ବିଦ୍ୟାଳୟରେ ଖତ ଖାଉଛି କମ୍ପ୍ୟୁଟର

ଭଦ୍ରକ ଅଫିସ, ୨୫।୭ – ଆଧୁନିକତା ଦୌଡ଼ରେ ଛାତ୍ରୀଛାତ୍ରଙ୍କୁ ତାଳ ଦେଇ ସାମିଲ କରାଇବା ପାଇଁ କମ୍ପ୍ୟୁଟର ପ୍ରଶିକ୍ଷଣ ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡ଼ିଛି। ଏଥିପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ନାନା ଉଦ୍ୟମ କରାଯାଉଛି। ଭଦ୍ରକ ଜିଲାରେ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ସତେ ଯେପରି ପ୍ରହସନ ପାଲଟିଛି। ଜିଲାରେ କେତେକ ବିଦ୍ୟାଳୟ ଅଛି ଯେଉଁଠି ବିଦ୍ୟୁତ୍‌ ସଂଯୋଗ ନାହିଁ କିମ୍ବା ଶ୍ରେଣୀଗୃହ ନାହିଁ କିନ୍ତୁ ସେଠାରେ କମ୍ପ୍ୟୁଟର ପ୍ରଦାନ କରାଯାଇଛି। ଫଳରେ କମ୍ପ୍ୟୁଟରଗୁଡ଼ିକ ଖତ ଖାଉଛି। ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ କମ୍ପ୍ୟୁଟର ଯୋଗାଣ ଦିନଠାରୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଥରୁଟିଏ ଚାଲୁ କରାଯାଇ ନାହିଁ। ଏପରି କି କେତେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ପ୍ରଦତ୍ତ କମ୍ପ୍ୟୁଟର ଭଲ କି ଖରାପ ତାହା ପରୀକ୍ଷା ମଧ୍ୟ କରାଯାଇ ନାହିଁ। ଅନେକ ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନ ଥିବା ଜଣାପଡ଼ିଛି। ଫଳରେ କମ୍ପ୍ୟୁଟରଗୁଡ଼ିକ ଅଦରକାରୀ ହୋଇପଡ଼ିରହିଛି। ୨୦୧୬ ଅଗଷ୍ଟରେ ଏମ୍‌ପି ଅନୁଭବ ମହାନ୍ତିଙ୍କ ପାଣ୍ଠିରୁ ଜିଲାର ୧୭ଟି ବିଦ୍ୟାଳୟକୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲା। ଭଦ୍ରକ ବ୍ଲକ ରାଣୀତାଲ ତଗିରା ପ୍ରାଥମିକ ବିଦ୍ୟାଳୟ, ରାହାଞ୍ଜ ଅସୁରା ପ୍ରାଥମିକ ବିଦ୍ୟାଳୟ, ଚରମ୍ପା ତଳାଙ୍ଗଶାସନ ରାମେଶ୍ୱର ଜୀଉ ପ୍ରାଥମିକ ବିଦ୍ୟାଳୟ, ବାଣିତିଆ ଜୟରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାଲଗରା ତିଗିରିଆ ତିଗିରି ହରିଜନସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ବନ୍ତ ପଧାନପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବାସୁଦେବପୁର ନଟିଆପାଳର ମଧୁସୂଦନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କିଷ୍ମତକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଳି ୧୭ ସ୍କୁଲକୁ ପ୍ରତି ବିଦ୍ୟାଳୟକୁ ୫ଟି ଲେଖାଏ କମ୍ପ୍ୟୁଟର, ଗୋଟିଏ ପ୍ରିଣ୍ଟର, ଚେୟାର ଓ ଆନୁଷଙ୍ଗିକ ଉପକରଣ ଯୋଗାଇ ଦିଆଯାଇଥିଲା। ଅସୁରା ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଏହିଭଳି ୧୭ ସ୍କୁଲ ମଧ୍ୟରୁ ୯ଟିରେ ବିଦ୍ୟୁତ୍‌ ସଂଯୋଗ ନ ଥିବା ଜଣାପଡ଼ିଛି। ବାସୁଦେବପୁର ନଟିଆପାଳର ମଧୁସୂଦନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କିଷ୍ମତକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୃହ ନ ଥିବାରୁ ଏହି କମ୍ପ୍ୟୁଟରଗୁଡ଼ିକ ସ୍କୁଲ କାର୍ଯ୍ୟାଳୟରେ ସାଇତା ହୋଇରହିଛି। ଏହା ଛାତ୍ରୀଛାତ୍ରଙ୍କ କାମରେ ଆସୁନାହିଁ। ପ୍ରତି ସ୍କୁଲକୁ ସରକାରଙ୍କ ପ୍ରାୟ ୩ ଲକ୍ଷ ୫୦ ହଜାର ଏହିଭଳି ଅନୁଦାନ କିଭଳି ଖତ ଖାଉଛି ତାହାର ବାସ୍ତବ ଚିତ୍ର ଏଠାରେ ଦେଖିବାକୁ ମିଳିଛି। ଜିଲା ଶିକ୍ଷା ବିଭାଗ ଏଥିପ୍ରତି ତିଳେ ମଧ୍ୟ ନଜର ନ ଦେବା କିମ୍ବା ସମୀକ୍ଷା ନ କରିବା ପରିତାପର ବିଷୟ ବୋଲି ଶିକ୍ଷାବିତ୍‌ ରାମକୃଷ୍ଣ ଚୌଧୁରୀ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ପଚାରିବାରୁ କହିଛନ୍ତି, ଏମ୍‌ପିଙ୍କ ଅନୁଦାନରେ ଉକ୍ତ କମ୍ପ୍ୟୁଟରଗୁଡ଼ିକ ପ୍ରଦାନ କରାଯାଇଛି। ସେତେବେଳେ ଏମ୍‌ପି କିମ୍ବା ତାଙ୍କ ପ୍ରତିନିଧି ପୂର୍ବରୁ ଏହି ସବୁ ସ୍କୁଲରେ ଆନୁଷଙ୍ଗିକ ବ୍ୟବସ୍ଥା ଅଛି କି ନାହିଁ ତର୍ଜମା କରିବା କଥା। ତଥାପି ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶିଲା ଦନ୍ତା, ଲୋକେ ଭୟଭୀତ

ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅଯୋଧ୍ୟା ଗାଁରେ ବୁଲୁଛି ଝାଡ଼ଖଣ୍ଡୀ ଦନ୍ତା। ଗୁରୁବାର ମଧ୍ୟରାତିରୁ ଆସିଥିବା ଦନ୍ତାଟି ଗୋଟିଏ ଘର ଭାଙ୍ଗିବା ସହ...

ଜନ୍ମଦିନରେ ବିଭିନ୍ନ ମହଲରୁ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କୁ ଶୁଭେଚ୍ଛା; ବୃଦ୍ଧାଶ୍ରମର ଅନ୍ତେବାସୀ କଲେ ଆଶୀର୍ବାଦ

ବାଲେଶ୍ୱର ଅଫିସ, ୧୧।୧୧-ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ...

‘ବୁଲ୍‌ବୁଲ୍‌’ ମୁକାବିଲା ଲାଗି ଜିଲା ପ୍ରଶାସନ ତତ୍ପର

ବାଲେଶ୍ୱର ଅଫିସ, ୮।୧୧-ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ....

୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୬ ଗିରଫ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ କନକଦୁର୍ଗା ମନ୍ଦିର ନିକଟସ୍ଥ ପରମେଶ୍ୱର ପ୍ରଧାନଙ୍କ ଭଉଣୀ ଘରୁ ଗତ ୨୭ତାରିଖ ରାତିରେ ସୁନାଗହଣା, ନଗଦ...

ସ୍ବପ୍ନ ପୂରଣ କଲା ହୁଇଲଚେୟାର

ଖଇରା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତ ତୁମ୍ବାପଦୀ ଗ୍ରାମର ଭାଗିରଥି ଦାସ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇପଡିଥିଲେ। ଆଉ...

ଖଡଗ୍‌ପୁର ରେଳଷ୍ଟେଶନରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ଜଳେଶ୍ୱର,୨୮।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଶନିବାର ଭୋର ସମୟରେ ଖଡଗ୍‌ପୁର ରେଳଷ୍ଟେଶନରୁ ରେଳବାଇ ପୋଲିସ ଗିରଫ...

‘ପବିତ୍ରତାର ଅନ୍ୟ ନାମ ସ୍ବଚ୍ଛତା’

ବାଲେଶ୍ୱର ଅଫିସ,୩।୧୦- ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମହାମତ୍ା ଗାନ୍ଧୀଙ୍କ୧୫୦ତମ ଜୟନ୍ତୀ ପାଳନ ଅବସରରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ସୋମବାର ଗାନ୍ଧିଜୀଙ୍କ ଜୀବନ...

ଭାରପ୍ରାପ୍ତ ଏଆର୍‌ସିଏସ୍‌ଙ୍କ ବିରୋଧରେ ଧାରଣାରେ ବସିଲେ ଚାଷୀ

ନୀଳଗିରି, ୪ା୮(ସ୍ବ.ପ୍ର.): ନୀଳଗିରି ସମବାୟ ସମିତି ସମୂହର ନୀଳଗିରି ସହକାରୀ ଭାରପ୍ରାପ୍ତ ନିବନ୍ଧକ ଲକ୍ଷ୍ମୀଧର ରାଉତ ବ୍ୟକ୍ତିଗତ ଆକ୍ରୋଶ ରଖି ସମିତି କାର୍ଯ୍ୟରେ ବାଧା ସୃଷ୍ଟି...

Advertisement
Archives

Model This Week