Posted inଖେଳ

ବିଜୟ ସହ ଦ୍ୱିତୀୟରେ ମୁମ୍ବାଇ

ଚେନ୍ନାଇ, ୨୭।୪(ପି.ଟି.)- ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୪ତମ ମ୍ୟାଚ୍‌ରେ ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗ୍ସକୁ ୪୬ ରନରେ ପରାସ୍ତ କରିଛି। ଏଥିସହିତ ମୁମ୍ବାଇ ୧୧ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ୪ ପରାଜୟ ସହ ୧୪ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ସ୍ଥାନୀୟ ଚେପକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ଉଇକେଟ ହରାଇ ୧୫୫ ରନ କରିଥିଲା। ଜବାବରେ ଚେନ୍ନାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୭.୪ ଓଭରରେ ୧୦୯ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଜ୍ୱର ଯୋଗୁ ଖେଳି ନ ଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି ମ୍ୟାଚରେ ଅନୁଭୂତ ହୋଇଥିଲା। ପରାଜୟ ସତ୍ତ୍ୱେ ଚେନ୍ନାଇ ୧୨ ମ୍ୟାଚରୁ ୮ ବିଜୟ ଓ ୪ ପରାଜୟ ସହ ୧୬ ପଏଣ୍ଟରେ ରହି ଶୀର୍ଷ ସ୍ଥାନ ବଜାୟ ରଖିଛି। ୬୭ ରନର ଦ୍ରୁତ ଇନିଂସ ଖେଳିଥିବା ରୋହିତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୧୫୬ ରନ ଟାର୍ଗେଟର ପିଛା କରି ଚେନ୍ନାଇ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଅଭିଜ୍ଞ ଓପନର ମୁରଲୀ ବିଜୟ ୩୫ ବଲରୁ ୩ ଚୌକା ଓ ୧ ଛକା ସହ ୩୮ ରନ କରି ଯଶପ୍ରୀତ୍‌ ବୁମ୍‌ରାଙ୍କ ବଲ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମୁରଲୀଙ୍କୁ ବାଦ ଦେଲେ ଟପ୍‌ ଅର୍ଡର ୫ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ଏହି କ୍ରମରେ କାମଚଳା ଅଧିନାୟକ ଶେନ୍‌ ଓ୍ବାଟସନ ୮, ସୁରେଶ ରାଇନା ୨ ରନ କରି ଆଉଟ ହୋଇଥିବା ବେଳେ ଉଇକେଟକିପର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଖାତା ଖୋଲିପାରି ନ ଥିଲେ। ଏହାପରେ କେଦାର ଯାଦବ ୬, ଧ୍ରୁବ ସୋରେ ୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ଚେନ୍ନାଇ ୬୬ ରନରେ ୬ ଉଇକେଟ ହରାଇଥିଲା। ସପ୍ତମ ଉଇକେଟ ଯୋଡିରେ ଡ୍ବେନ ବ୍ରାଭୋ ଓ ମିଚେଲ ସାଣ୍ଟନର ୨୭ ବଲରୁ ୩୩ ରନ ସଂଗ୍ରହକରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ବ୍ରାଭୋ ୧୭ ବଲରୁ ୨ ଚୌକା ସହ ୨୦ ରନ କରି ଅଭିଜ୍ଞ ଲସିଥ୍‌ ମାଲିଙ୍ଗାଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ ଓ ଏହାପରେ ଦୀପକ ଚହର ବିନା ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ଅଭିଜ୍ଞ ହରଭଜନ ସିଂ ୧ ରନ କରି ଆଉଟ ହେବା ପରେ ଶେଷ ଉଇକେଟ ହିସାବରେ ସାଣ୍ଟନର ୨୨ ରନ (୨୦ ବଲ, ୨ ଛକା) କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ଚେନ୍ନାଇ ବିଜୟଠାରୁ ୪୭ ରନ ଦୂରରେ ରହିଯାଇଥିଲା। ବୋଲିଂରେ ମୁମ୍ବାଇ ତରଫରୁ ମାଲିଙ୍ଗା ସର୍ବାଧିକ ୪, ଯଶପ୍ରୀତ ବୁମ୍‌ରା ଓ କ୍ରୁନାଲ ପାଣ୍ଡ୍ୟା ୨ଟି ଲେଖାଏ, ହାର୍ଦ୍ଦିକ ଓ ଅନୁକୁଲ ରଏ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରଥମେ ଓପନର କ୍ୱିଣ୍ଟନ ଡିକକ୍‌ଙ୍କୁ ହରାଇଥିଲା। ୯ ବଲରୁ ୧ ଚୌକା ଓ ୧ ଛକା ସହାୟତାରେ ଡିକକ୍‌ ୧୫ ରନ କରି ଦୀପକ ଚହରଙ୍କ ବଲରେ ଅମ୍ବାତି ରାୟୁଡୁଙ୍କ କ୍ୟାଚ୍‌ ଦେଇଥିଲେ। ଏହାପରେ ୩୦ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ମାରି ଇଭିନ୍‌ ଲୁଇସ୍‌ ୩୨ ରନ କରି ଡ୍ବେନ ବ୍ରାଭୋଙ୍କୁ କ୍ୟାଚ୍‌ ଦେଇ ମିଚେଲ ସାଣ୍ଟନରଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଅଧିନାୟକ ରୋହିତ ଶର୍ମା ଓ ଲୁଇସ୍‌ ୫୭ ବଲରୁ ୭୫ ରନ ସଂଗ୍ରହ କରି ଦଳ ପାଇଁ ବୃହତ୍‌ ସ୍କୋର ହାସଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ମାତ୍ର ୧ ରନ କରିଥିବା ବେଳେ ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ବଲରେ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଦମ୍‌ଦାର ବ୍ୟାଟିଂ କରି ରୋହିତ ୪୮ ବଲରୁ ୬ ଚୌକା ଓ ୩ ଛକା ସହ ୬୭ ରନର ଦ୍ରୁତ ଇନିଂସ ଖେଳିଥିଲେ। ପଞ୍ଚମ ଉଇକେଟ ଯୋଡିରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡ ୨୨ଟି ବଲରୁ ଅପରାଜିତ ୩୩ ରନ କରି ଦଳର ସ୍କୋରକୁ ଦେଢଶହ ପାର କରାଇଥିଲେ। ହାର୍ଦ୍ଦିକ ୧୮ ବଲରୁ ୧ ଚୌକା, ୧ ଛକା ସହ ୨୩ ଓ କିରନ ପୋଲାର୍ଡ ୧୨ ବଲରୁ ୨ ଚୌକା ସହ ୧୩ ରନ କରି ଅପରାଜିତ ରହିଥିଲେ। ଚେନ୍ନାଇ ତରଫରୁ ସାଣ୍ଟନର ୨, ଚହର ଓ ତାହିର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୫/୪ (ରୋହିତ- ୬୭, ଲୁଇସ୍‌- ୩୨, ହାର୍ଦ୍ଦିକ- ୨୩*, ଡିକକ୍‌- ୧୫, ପୋଲାର୍ଡ- ୧୩*, ସାଣ୍ଟନର- ୨/୧୫, ଚହର- ୧/୪୬, ତାହିର- ୧/୩୭)।
ଚେନ୍ନାଇ ସୁପର କିଙ୍ଗ୍ସ ୧୭.୪ ଓଭରରେ ୧୦୯ ଅଲଆଉଟ (ବିଜୟ- ୩୮, ସାଣ୍ଟନର- ୨୨, ବ୍ରାଭୋ-୨୦, ମାଲିଙ୍ଗା- ୪/୩୭, କ୍ରୁନାଲ- ୨/୭, ବୁମରା- ୨/ ୧୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri