ବିଦେଶରୁ ଫେରିବେ ୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୬ା୫: କରୋନା ଭାଇରସ୍‌ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଭାରତୀୟ ଫସିରହିଛନ୍ତି। ତେଣୁ ବିଦେଶରେ ଫସିଥିବା ପ୍ରାୟ ୨ ଲକ୍ଷ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନରେ ସ୍ବଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୭ରୁ ୧୩ ତାରିଖ ମଧ୍ୟରେ ୬୪ଟି ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଅଣାଯିବ ବୋଲି ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ଲଣ୍ଡନରୁ ଫେରିବାକୁ ଥିବା ଯାତ୍ରୀଙ୍କୁ ବିମାନ ଯାତ୍ରା ପାଇଁ ୫୦,୦୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଆମେରିକାରୁ ୧ ଲକ୍ଷ ଓ ଦୁବାଇରୁ ଫେରିବାକୁ ଥିବା ଭାରତୀୟଙ୍କୁ ଟିକେଟ ବାବଦକୁ ୧୩,୦୦୦ ଟଙ୍କା ଦେବାକୁ ପଡ଼ିବ। ବିଦେଶରେ ଫସିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ପ୍ରସ୍ତୁତି ବୋଲି କୁହାଯାଉଛି।
କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ବିଦେଶରେ କେତେ ଭାରତୀୟ ଫସିରହିଛନ୍ତି ସେନେଇ ନିର୍ଦ୍ଦିଷ୍ଟ ଭାବେ କହିହେଉ ନାହିଁ। ତେବେ ସରକାରଙ୍କ ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ସଂଖ୍ୟା ୨ ଲକ୍ଷରୁ ଊର୍ଦ୍ଧ୍ୱ। ଏହି ପ୍ରୟାସ ସହ ଅନ୍ୟ ରାଜ୍ୟ ଓ ମନ୍ତ୍ରଣାଳୟଗୁଡ଼ିକର ସମ୍ପୃକ୍ତି ପରେ ଫେରିବାକୁ ଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ଭାରତୀୟମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ୬୪ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪,୮୦୦ ଭାରତୀୟ ନାଗରିକ ଫେରିବେ। ପ୍ରଥମ ପର୍ଯ୍ୟାୟରେ ଭାରତରୁ ଆମେରିକା, ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବ୍ରିଟେନ, ସୌଦି ଆରବ, କାତାର, ଓମାନ, ବାହାରିନ୍‌ ଓ କୁଏଟ୍‌ ଭଳି ୧୩ଟି ଦେଶରୁ ଭାରତୀୟଙ୍କୁ ଅଣାଯିବ। ସର୍ବାଧିକ ୧୫ଟି ସ୍ବତନ୍ତ୍ର ବିମାନ କେରଳରୁ ଯିବ। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଏବଂ ତାମିଲନାଡ଼ୁରୁ ୧୧ଟି ଲେଖାଏ ଚାଲିବାକୁ ଥିବାବେଳେ ମହାରାଷ୍ଟ୍ର ଓ ତେଲଙ୍ଗାନାରୁ ୭ ଏବଂ ଗୁଜରାଟରୁ ୫ ବିମାନ ଯିବ। ସେହିପରି ଜମ୍ମୁ-କଶ୍ମୀର ଓ କର୍ନାଟକରୁ ୩ଟି ଲେଖାଏ ଏବଂ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଗୋଟିଏ ଲେଖାଏ ବିମାନ ଚାଲିବ। ଏହି ସ୍ବତନ୍ତ୍ର ବିମାନଗୁଡ଼ିକ ଏୟାର ଇଣ୍ଡିଆ ଓ ଏହାର ସହଯୋଗୀ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଦ୍ୱାରା ପରିଚାଳିତ।
ପ୍ରତ୍ୟେକ ବିମାନରେ ୨୦୦ରୁ ୩୦୦ ମଧ୍ୟରେ ଯାତ୍ରୀ ସାମାଜିକ ଦୂରତ୍ୱ ବଜାୟ ରଖି ଯାତ୍ରା କରିପାରିବେ। ବିମାନରେ ଚଢ଼ିବା ପୂର୍ବରୁ ଜ୍ୱର, କଫ ଓ ଡାଇବେଟିସ୍‌ କିମ୍ବା ଶ୍ୱାସଜନିତ ରୋଗ ଯାଞ୍ଚ ଲାଗି ସେମାନଙ୍କୁ ସ୍କ୍ରିନିଂ କରାଯିବ। କେବଳ କରୋନା ଲକ୍ଷଣ ନ ଥିବା ଲୋକଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ଫେରିବା ପରେ ଯାତ୍ରୀଙ୍କୁ ପୁଣି ସ୍କ୍ରିନିଂ କରାଯିବ। ସେମାନଙ୍କୁ ଘରୋଇ କିମ୍ବା ସରକାରୀ ହସ୍ପିଟାଲରେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ। କ୍ୱାରାଣ୍ଟାଇନ୍‌ ଅବଧି ମଧ୍ୟରେ ଏହି ବିଦେଶାଗତ ଭାରତୀୟମାନଙ୍କ କୋଭିଡ୍‌-୧୯ ଟେଷ୍ଟ ମଧ୍ୟ କରାଯିବ।
ଅନୁରୂପ ଭାବେ ଭାରତରେ ଫସିରହିଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକର ନାଗରିକମାନଙ୍କୁ ମଧ୍ୟ ସରକାର ସେମାନଙ୍କ ଦେଶକୁ ଫେରାଇବା ବ୍ୟବସ୍ଥା କରିଛନ୍ତି। ଏହି ପ୍ରତ୍ୟର୍ପଣ ପ୍ରକ୍ରିୟାରେ କେତେକ ଘରୋଇ ବିମାନ ସେବା ପ୍ରଦାନକାରୀ ଏୟାରଲାଇନ୍ସକୁ ମଧ୍ୟ ସାମିଲ କରାଯିବ। ଭାରତୀୟ ନୌସେନା ପକ୍ଷରୁ ମଧ୍ୟ ତିନୋଟି ଜାହାଜ ଚାଲିବ। ପଶ୍ଚିମ ଏସିଆ ଓ ମାଳଦ୍ୱୀପରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଏହି ଜାହାଜଗୁଡ଼ିକୁ ପଠାଯିବ।

ଟିକେଟ ଖର୍ଚ୍ଚ କେଉଁଠୁ କେତେ
ବିଦେଶରେ ଫସିଥିବା ଭାରତୀୟମାନେ ସ୍ବଦେଶକୁ ଫେରିବାକୁ ଚାହିଁଥିଲେ ସେମାନେ ନିଜ ଖର୍ଚ୍ଚରେ ଆସିବେ। ଯାତ୍ରୀମାନଙ୍କୁ ଲଣ୍ଡନରୁ ଦିଲ୍ଲୀ, ମୁମ୍ବାଇ କିମ୍ବା ବେଙ୍ଗାଲୁରୁକୁ ବିମାନରେ ଆସିବା ଲାଗି ଟିକେଟ ଖର୍ଚ୍ଚ ୫୦,୦୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଆମେରିକାର ନଓ୍ବୋର୍କ, ଶିକାଗୋ କିମ୍ବା ସାନ୍‌ ଫ୍ରାନ୍ସିସ୍କୋରୁ ଫେରିବାକୁ ଥିବା ଭାରତୀୟ ୧ ଲକ୍ଷ ଟଙ୍କା ଦେବେ। ଦୁବାଇ ଓ ଆବୁଧାବିରୁ ପ୍ରତ୍ୟାବର୍ତ୍ତନ ଚାହୁଁଥିବା ଭାରତୀୟ ଏହି ବାବଦକୁ ଯଥାକ୍ରମେ ୧୩,୦୦୦ ଓ ୧୫,୦୦୦ ଟଙ୍କା ଦେଇ ଟିକେଟ କାଟିବେ। ସିଙ୍ଗାପୁରରେ ଥିବା ଭାରତୀୟମାନେ ଜଣପିଛା ଯଥାକ୍ରମେ ୨୦,୦୦୦ ଓ ୧୮,୦୦୦ ଟଙ୍କା ଦେଇ ଦିଲ୍ଲୀ ଓ ବେଙ୍ଗାଲୁରୁ ଫେରିପାରିବେ। ଢାକାରୁ ଦିଲ୍ଲୀକୁ ଫେରିବାକୁ ଥିବା ସ୍ବତନ୍ତ୍ର ବିମାନର ଟିକେଟ ଖର୍ଚ୍ଚ ୧୨,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଶ୍ରୀନଗରକୁ ଆସିବାକୁ ଚାହୁଁଥିବା ଭାରତୀୟଙ୍କୁ ଯାତ୍ରା ଖର୍ଚ୍ଚ ୧୫,୦୦୦ ଟଙ୍କା ପଡ଼ିବ। କୁଏଟ୍‌ରୁ ଅହମଦାବାଦ ଓ ହାଇଦ୍ରାବାଦକୁ ଆସିବାକୁ ଥିବା ବିମାନର ଟିକେଟ ମୂଲ୍ୟ ଯଥାକ୍ରମେ ୧୪,୦୦୦ ଓ ୨୦,୦୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri