Posted inଖେଳ

ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି ନେଇ ଦୁଇ ଦଳ ଚିନ୍ତିତ

ଜୟପୁର,୨୭।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ସନାରଇଜର୍ସ ହାଇଦ୍ରାବାଦ ଶନିବାର ମୁହଁମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କେତେକ ତାରାକା ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ଦୁଇ ଦଳ ପଡିଆକୁ ଓହ୍ଲାଇବେ। ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୫ଟି ଲେଖାଏ ବିଜୟ ଓ ପରାଜୟ ସହ ୧୦ ପଏଣ୍ଟ ପାଇଁ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ତେଣୁ ରାଜସ୍ଥାନ ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଛି। ବେନ୍‌ ଷ୍ଟୋକ୍ସ, ଜୋସ ବଟଲର ଓ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ରାଜସ୍ଥାନ ପାଇଁ ମହଙ୍ଗା ପଡିବ। କାରଣ ଏହି କ୍ରିକେଟରମାନେ ଇଂଲଣ୍ଡ ବିଶ୍ୱକପ୍‌ ପ୍ରସ୍ତୁତି ଶିବିରରେ ଯୋଗଦେବେ। ସେହିପରି ବିସ୍ଫୋରକ ଓପନର ଜନି ବେୟାରଷ୍ଟୋ ମଧ୍ୟ ସମକାରଣ ଯୋଗୁ ହାଇଦ୍ରାବାଦ ପାଇଁ ପଡିଆକୁ ଓହ୍ଲାଇବେ ନାହିଁ। ପୁଣି ଆସନ୍ତା ସପ୍ତାହରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ସ୍ବଦେଶ ଫେରିବେ। ଫଳରେ ରାଜସ୍ଥାନ ଓ ହାଇଦ୍ରାବାଦ ପାଇଁ ସମସ୍ୟା ବଢିବ। ୧୭ ବର୍ଷୀୟ ଆସାମ ଖେଳାଳି ରିୟାନ ପରାଗ ରାଜସ୍ଥାନ ପାଇଁ ଏବେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ସଞ୍ଜୁ ସାମସନ, ରାହୁଲ ତ୍ରିପାଠୀ, ଆଷ୍ଟନ ଟର୍ନର ଓ ଲିଆମ ଲିଭିଂଷ୍ଟୋଙ୍କ ଉପରେ ରାଜସ୍ଥାନର ପ୍ରଦର୍ଶନ ନିର୍ଭର କରିବ। ଆର୍ଚର ଓହରିଯାଇଥିବାରୁ ରାଜସ୍ଥାନ ଡେଥ୍‌ ଓଭରରେ ସମସ୍ୟାରେ ପଡିବ। ତେବେ ବରୁଣ ଆରୋନ ଭଲ ପ୍ରଦର୍ଶନ କରି ଦଳ ପାଇଁ ଆଶା ସଞ୍ଚାର କରିଛନ୍ତି। ସେହିପରି ଓଶେନ ଥୋମାସ, ଧାଓ୍ବଲ କୁଲକର୍ଣ୍ଣୀ ଓ ଜୟଦେବ ଉନାଡକଟଙ୍କ ଭଳି ବୋଲର ରାଜସ୍ଥାନର ପାଇଁ ସୁଯୋଗ ସୃଷ୍ଟି କରିବେ। ଅନ୍ୟପଟେ ହାଇଦ୍ରାବାଦ ବିଦେଶୀ ଖେଳାଳିମାନଙ୍କ ଅନୁପସ୍ଥିତି କାରଣରୁ ବ୍ୟାକ୍‌ଫୁଟକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ୨୯ ତାରିଖରେ ଓ୍ବାର୍ନର ହାଇଦ୍ରାବାଦ ପାଇଁ ଶେଷ ମ୍ୟାଚ୍‌ ଖେଳିବେ। ତାଙ୍କ ବଦଳରେ ମାର୍ଟିନ ଗୁପ୍ଟିଲ ଦଳରେ ସ୍ଥାନ ପାଇବା ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ଲିଜେଣ୍ଡ୍ସ ଲଢ଼େଇ

କଟକ, ୨୮।୯(ସ୍ପୋଟର୍‌ସ ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗର ନବମ ମ୍ୟାଚରେ ଭିଲୱାରା କିଙ୍ଗ୍ସ ୫୭ ରନରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି।...

ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୪।୧: ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ରବିବାର ଆର୍ଜେଣ୍ଟିନା ଗସ୍ତ କରିଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୫ ଜଣିଆ...

ଛୋଟ ଦେଶର ବଡ଼ ଆଥଲେଟ୍‌

ଟୋକିଓ, ୩୦।୭- ଟୋକିଓ ଅଲିମ୍ପିକ୍ସରେ ଜନ ସଂଖ୍ୟାରେ ବହୁତ ଛୋଟ ଦେଶର ଆଥଲେଟ୍‌ମାନେ ମଧ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଏପରି ଜଣେ ଆଥଲେଟ୍‌...

କୋହଲିଙ୍କଠାରୁ ଏହି ଆଶା ରଖିଛନ୍ତି ଦ୍ରାବିଡ

ଲଣ୍ଡନ,୩୦।୬: ଜୁଲାଇ ୧ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ...

ପାକିସ୍ତାନରୁ ଆସିଥିଲା ଗମ୍ଭୀରଙ୍କୁ ହତ୍ୟା ଧମକ ଇ-ମେଲ୍‌

ନୂଆଦିଲ୍ଲୀ,୨୫।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଥରେ ନୁହେଁ, ଦୁଇ ଥର ଇମେଲ୍‌ ଯୋଗେ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି…

ବେଙ୍ଗାଲୁରୁ,୧୭।୪: ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ....

ଏହି ବ୍ୟକ୍ତିଙ୍କଠାରୁ କୋହଲି ଖାଇଥିଲେ ଶକ୍ତ ଚାପୁଡା, ଯାହାକୁ ଏବେ ବି ଭୁଲି ପାରିନାହାନ୍ତି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟରେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରେ, କିଛି...

ଓ୍ବାଟଲିଂଙ୍କ ଲଢୁଆ ଅର୍ଦ୍ଧଶତକ

ଗାଲେ, ୧୬ା୮ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି.ଜେ. ଓ୍ବାଟଲିଂଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ...

Advertisement
Archives

Model This Week