ବିଦେଶୀ ପର୍ଯ୍ୟଟକଙ୍କ ଉପରେ ନଜର

ଫୁଲବାଣୀ ଅଫିସ, ୭ା୩ ସାରା ବିଶ୍ୱରେ ଏବେ କରୋନା ଭୟ। ଓଡିଶାରେ ବି ଏହାର ପ୍ରଭାବ ପଡିିଛି। ଏହାର ମୁକାବିଲା ଲାଗି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ହୋଇଛି। ଏହିକ୍ରମରେ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କନ୍ଧମାଳରେ ବହୁ ପର୍ଯ୍ୟଟନସ୍ଥଳୀ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଯାତାୟାତ ପାଇଁ କଟକଣା ଲଗାଯାଇଛି।
ଅନୁଷ୍ଠିତ ଜିଲାସ୍ତରୀୟ ଟାସ୍କଫୋର୍ସ ବୈଠକରେ ଜିଲାପାଳ ଡ଼ା. ବୃନ୍ଦା ଡ଼ି ଜନସାଧାରଣ କରୋନା ଠାରୁ କିପରି ଦୂରେଇ ରହିବେ ସେନେଇ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜିଲାର ସମସ୍ତ ବିଭାଗ ଏ ନେଇ ନିଜ ସ୍ତରରେ ବିଭିନ୍ନ ହାଟ, ବଜାର, ଅଫିସରେ ଲୋକମାନଙ୍କୁ ଭିଡ଼ ସ୍ଥାନରେ ମୁହଁରେ ମାସ୍କ ପିନ୍ଧିବା, ଥଣ୍ଡା, କାଶ କିମ୍ବା ଜ୍ୱର ଲାଗି ରହିଲେ ଅନ୍ୟମାନଙ୍କଠାରୁ ଦୂରେଇ ରହିବା, ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଲୋକମାନଙ୍କୁ ସଚେନତନ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ବଜାରହାଟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ସର୍ମ୍ପକରେ ସଚେତନ କରାଯିବାକୁ ମଧ୍ୟ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ରାଜଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ କରୋନା ରୋଗର ଲକ୍ଷଣ, ଏହାର ନିରାକରଣ ଉପରେ ସଚେତନତା ପୋଷ୍ଟର ଲଗାଯାଇଥିବା ଏବଂ ପ୍ରଚାର ଗାଡି ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି। ଜିଲାକୁ ଯଦି କୌଣସି ବିଦେଶୀ ପଯର୍‌ୟଟକ ଆସନ୍ତି, ସେମାନଙ୍କର ତଥ୍ୟ ଦେବାକୁ ସମସ୍ତ ହୋଟେଲକୁ ନିର୍ଦ୍ଧେଶନାମା ଜାରି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri