Posted inଖେଳ

ବିଜୟ ହଜାରେ ଟ୍ରଫି: ଦିଲ୍ଲୀଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୧୦- ଭଦୋଦରାର ଜିଏସ୍‌ଏଫ୍‌ସି କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୬୩ ରନରେ ଦିଲ୍ଲୀଠାରୁ ପରାସ୍ତ ହୋଇଛି। ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ଏକମାତ୍ର ଖେଳାଳି ଭାବେ ସଂଘର୍ଷପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଛନ୍ତି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୩୦୦ରନର ବିଜୟଲକ୍ଷ୍ୟକୁ ପିଛା କରି ଓଡ଼ିଶା ୮ ଉଇକେଟ ହରାଇ ୨୩୬ରନ କରିବାକୁ ସକ୍ଷମ ହୋଇଥିଲା। ୫ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଓଡ଼ିଶା ଟେବୁଲର ୯ମ ସ୍ଥାନକୁ ଖସିଛି। ୧୨ ତାରିଖରେ ବିଦର୍ଭ ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ ।
ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ଦିଲ୍ଲୀ ଦଳକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଧ୍ରୁବ ସୋରେଙ୍କ ନେତୃତ୍ୱାଧୀନ ଦିଲ୍ଲୀ ୩୧ରନରେ ଓପନର କୁୱଁର ବିଧୁରୀ(୧୨)ଙ୍କ ଉଇକେଟ ହରାଇଥିଲା । ପେସବୋଲର ସୂର୍ଯ୍ୟକାନ୍ତ ପ୍ରଧାନ କୁୱଁରଙ୍କୁ ଉଇକେଟ କିପର ସୁଜିତ ଲେଙ୍କାଙ୍କ ହାତରେ କ୍ୟାଚ କରାଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପ୍ରଥମ ଉଇକେଟ ପତନ ପରେ ଦିଲ୍ଲୀ ଚମତ୍କାର ବ୍ୟାଟିଂ କରିଥିଲା। ମଧ୍ୟକ୍ରମର ସମସ୍ତ ବ୍ୟାଟ୍ସମ୍ୟାନ ଧୁଆଁଧାର ଇନିଂସ ଖେଳିଥିଲେ। ଓପନର ହିତେନ ଦଲାଲ ୪୫, ଅନୁଜ ରାୱତ ୬୯, ଅଧିନାୟକ ଧ୍ରୁବ ୫୧, ନୀତିଶ ରାଣା ୫୬ରନ କରିଥିବା ବେଳେ ୨୭ବଲରୁ ୪୬ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ ଲଳିତ ଯାଦବ। ୬ ଉଇକେଟ ହରାଇ ଦିଲ୍ଲୀ ୨୯୯ରନ ସଂଗ୍ରହ କରିଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ଦୀପକ ବେହେରା ଗୋଟିଏ ଓ ପପୁ ରାୟ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଅଧିନାୟକ ଧ୍ରୁବଙ୍କୁ ପପୁ ହିଟ ଉଇକେଟ କରାଇଥିଲେ । ୩୦୦ରନର ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୮ରନରେ ଓପନର ଶାନ୍ତନୁ ମିଶ୍ରଙ୍କ ଉଇକେଟ ହରାଇଥିଲା । ଶାନ୍ତନୁ ଖାତା ଖୋଲିବା ପୂର୍ବରୁ ନବଦୀପ ସାଇନିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଅନ୍ୟତମ ଓପନର ସନ୍ଦୀପ ପଟ୍ଟନାୟକ ଓ ଅଧିନାୟକ ଶୁଭ୍ରାଂଶୁ ଦ୍ୱିତୀୟ ଉଇକେଟରେ ୭୩ରନର ଭାଗିଦାରୀ ସୃଷ୍ଟି କରିଥିଲେ। ସନ୍ଦୀପ ୨୮ରନରେ ବାମହାତୀ ଅର୍ଥୋଡକ୍ସ ମନନ ଶର୍ମାଙ୍କ ଶିକାର ପାଲଟିଥିଲେ। ପରେ କ୍ରିଜକୁ ଆସିଥିବା ଅଭିଷେକ ଯାଦବ ୧ରନରେ ପୱନ ନେଗୀଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ୮୬ରନରେ ଓଡ଼ିଶା ୩ଟି ଉଇକେଟ ହରାଇଥିଲା। ଶୁଭ୍ରାଂଶୁ ଓ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ସତର୍କତାର ସହ ବ୍ୟାଟିଂ ଜାରି ରଖି ଦଳୀୟସ୍କୋର ୧୦୦ ଅତିକ୍ରମ କରାଇଥିଲେ। ୪୫ବଲରୁ ଅର୍ଦ୍ଧଶତକ ପୂରଣ କରିଥିବା ଶୁଭ୍ରାଂଶୁ ୭୭ରନରେ ନୀତିଶ ରାଣାଙ୍କ ଦ୍ୱାରା ଆଉଟ ହେବା ପରେ ଓଡ଼ିଶା ବିଜୟ ଲକ୍ଷ୍ୟ ଠାରୁ ଦୂରେଇବା ଆରମ୍ଭ କରିଥିଲା। ଲିଷ୍ଟ-ଏ ଫର୍ମାଟରେ ଶୁଭ୍ରାଂଶୁଙ୍କର ଏହା ଦ୍ୱିତୀୟ ଅର୍ଦ୍ଧଶତକ ଥିଲା। ଗୋବିନ୍ଦ ପୋଦ୍ଦାର ୨୩, ସୁଜିତ ଲେଙ୍କା ୨, ଦୀପକ ବେହେରା ୧, ସୂର୍ଯ୍ୟକାନ୍ତ ପ୍ରଧାନ ୮ରନରେ ପ୍ୟାଭିଲିୟନ ଫେରିଥିଲେ । ଅଲରାଉଣ୍ଡର ଅଭିଷେକ ରାଉତ ୩୨ରନରେ ଓ ରାଜେଶ ମହାନ୍ତି ୩୯ରନରେ ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ମନନ ଶର୍ମା ସର୍ବାଧିକ ୩ଟି ଓ ନୀତିଶ ରାଣା ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri