Posted inଜାତୀୟ

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ପିଟନାହିଁ, ଗୁଳିକର

ଶ୍ରୀନଗର, ୩୧ା୮ :ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ଉପତ୍ୟକାବାସୀଙ୍କ ଉପରେ ଭାରତୀୟ ସୁରକ୍ଷା ବଳର ବର୍ବରତା ଓ ନିର୍ଯାତନାକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ଅନେକ ଗ୍ରାମରେ ଲୋକଙ୍କୁ ଲାଠି ଓ କେବୁଲରେ ମାଡ଼ ମରାଯିବା ସହ ବିଦ୍ୟୁତ୍‌ ଝଟ୍‌କା ଦିଆଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଅନେକ ଗ୍ରାମବାସୀ ସେମାନଙ୍କ ଶରୀରର କ୍ଷତ ଦେଖାଇ ସେନା ବିରୋଧରେ ଆଣିଥିବା ଅଭିଯୋଗର ସତ୍ୟାସତ୍ୟ ଅଧିକାରୀମାନଙ୍କଠାରୁ ଜାଣିବା ସମ୍ଭବ ହୋଇନାହିଁ। ଭାରତୀୟ ସେନା ଏହାକୁ ଭିତ୍ତିହୀନ ଓ ନିରାଧାର ବୋଲି ଅଭିହିତ କରିଛି।
କିଛିବର୍ଷ ଧରି ଭାରତ ବିରୋଧୀ ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିଥିବା ଦକ୍ଷିଣ କଶ୍ମୀରର କେତେକ ଜିଲାର ଗାଁଗୁଡ଼ିକରେ ସେନା ଓ ପୋଲିସ ପକ୍ଷରୁ ରାତିଅଧିଆ ଚଢ଼ାଉ କରାଯାଇ ଲୋକଙ୍କୁ ପିଟାଯାଉଛି। ଗୋଟିଏ ଗ୍ରାମର ଦୁଇଭାଇ କହିଛନ୍ତି, ଆମକୁ ରାତିରେ ଉଠାଇ ଏକ ସ୍ଥାନକୁ ନିଆଯାଇଥିଲା, ଯେଉଁଠି ଅନ୍ୟ କେତେଜଣ ଗାଁଲୋକ ଏକତ୍ରିତ ହୋଇଥିଲେ। ସୁରକ୍ଷା ବଳ ଆମକୁ ପିଟିବାରେ ଲାଗିଥିଲେ। ଦୋଷ କ’ଣ ବୋଲି ପଚାରିବା ପରେ ବି ସେମାନେ ନ ଶୁଣି କେବୁଲରେ ପ୍ରହାର କରି ପଛପଟେ ଗୋଇଠା ମାରୁଥିଲେ। ଆମେ ମୂର୍ଚ୍ଛା ହୋଇଯିବା ପରେ ଚେତା ଆଣିବା ପାଇଁ ଇଲେକ୍ଟ୍ରିକ୍‌ ଶକ୍‌ ଦେଉଥିଲେ। ମାଡ଼ ମାରିବାବେଳେ ଆମେ ଚିତ୍କାର କରିବାରୁ ସେମାନେ ମାଟି ପୂରାଇ ଆମ ମୁହଁ ବନ୍ଦ କରିଦେଇଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଆମେ ସେମାନଙ୍କୁ କହିଥିଲୁ, ଆମକୁ ପିଟନାହିଁ, ଗୁଳିକରି ମାରିଦିଅ। ଆମକୁ ନେଇଯିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲୁ ବୋଲି ପରିଚୟ ପ୍ରଘଟ ନ କରିବା ସର୍ତ୍ତରେ ଦୁଇଭାଇ ଅଭିଯୋଗ ଆଣିଛନ୍ତି। ସାରା ଭାରତରେ ବହୁ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି। ଏହାକୁ ଅନେକ ମୁଖ୍ୟସ୍ରୋତ ଗଣମାଧ୍ୟମର ମଧ୍ୟ ସମର୍ଥନ ମିଳିଛି ବୋଲି ବିବିସିରେ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri