Posted inଜାତୀୟ

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ପିଟନାହିଁ, ଗୁଳିକର

ଶ୍ରୀନଗର, ୩୧ା୮ :ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ଉପତ୍ୟକାବାସୀଙ୍କ ଉପରେ ଭାରତୀୟ ସୁରକ୍ଷା ବଳର ବର୍ବରତା ଓ ନିର୍ଯାତନାକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ଅନେକ ଗ୍ରାମରେ ଲୋକଙ୍କୁ ଲାଠି ଓ କେବୁଲରେ ମାଡ଼ ମରାଯିବା ସହ ବିଦ୍ୟୁତ୍‌ ଝଟ୍‌କା ଦିଆଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଅନେକ ଗ୍ରାମବାସୀ ସେମାନଙ୍କ ଶରୀରର କ୍ଷତ ଦେଖାଇ ସେନା ବିରୋଧରେ ଆଣିଥିବା ଅଭିଯୋଗର ସତ୍ୟାସତ୍ୟ ଅଧିକାରୀମାନଙ୍କଠାରୁ ଜାଣିବା ସମ୍ଭବ ହୋଇନାହିଁ। ଭାରତୀୟ ସେନା ଏହାକୁ ଭିତ୍ତିହୀନ ଓ ନିରାଧାର ବୋଲି ଅଭିହିତ କରିଛି।
କିଛିବର୍ଷ ଧରି ଭାରତ ବିରୋଧୀ ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିଥିବା ଦକ୍ଷିଣ କଶ୍ମୀରର କେତେକ ଜିଲାର ଗାଁଗୁଡ଼ିକରେ ସେନା ଓ ପୋଲିସ ପକ୍ଷରୁ ରାତିଅଧିଆ ଚଢ଼ାଉ କରାଯାଇ ଲୋକଙ୍କୁ ପିଟାଯାଉଛି। ଗୋଟିଏ ଗ୍ରାମର ଦୁଇଭାଇ କହିଛନ୍ତି, ଆମକୁ ରାତିରେ ଉଠାଇ ଏକ ସ୍ଥାନକୁ ନିଆଯାଇଥିଲା, ଯେଉଁଠି ଅନ୍ୟ କେତେଜଣ ଗାଁଲୋକ ଏକତ୍ରିତ ହୋଇଥିଲେ। ସୁରକ୍ଷା ବଳ ଆମକୁ ପିଟିବାରେ ଲାଗିଥିଲେ। ଦୋଷ କ’ଣ ବୋଲି ପଚାରିବା ପରେ ବି ସେମାନେ ନ ଶୁଣି କେବୁଲରେ ପ୍ରହାର କରି ପଛପଟେ ଗୋଇଠା ମାରୁଥିଲେ। ଆମେ ମୂର୍ଚ୍ଛା ହୋଇଯିବା ପରେ ଚେତା ଆଣିବା ପାଇଁ ଇଲେକ୍ଟ୍ରିକ୍‌ ଶକ୍‌ ଦେଉଥିଲେ। ମାଡ଼ ମାରିବାବେଳେ ଆମେ ଚିତ୍କାର କରିବାରୁ ସେମାନେ ମାଟି ପୂରାଇ ଆମ ମୁହଁ ବନ୍ଦ କରିଦେଇଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଆମେ ସେମାନଙ୍କୁ କହିଥିଲୁ, ଆମକୁ ପିଟନାହିଁ, ଗୁଳିକରି ମାରିଦିଅ। ଆମକୁ ନେଇଯିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲୁ ବୋଲି ପରିଚୟ ପ୍ରଘଟ ନ କରିବା ସର୍ତ୍ତରେ ଦୁଇଭାଇ ଅଭିଯୋଗ ଆଣିଛନ୍ତି। ସାରା ଭାରତରେ ବହୁ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି। ଏହାକୁ ଅନେକ ମୁଖ୍ୟସ୍ରୋତ ଗଣମାଧ୍ୟମର ମଧ୍ୟ ସମର୍ଥନ ମିଳିଛି ବୋଲି ବିବିସିରେ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri