ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି

ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ ଆସି ଅଣ୍ଡା ଦେଇଥାନ୍ତି। ଅଣ୍ଡାରୁ ଛୁଆ ବାହାରିଲା ପରେ ଛୁଆକୁ ସାଙ୍ଗରେ ନେଇ ପୁଣି ଗନ୍ତବ୍ୟ ସ୍ଥଳକୁ ଚାଲିଯାନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ବର୍ଷ ୮ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ଏହି ଅଞ୍ଚଳର ବିଭିନ୍ନ ଗଛରେ ବସା ବାନ୍ଧି ଅଣ୍ଡା ଦେଇଛନ୍ତି। ଏହି ପକ୍ଷୀ ଜୁଲାଇ ଶେଷ ସମୟରେ ଆସିଥାନ୍ତି। ଜାନୁୟାରୀରେ ପକ୍ଷୀମାନେ ଏଠାରୁ ପଳାଇଯାନ୍ତି। ଏବେ ଶିକାରୀମାନେ ପକ୍ଷୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଓ ଶିକାର କରିବାରେ ଲାଗିଛନ୍ତି। ଗାଁ ଲୋକ ପକ୍ଷୀଙ୍କୁ ସୁରକ୍ଷା ଦେଉଥିଲେ ମଧ୍ୟ ଶିକାରୀମାନେ ପକ୍ଷୀଙ୍କୁ ମାରିଚାଲିଛନ୍ତି। ବନ ବିଭାଗ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଦିନରେ ମାଈ ପକ୍ଷୀମାନେ ବାହାରକୁ ଖାଦ୍ୟ ଅନ୍ବେଷଣରେ ନିକଟସ୍ଥ ବ୍ରାହ୍ମଣୀ ଖରସ୍ରୋତା ନଦୀକୁ ଯାଇଥାନ୍ତି। ଠିକ୍‌ ୪ଟାବେଳେ ଫେରିଆସନ୍ତି। ସେମାନଙ୍କ ଛୁଆକୁ ଅଣ୍ଡିରା ପକ୍ଷୀ ଜଗିଥାଏ। ଏବେ ପକ୍ଷୀଙ୍କ ରାବରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଛି। ତେବେ ବର୍ଷା ହେଲେ ଶାବକ ପକ୍ଷୀଙ୍କ ପରରେ ପାଣି ଲାଗିଗଲେ ସେମାନେ ତଳେ ପଡ଼ିଯାଉଛନ୍ତି। ଫଳରେ ବିଲେଇ ଓ ଅନ୍ୟାନ୍ୟ ଜନ୍ତୁଙ୍କ ଆହାର ପାଲଟୁଛନ୍ତି। ଏହିଭଳି ଏକ ଘଟଣା ତିନି ବର୍ଷ ତଳେ ମଧ୍ୟ ଘଟିଥିଲା। ଗୋଟିଏ ଶାବକ ପକ୍ଷୀ ବର୍ଷାରେ ଓଦା ହୋଇ ତଳେ ପଡ଼ି ଯାଇଥିଲା। ଉକ୍ତ ପକ୍ଷୀଟିକୁ ସାପଗଡ଼ିଆ ଗାଁର ବିଜୟ ବାରିକ ନାମକ ବ୍ୟକ୍ତି ଆଣି ଚିକିତ୍ସା କରି ଭଲ କରିଥିଲେ। ଏହାପରେ ଉକ୍ତ ପକ୍ଷୀଟି ସେଠାରୁ ଆଉ ଯାଉ ନ ଥିବା ଦେଖିବାକୁ ମିଳିଛି। ବିଜୟ ତାଙ୍କ ନାଁ କାଳିଆ ଦେଇଛନ୍ତି। ବିଜୟ କାଳିଆ ଡାକିଲେ ପକ୍ଷୀଟି ଯେଉଁଠି ଥିଲେ ବି ଉଡ଼ିଆସି ତାଙ୍କ କାନ୍ଧରେ ବସେ। ସେ ଗେଣ୍ଡା ଓ ଅନ୍ୟାନ୍ୟ ଖାଦ୍ୟ ଦେଲେ ସେ ଖାଇ ପୁଣି ଉଡ଼ିଯାଏ। ଏଥିପାଇଁ ବାରିକଙ୍କୁ ବନ ବିଭାଗ ତରଫରୁ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। ଏହି ପକ୍ଷୀଟି ଅନ୍ୟ ପକ୍ଷୀଙ୍କ ସହ ମିଶୁନାହିଁ। ସେ ଏକ ଗଛରେ ରହୁଛି। ଏହାକୁ ଦେଖିବା ପାଇଁ ଅନେକ ଲୋକ ସେଠାରେ ରୁଣ୍ଡ ହୁଅନ୍ତି ଓ କାଳିଆକୁ ଶ୍ରଦ୍ଧାରେ ଆଉଁସି ଦିଅନ୍ତି। ଯେତେବେଳେ ଖାଦ୍ୟ ନ ପାଏ, ସେ ଉଡ଼ିଆସି ବିଜୟଙ୍କ ଘରେ ଆସି ବସେ। ତାକୁ ଖାଦ୍ୟ ଦେଲାପରେ ସେ ଖାଇ ଉଡ଼ିଯାଏ। ତେବେ ଏହିଭଳି ଏଠାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ ଯାଜପୁର ରୋଡ଼ ବନ ବିଭାଗର ଦେବେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ, ଏଠାରେ ଅନେକ ବିଦେଶୀ ପକ୍ଷୀ ଆସି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଷ୍ଟାଫ୍‌ ମୁତୟନ କରାଯିବ। ପକ୍ଷୀ ଶିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଶ୍ଚର୍ଯ୍ୟର ବିଷୟ ଯେ, ଯାଜପୁରରୋଡ଼ରେ ବହୁ ବଡ଼ ବଡ଼ ଗଛ ଥିଲେ ମଧ୍ୟ ଏହି ପକ୍ଷୀମାନେ ସେଠାରେ ନ ରହି କେବଳ ସାପଗଡ଼ିଆରେ ରହୁଛନ୍ତି। ଗ୍ରାମବାସୀମାନେ ପକ୍ଷୀପ୍ରେମୀ ହେଇଥିବାରୁ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ପକ୍ଷୀଗୁଡ଼ିକ ଏଠାକୁ ଆସିବା ଦ୍ୱାରା ତାଙ୍କ ଗ୍ରାମର ମଙ୍ଗଳ ହେଉଛି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବଡ଼ମା’ଙ୍କୁ ହାଣି ଦେଲେ

ପଟ୍ଟାଙ୍ଗୀ,୬ା୧୨(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କାକିପାଡୁ ଗ୍ରାମରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ିି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୪୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୯୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦,୪୮,୭୩୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ...

ଓଡ଼ିଶାର ସ୍କିଲ୍‌ ଇକୋସିଷ୍ଟମ୍‌ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡ଼ିଶା ଆଜି ଉଦାହରଣ ସାଜିଛି। ରାଜ୍ୟର ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ...

ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଭୁବନେଶ୍ୱର,...

ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଫୁଟିଲା ଗୁଳି

ଭୁବନେଶ୍ୱର,୫ା୩(ବ୍ୟୁରୋ)/ବାରଙ୍ଗ (ଡି.ଏନ.ଏ.): ଅପରାଧପ୍ରବଣ ହୋଇପଡ଼ିଲାଣି ରାଜଧାନୀ  ଭୁବନେଶ୍ୱର। ଅପରାଧୀମାନେ ଖୁଲମ୍‌ଖୁଲା ଅପରାଧ ଘଟାଇ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରୁଥିବାବେଳେ ବୁଧବାର ମଧ୍ୟାହ୍ନରେ ପୁଣି ଫୁଟିଛି ଗୁଳି।...

ସଂକ୍ରମଣ ବ୍ୟାପିଲେ ସମ୍ଭାଳି ହେବନାହିଁ: ଏଥିଲାଗି ଜନତା କର୍ଫ୍ୟୁ ଗୋଟିଏ ଦିନ, ଲକ୍‌ଡାଉନ୍‌ ସାତ ଦିନ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ଜନତା କର୍ଫ୍ୟୁ’ ପାଇଁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରବିବାରଠାରୁ ଲକ୍‌ଡାଉନ୍‌ ପାଇଁ ଘୋଷଣା କରିଛନ୍ତି।...

ଟ୍ରକ୍‌ ଧକ୍କାରେ ଚାଲିଗଲା ୪ ଜୀବନ

ନୂଆପଡ଼ା ଅଫିସ, ୪।୭: ନୂଆପଡ଼ା ଜିଲା କୋମନା ବ୍ଲକ୍‌ କ୍ରିଷ୍ଣା ଗାଁ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୪...

Advertisement
Archives

Model This Week