସିଂହପୁର ଅଫିସ୍‌/ଭୁବନେଶ୍ୱର, ୧୯।୧ (ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଆରବିଆଇ ଗଭର୍ନର ଶଶିକାନ୍ତ ଦାସ, ଭାରତୀୟ...

‘କାଳିଆ’ କେବଳ ସରକାରୀ ଟଙ୍କାରେ ନିର୍ବାଚନ ଲଢ଼ିବାର ଚଞ୍ଚକତା: ପୃଥ୍ବୀରାଜ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଛିଡ଼ୁନି କାଳିଆ କେଁ। ‘କାଳିଆ ଯୋଜନା’ରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ଗୋଟିଏ ପଟେ ବିଜେଡି...

ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ପାଳନ କରାଯିବ ଏସବୁ ନିୟମ

ଭୁବନେଶ୍ୱର,୭ା୬(ବ୍ୟୁରୋ): ରବିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ତେବେ ଏହାକୁ...

ଜାତୀୟ ଆନ୍ତଃ ବିଭାଗୀୟ ହକିରେ ଓଡ଼ିଆଙ୍କ କୃତିତ୍ୱ

ଭୁବନେଶ୍ୱର, ୧୦।୩(କ୍ରୀଡ଼ା ପ୍ରତିନିଧି):ହକି ଇଣ୍ଡିଆ ଆନୁକୂଲ୍ୟରେ ବେଙ୍ଗାଲୁରୁଠାରେ ବୁଧବାର ଜାତୀୟ ଆନ୍ତଃ ବିଭାଗୀୟ ହକି ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ଫାଇନାଲରେ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ...

ଆଜିଠୁ ଲୋକସେବା ଭବନ ଯାଇପାରିବେ ସାଧାରଣ ଜନତା, ଖବରଦାତା

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସାଧାରଣ ଲୋକମାନେ ସୋମବାର ଠାରୁ ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନରେ ନିଜର ଅଭିଯୋଗ ରଖିପାରିବେ। କରୋନା ଲାଗି ଦୀର୍ଘ ୨...

ଦୁବାଇରୁ ଭାୟା କୋଲକାତା ଦେଇ ଭଦ୍ରକ ଆସିଥିଲେ ୪ର୍ଥ କରୋନା ଆକ୍ରାନ୍ତ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ର୍ଥ କରୋନା ସଂକ୍ରମିତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ...

ଅଗ୍ନିକାଣ୍ଡରେ ୧୨ ବଖରା ଭସ୍ମୀଭୂତ

ବ୍ରହ୍ମଗିରି, ୮ା୧୨(ଡି.ଏନ୍‌.ଏ.) ବ୍ରହ୍ମଗିରି ବ୍ଲକ ଚଣ୍ଡପଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ବଖରା ଭସ୍ମୀଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,...

Advertisement
Archives

Model This Week