Posted inଖେଳ

ବିଜୟ ହଜାରେ ଟ୍ରଫି : ହରିୟାଣାଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୫ା୧୦- ଭଦୋଦରାର ଏସ୍‌ଜିଏସ୍‌ଏ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଓଡ଼ିଶା ୪ ଉଇକେଟରେ ହରିୟାଣାଠାରୁ ପରାସ୍ତ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୯ ଉଇକେଟ ବିନିମୟରେ ୨୦୭ରନ କରିଥିଲା। ଜବାବରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ହରିୟାଣା ୬ଷ୍ଠ ଉଇକେଟରେ ଦୃଢ଼ ଭାଗିଦାରୀ ଯୋଗୁ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଓଡ଼ିଶା ୪ଟି ମ୍ୟାଚ୍‌ ଖେଳିସାରିଥିବା ବେଳେ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସମେତ ୨ଟି ମ୍ୟାଚ୍‌ ବାତିଲ ଯୋଗୁଁ ମୋଟ ୮ ପଏଣ୍ଟ ସଂଗ୍ରହ କରି ଟେବୁଲର ୭ମ ସ୍ଥାନରେ ରହିଛି। ୭ ତାରିଖରେ ଓଡ଼ିଶା ମହାରାଷ୍ଟ୍ରକୁ ଭେଟିବ।
ବର୍ଷା ଯୋଗୁଁ ମ୍ୟାଚକୁ ୪୬ ଓଭର ବିଶିଷ୍ଟ କରାଯାଇଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର ସନ୍ଦୀପ ପଟ୍ଟନାୟକ ଓ ସ୍ବସ୍ତିକ ସାମଲ ପ୍ରଥମ ଉଇକେଟ ଯୋଡ଼ିରେ ୨୩ରନ ସଂଗ୍ରହ କରିବା ପରେ ସ୍ବସ୍ତିକ ୧୨ରନରେ ଆଉଟ ହୋଇଥିଲେ। ପରେ ଅଧିନାୟକ ଶୁଭ୍ରାଂଶୁ ମଧ୍ୟ ୩ରନ ସଂଗ୍ରହ କରି କ୍ରିଜ ଛାଡ଼ିଥିଲେ। ବ୍ୟାଟିଂ କ୍ରମ ୪ନଂରେ କ୍ରିଜକୁ ଆସିଥିବା ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୬୪ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ଯୋଗୁଁ ଦଳ ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳିଥିଲା। ଓପନର ସନ୍ଦୀପ ୪୪, ଉଇକେଟ କିପର ସୁଜିତ ଲେଙ୍କା ୩୪, ପପୁ ରାୟ ୧୧ରନ କରିଥିବା ବେଳେ ଅନ୍ୟ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଓଡ଼ିଶା ୯ ଉଇକେଟ ହରାଇ ୨୦୭ରନ କରିଥିଲା । ହରିୟାଣାର ହର୍ଷଲ ପଟେଲ ଓ ସୁମିତ କୁମାର ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ । ୨୦୮ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ହରିୟାଣା ୨୮ରନରେ ପ୍ରଥମ ଉଇକେଟ ହରାଇଥିଲା। ଏହା ପରେ ୭୮ରନରେ ୫ଟି ଉଇକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା। ଓଡ଼ିଶାର ପେସ ବୋଲରମାନେ ଭଲ ବୋଲିଂ କରିଥିଲେ। ରାଜେଶ ମହାନ୍ତି ଓ ଦୀପକ ବେହେରା ୨ଟି ଲେଖାଏ ଉଇକେଟ ଦଖଲ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ଓପନର ନୀତୀନ ସଇନି ୪୪ରନର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିଲେ। ହରିୟାଣା ଅଲରାଉଣ୍ଡର ଜୟନ୍ତ ଯାଦବ(୬୭ରନ) ଓ ସୁମିତ କୁମାର(୬୪ରନ) ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri