ବିଜୟର ୬ ବଡ଼ କାରଣ

ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ନିର୍ବାଚନରେ ବଡ଼ ବିଜୟ ହାସଲ ସହ ଏଏପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଏଏପି ବିଜୟର କେତେକ କାରଣ ନିମ୍ନରେ ଦିଆଗଲା। ୧- ଜାତୀୟ ରାଜନୈତିକ ପ୍ରସଙ୍ଗ ଅପେକ୍ଷା ସ୍ଥାନୀୟ ପ୍ରସଙ୍ଗକୁ ଦିଲ୍ଲୀବାସୀ ଅଗ୍ରାଧିକାର ଦେଲେ। ଗତ ୫ ବର୍ଷରେ କେଜ୍‌ରିଓ୍ବାଲ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାଣି ଯୋଗାଣରେ ନେଇଥିବା ପଦକ୍ଷେପ ସମ୍ପର୍କିତ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲା।
୨- ନିର୍ବାଚନ ପ୍ରଚାର ବେଳେ ଭାଜପା ସିଏଏ ପ୍ରସଙ୍ଗକୁ ଜୋର୍‌ଦାର ଉଠାଇଥିବାବେଳେ କେଜ୍‌ରିଓ୍ବାଲ ଓ ତାଙ୍କ ଦଳର ନେତାମାନେ ସିଏଏ ବିରୋଧୀ ବିକ୍ଷୋଭ ଓ ଶାହିନବାଗ୍‌ ଆନ୍ଦୋଳନଠାରୁ ସୁରକ୍ଷିତ ଦୂରତା ବଜାୟ ରଖିଥିଲେ।
୩- ଭାଜପା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଇ ନ ପାରି ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ମୁଖ୍ୟ ଜାତୀୟ ପ୍ରସଙ୍ଗ ଉପରେ ନିର୍ଭରଶୀଳ ଥିଲା, ଯାହା କାମ ଦେଲାନାହିଁ।
୪- ଭାଜପା ପ୍ରଚାରର ନେତୃତ୍ୱ ନେଇଥିବା ମନୋଜ ତିଓ୍ବାରୀ ଦିଲ୍ଲୀ ବାହାର ଲୋକ। ଭାଜପା ରାଜ୍ୟ ଶାଖାରେ ଅନ୍ତଃକନ୍ଦଳ ଓ ଲୋକପ୍ରିୟ ନେତାଙ୍କ ଅଭାବ ଏଏପିକୁ ସୁହାଇଲା।
୫- ଦିଲ୍ଲୀରେ ରାଜନୈତିକ ବିଶ୍ୱସନୀୟତା ହରାଇଥିବା କଂଗ୍ରେସ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଧମାକାଦାର ପ୍ରଚାର କରିବାରେ ମଧ୍ୟ ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଭାଜପା ଓ ଏଏପି ବିରୋଧୀ ଭୋଟ କଂଗ୍ରେସକୁ ଆସିବ ବୋଲି ଦଳ ଆଶାବାଦୀ ଥିଲା।
୬- ଶାହିନବାଗ ବିକ୍ଷୋଭରୁ ଭାଜପା ନିର୍ବାଚନୀ ଫାଇଦା ହାସଲ କରିପାରିଲା ନାହିଁ।

ଏଏପି ୫୩.୬%, ଭାଜପା ୩୮.୫%

ବିଧାନସଭା ନିର୍ବାଚନରେ ୬୨ ଆସନ ଜିତିଥିବା ଏଏପିକୁ ୫୩.୬ ପ୍ରତିଶତ ଭୋଟ ମିଳିଛି। ୨୦୧୫ରେ ଏଏପିକୁ ୫୪.୩୪ ପ୍ରତିଶତ ଭୋଟ ମିଳିଥିଲା। ଭାଜପା ୮ ଆସନରେ ବିଜୟୀ ହୋଇଥିବାବେଳେ ଏହାର ଭୋଟହାର ୩୮.୫ ପ୍ରତିଶତ ରହିଛି। ୨୦୧୫ ବିଧାନସଭା ନିର୍ବାଚନରେ ଭାଜପା ୩ଟି ଆସନରେ ବିଜୟୀ ହେବା ସହ ୩୨.୧୯ ପ୍ରତିଶତ ଭୋଟ ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଆଦୌ ଆସନ ଜିତିବାରେ ସଫଳ ହୋଇ ନ ଥିବାବେଳେ ଏହି ସର୍ବପୁରାତନ ଦଳର ଭୋଟ ହାର ୪.୩ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri