Posted inଜାତୀୟ

ବିଦାହେବେ ବେଆଇନ ପ୍ରବାସୀ

ଓ୍ବାଶିଂଟନ,୧୯ା୬( ଆଇଏଏନ୍‌ଏସ୍‌): ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀମାନଙ୍କୁ ସ୍ବଦେଶକୁ ପ୍ରତ୍ୟର୍ପଣ କରାଯିବ। ଏନେଇ ଦେଶର ଅପ୍ରବାସନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହରେ ଅଭିଯାନ ଆରମ୍ଭ କରିବେ ବୋଲି ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ତେବେ ଏହି ଗଣବହିଷ୍କାର ଫଳରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରବାସୀମାନେ ଅଧିକ ପ୍ରଭାବିତ ହେବେ ସେନେଇ ସେ ଅଧିକ କିଛି କହିନାହାନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ବେଆଇନ ପ୍ରବାସୀ ସମସ୍ୟାକୁ ପୁଣିଥରେ ପ୍ରସଙ୍ଗ କରି ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଚାହୁଁଥିବାରୁ ସେଠାରେ ରାଜନୀତି ସରଗରମ ହୋଇଛି।
ସର୍ବାଧିକ ପ୍ରବାସୀ ଆମେରିକାରେ ରହୁଛନ୍ତି। ଏକ ଆକଳନ ଅନୁସାରେ ବିଭିନ୍ନ ଦେଶରେ ଜନ୍ମିତ ୪ କୋଟିରୁ ଊର୍ଦ୍ଧ୍ୱ ପ୍ରବାସୀ ଆମେରିକାରେ ଅଛନ୍ତି, ଯାହାକି ବିଶ୍ୱର ମୋଟ ପ୍ରବାସୀଙ୍କ ଏକ-ପଞ୍ଚମାଂଶ। ପିଉ ରିସର୍ଚ୍ଚ ସେଣ୍ଟର ୧୯୬୦ ମସିହାରୁ ଏସମ୍ପର୍କିତ ପରିସଂଖ୍ୟାନ ତଥ୍ୟ ପ୍ରକାଶ କରିଆସୁଛି। ୨୦୧୭ରେ ଆମେରିକାରେ ବିଦେଶୀ ଜନସଂଖ୍ୟା ୪୪.୪ ନିୟୁତ ରହିଥିଲା। ୧୯୬୫ରେ ଅପ୍ରବାସନ ଆଇନ ଉଚ୍ଛେଦ କରାଯାଇ ଏକ ଜାତୀୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଫଳରେ ବିଦେଶରୁ ପ୍ରବାସୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧିପାଇଥିଲା। ସମ୍ପ୍ରତି ଆମେରିକାର ମୋଟ ଜନସଂଖ୍ୟାର ୧୩.୬% ହେଉଛନ୍ତି ପ୍ର୍ରବାସୀ, ଯାହାକି ୧୯୭୦ରେ ସେମାନଙ୍କ ସଂଖ୍ୟାର ୪.୭% ବା ତିନିଗୁଣ ଅଧିକ। ଦେଶରେ ୭୭% ପ୍ରବାସୀ ଆଇନତଃ ବସବାସ କରୁଥିବାବେଳେ ଏକ-ଚତୁର୍ଥାଂଶ ଅଣପଞ୍ଜୀକୃତ ପ୍ରବାସୀ ରହୁଛନ୍ତି। ୪୫% ହେଉଛନ୍ତି ଦେଶୀୟକୃତ ଆମେରିକା ନାଗରିକ। ପ୍ରାୟ ୨୭% ପ୍ରବାସୀ ସ୍ଥାୟୀ ବାସିନ୍ଦା ହୋଇଥିବାବେଳେ ୫% ହେଉଛନ୍ତି ଅସ୍ଥାୟୀ। ଅଣପଞ୍ଜୀକୃତ ପ୍ରବାସୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କେନ୍ଦ୍ରୀୟ ଆମେରିକା ଏବଂ ଏସିଆ ଅଧିବାସୀ। ଆମେରିକାରେ ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ମେକ୍ସିକୋ, ଚାଇନା ଓ ଭାରତରେ ଜନ୍ମିତ ବ୍ୟକ୍ତି। ମେକ୍ସିକୋର ୧୧.୨ ନିୟୁତ ଅର୍ଥାତ୍‌ ୨୫%, ଚାଇନା ଓ ଭାରତର ୬% ଲେଖାଏ, ଫିଲିପାଇନ୍ସର ୫% ଓ ଏଲ୍‌ ସଲ୍‌ଭାଡୋର୍‌ର ୩% ପ୍ରବାସୀ ସେଠାରେ ରହୁଛନ୍ତି। ଆଇନାନୁସାରେ ରହୁଥିବା ସମସ୍ତ ସ୍ଥାୟୀ ବାସିନ୍ଦା ସେଠାରେ ନାଗରିକତ୍ୱ ପାଇଁ ଆବେଦନ କରି ନ ଥାନ୍ତି। ୨୦୫୫ ସୁଦ୍ଧା ଆମେରିକାରେ ଏସୀୟମାନେ ସବୁଠୁ ବଡ଼ ପ୍ରବାସୀ ଗୋଷ୍ଠୀ ପାଲଟିବେ ବୋଲି ପିଉ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି। ସେହିପରି ୨୦୧୮ ଆର୍ଥିକବର୍ଷରେ ଆମେରିକାରେ ୨୨,୪୯୧ ଶରଣାର୍ଥୀ ଅବସ୍ଥାପିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କଙ୍ଗୋ, ମ୍ୟାନ୍‌ମାର, ୟୁକ୍ରେନ୍‌ ଓ ଭୁଟାନର। କାଲିଫର୍ନିଆରେ ୨୪%, ଟେକ୍ସାସ୍‌ ୧୧% ଓ ନ୍ୟୁୟର୍କ ରେ ୧୦% ବିଦେଶୀ ପ୍ରବାସୀ ରହୁଛନ୍ତି।
ଆମେରିକାରୁ ୨୯୫,୦୦୦ ପ୍ରବାସୀଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା। ଏହା ପୂର୍ବରୁ ୨୦୦୯ରୁ ୨୦୧୬ ମଧ୍ୟରେ ୩ ନିୟୁତ ପ୍ରବାସୀଙ୍କୁ ଓବାମା ପ୍ରଶାସନ ସେମାନଙ୍କ ଦେଶକୁ ପଠାଇଦେଇଥିଲା। କାରଣ ଆମେରିକୀୟମାନେ ବେଆଇନ ପ୍ରବାସୀଙ୍କୁ ଦେଶ ଉପରେ ଏକ ବୋଝ ବୋଲି ମନେକରନ୍ତି। ଆମେରିକାରେ ବେଆଇନ ଭାବେ ବସବାସ ଏକ ଜାତୀୟ ବିତର୍କର ପ୍ରସଙ୍ଗ ହୋଇଥିବାରୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ବେଳେ ଟ୍ରମ୍ପ୍‌ ଏହାକୁ ଉଠାଇଥିଲେ। ଇତିମଧ୍ୟରେ ଟ୍ରମ୍ପ୍‌ ପ୍ରଶାସନ ଏଦିଗରେ କେତେକ ପଦକ୍ଷେପ ନେଇଥିଲେ ମଧ୍ୟ ତାହାର ସୁଫଳ ମିଳିନାହିଁ। ୨୦୨୦ ନିର୍ବାଚନରେ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରି ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଚାହୁଁଥିବା ଟ୍ରମ୍ପ୍‌ ଏବେ ସମାନ ପ୍ରସଙ୍ଗକୁ ନେଇ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଟ୍ରମ୍ପ୍‌ ଫ୍ଲୋରିଡାରୁ ମଙ୍ଗଳବାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ତାଙ୍କର ଟୁଇଟ୍‌ ଆସିଛି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଆସନ୍ତା ସପ୍ତାହରେ ଇମିଗ୍ରେଶନ୍‌ ଓ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ ନିୟୁତ ନିୟୁତ ବେଆଇନ ବାହାର ଲୋକଙ୍କୁ ଆମେରିକାରୁ ବାହାର କରିବ। ସେମାନେ ଯେତେଶୀଘ୍ର ଏଠାକୁ ଆସିଛନ୍ତି, ସେତେଶୀଘ୍ର ତଡ଼ାଖାଇବେ। ଏହି ଅବସରରେ ଟ୍ରମ୍ପ୍‌ ତାଙ୍କର ଉକ୍ତ ପ୍ରସ୍ତାବକୁ ବିରୋଧ କରୁଥିବା ଡେମେକ୍ରାଟ୍‌ମାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରେଇ ଦେଲେ ନାହିଁ

ବେଙ୍ଗାଲୁରୁ,୨୪।୧୨: କର୍ନାଟକ ମାଣ୍ଡ୍ୟା ଜିଲାର ଏକ ସ୍କୁଲରେ ଗୁରୁବାର ଖ୍ରୀଷ୍ଟମାସ ପାଳନକୁ ବନ୍ଦ କରି ଦେଇଛନ୍ତି ହିନ୍ଦୁତ୍ୱବାଦୀ ଗୋଷ୍ଠୀର କର୍ମକର୍ତ୍ତା। ସେମାନେ ସ୍କୁଲ ଭିତରେ ପସି...

ସାଧାରଣତନ୍ତ୍ର ପରେଡ୍‌ର ଅତିଥି ହେବେ ଶ୍ରମିକ, ରିକ୍ସାବାଲା

ନୂଆଦିଲ୍ଲୀ,୨୩।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ କର୍ତ୍ତବ୍ୟପଥରେ ହେବାକୁ ଥିବା ବେଳେ ଏଥିରେ ସାମିଲ ହେବା ଲାଗି ବହୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମରେ ସାମିଲ...

କର୍‌ତାରପୁର ଯିବା ଲାଗି ଭାରତୀୟ ଶିଖ୍‌ଙ୍କୁ ପାସ୍‌ପୋର୍ଟ ଦରକାର ନାହିଁ

ଇସ୍‌ଲାମାବାଦ,୨ା୧୧(ପି.ଟି.): କର୍‌ତାରପୁର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କ କ୍ଷେତ୍ରରେ ପାସ୍‌ପୋର୍ଟ ଆବଶ୍ୟକ ନାହିଁ। ଏଥିସହିତ ସେମାନଙ୍କୁ ୧୦ଦିନ ପୂର୍ବରୁ ଆଗୁଆ...

ବିହାର ବିଧାନସଭା ନିର୍ବାଚନରେ ଭାଜପାର ୧୧ ସଂକଳ୍ପ: ମାଗଣା କରୋନା ଟିକା-୧୯ଲକ୍ଷଙ୍କୁ ନିଯୁକ୍ତି

ପାଟନା, ୨୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୧ ସଂକଳ୍ପ ଥିବା ଘୋଷଣା ପତ୍ର ଗୁରୁବାର ଜାରି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ...

୨୪ ଘଣ୍ଟା ମଧ୍ୟରେ ଉତ୍ତର ଦିଅ

ନୂଆଦିଲ୍ଲୀ,୧୬।୧: କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରି ସମାଜବାଦୀ ପାର୍ଟି ଲକ୍ଷ୍ନୌ କାର୍ଯ୍ୟାଳୟରେ ଭର୍ଚୁଆଲ ରାଲି ନାମରେ ଜନ ସମାବେଶ କରିଥିବାରୁ ନିର୍ବାଚନ କମିଶନ (ଇସି) ନୋଟିସ...

‘ଦୋସା କିଙ୍ଗ’ରାଜଗୋପାଳଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୭: ସରଓ୍ବାନା ଭବନର ସଂସ୍ଥାପକ ପି. ରାଜଗୋପାଳଙ୍କର ଚେନ୍ନାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବେଲ୍‌ରେ ଯାଇ ଫେରାର ଥିବା ରାଜଗୋପାଳ କିଛି ସପ୍ତାହ ପୂର୍ବରୁ...

ଅନୈତିକ ସମ୍ପର୍କ ସନ୍ଦେହରେ ସିଲେଇ କରିଦେଲେ ସ୍ତ୍ରୀ’ର ଗୁପ୍ତାଙ୍ଗ

ଲକ୍ଷ୍ନୌ,୨୨।୩ : ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀ’ର ଗୁପ୍ତାଙ୍ଗକୁ ଆଲୁମୁନିୟମ ତାରରେ ସିଲେଇ କରି ଦେଇଛନ୍ତି ସ୍ବାମୀ। ଏହି ଘଟଣାରେ...

ପ୍ରମାଣପତ୍ରରେ କେବଳ ମାତାଙ୍କ ନାମ ଲେଖିପାରିବେ ସନ୍ତାନ, ପିତାଙ୍କ ନାମ ନ ଲେଖିବାର ରହିଛି ଅଧିକାର, ହାଇକୋର୍ଟଙ୍କ ରାୟ…

ଥିରୁଭାନନ୍ତପୁରମ୍‌,୨୫।୭ : କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ସନ୍ତାନଙ୍କର ତାଙ୍କ ଆବଶ୍ୟକୀୟ ପ୍ରମାଣପତ୍ରରେ ପିତାଙ୍କ ନାମ...

Advertisement
Archives

Model This Week