Posted inଖେଳ

ବିଜୟ ହଜାରେ ଟ୍ରଫି: ଶାନ୍ତନୁଙ୍କ ଚମତ୍କାର ବୋଲିଂ, ଓଡ଼ିଶା ବିଜୟୀ

କଟକ ଅଫିସ,୧୩ା୧୦- ଭଦୋଦରାର ମୋତିବାଗ୍‌ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୩୧ ରନରେ ବିଦର୍ଭକୁ ପରାସ୍ତ କରିଛି । ୮ଟି ମ୍ୟାଚ୍‌ ଖେଳି ସାରିଥିବା ଓଡ଼ିଶା ୩ଟି ବିଜୟ ସହ ୧୮ ପଏଣ୍ଟ ସଂଗ୍ରହ କରିଛି । ରବିବାର ବରୋଦା ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ । ବିଦର୍ଭ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ପାଇଁ ଓପନିଂ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର ୩ଟି ଉଇକେଟ ଦଖଲ କରି ଦଳକୁ ବିଜୟ ପଏଣ୍ଟ ପ୍ରଦାନ କରିବାରେ ସହାୟକ ହୋଇଛନ୍ତି । ୧୯ରନରେ ୩ଟି ଉଇକେଟ ହାସଲ କରିବା ମଧ୍ୟ ଶୁଭ୍ରାଂଶୁଙ୍କ ଲିଷ୍ଟ-ଏ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ।
ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ବଲରେ ଓପନର ଶାନ୍ତନୁ ମିଶ୍ରଙ୍କୁ ୟଶ ଠାକୁର କ୍ୟାଚ୍‌ ଆଉଟ କରାଇଥିଲେ । ଖାତା ଖୋଲିବା ପୂର୍ବରୁ ଶାନ୍ତନୁ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟତମ ଓପନର ସନ୍ଦୀପ ପଟ୍ଟନାୟକ ଓ ଅଧିନାୟକ ଶୁଭ୍ରାଂଶୁ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୫୯ରନ ସଂଗ୍ରହ କରିଥିଲେ । ବାମହାତୀ ଅର୍ଥୋଡକ୍ସ ଆଦିତ୍ୟ ସରୱାତେ ସନ୍ଦୀପଙ୍କୁ ୨୬ରନରେ କ୍ଲିନ ବୋଲ୍ଡ କରିଥିଲେ । ପରେ କ୍ରିଜକୁ ଆସିଥିବା ଦେବାଶିଷ ସାମନ୍ତରାୟ ମଧ୍ୟ ୫ରନରେ ସରୱାତେଙ୍କ ଶିକାର ପାଲଟିଥିଲେ । ସମନ୍ବୟ ଅଭାବରୁ ଶୁଭ୍ରାଂଶୁଙ୍କୁ ୩୪ରନରେ ରନଆଉଟ ହେବାକୁ ପଡ଼ିଥିଲା । ଓଡ଼ିଶାର ଦଳୀୟ ସ୍କୋର ୭୧ ଥିବା ବେଳେ ୪ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇ ସାରିଥିଲେ । ୫ମ ଉଇକେଟ ଭାଗିଦାରୀରେ ଓଡ଼ିଶା ସଂଗ୍ରହ କରିଥିଲା ୧୧୬ରନ। ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ଓ ଅଲରାଉଣ୍ଡର ଅଭିଷେକ ରାଉତଙ୍କ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏଠାରେ ଗୋବିନ୍ଦ ଲିଷ୍ଟ-ଏ କ୍ୟାରିୟରର ୧୨ତମ ଅର୍ଦ୍ଧଶତକ ସଂଗ୍ରହ କରିଛନ୍ତି। ଅଭିଷେକ ୪୧ରନରେ ଆଉଟ ହୋଇଥିଲେ । ପରେ ୮୭ବଲରୁ ୭ଟି ଚୌକା ଓ ଗୋଟିଏ ଛକା ବଳରେ ୭୬ରନ କରିଥିବା ଗୋବିନ୍ଦ ୟଶଙ୍କ ଶିକାର ହୋଇଥିଲେ। ନବାଗତ ପ୍ରୟାସ ସିଂ ୧୪ରନ କରିଛନ୍ତି । ଓଡ଼ିଶା ୮ ଉଇକେଟ ହରାଇ ୨୨୪ରନ କରିଥିଲା। ବିଦର୍ଭ ପକ୍ଷରୁ ୟଶ ଠାକୁରଙ୍କୁ ସର୍ବାଧିକ ୩ଟ ଉଇକେଟ ମିଳିଥିଲା । ୨୨୫ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ବିଦର୍ଭ ମଧ୍ୟ ପ୍ରଥମ ଓଭରରୁ ଝୁଣ୍ଟି ଥିଲା । ଦଳୀୟ ସ୍କୋରର ଖାତା ଖୋଲିବା ପୂର୍ବରୁ ଓପନର ଫୈଜ ଫଜଲ ରନଆଉଟ ହୋଇଥିଲେ । ପରେ ୧୫ରନରେ ୨ଟି ଓ ୫୦ରନରେ ବିଦର୍ଭର ୫ଟି ଉଇକେଟ ପତନ ଘଟିଥିଲା । ଦଳ ସଙ୍କଟରେ ଥିବା ବେଳେ ବ୍ୟାଟିଂ କ୍ରମ ୮ନଂରେ କ୍ରିଜକୁ ଆସିଥିବା ଅକ୍ଷୟ କନେର୍‌ଓାର ଓ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅକ୍ଷୟ ୱାଡେକର କିଛି ଓଭର ଧରି ଓଡ଼ିଶାର ବିଜୟ ଆଶାକୁ ଧୂଳିସାତ କରି ଦେଇଥିଲେ। ଉଭୟଙ୍କ ବ୍ୟାଟରୁ ବଡ଼ ସଟ୍‌ ଦେଖିବାକୁ ମିଳିଥିଲା । ଅକ୍ଷୟଙ୍କୁ ୪୩ରନରେ ଆଉଟ କରି ଡାହାଣହାତୀ ସ୍ପିନ ବୋଲର ଶାନ୍ତନୁ ଓଡ଼ିଶା ନିମନ୍ତେ ସବୁଠାରୁ ବଡ ବ୍ରେକଥ୍ରୁ ଦେଇଥିଲେ । ପରେ ଶାନ୍ତନୁ ଆଉ ୨ଟି ଉଇକେଟ ଦଖଲ କରିଥିବା ବେଳେ କନେର୍‌ଓାରଙ୍କୁ ୭୦ରନରେ ଦେବବ୍ରତ ପ୍ରଧାନ ଆଉଟ କରି ବିଦର୍ଭକୁ ପରାଜୟର ଦ୍ୱାର ଦେଖାଇଥିଲେ । ଦେବବ୍ରତ ଓ ପପୁ ରାୟ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି । ପ୍ରୟାସ ଓ ଅଭିଷେକ ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri