ବିଜ୍ଞାନାଗାରରେ ଆତ୍ମାର ଓଜନ

ଅଗଷ୍ଟ ୧୯୨୯ରେ ଦୁଇ ବନ୍ଧୁ ପଲ୍‌ ଡିରାକ (୧୯୦୨-୧୯୮୪) ଓ ୱାର୍ନେର ଆଇଜେନବର୍ଗ (୧୯୦୧-୧୯୭୬) ପଦାର୍ଥ ବିଜ୍ଞାନର ଗୋଟିଏ ସମ୍ପାନରେ ଯୋଗଦେବା ପାଇଁ ଜାହାଜରେ ଜାପାନ ଯାଉଥିଲେ। ସେତେବେଳେ ଉଭୟେ ଅବିବାହିତ। ଆଇଜେନବର୍ଗଙ୍କୁ ତାଙ୍କ ସାଙ୍ଗମାନେ ‘ମହିଳାଙ୍କ ପୁରୁଷ’ (ଲେଡିସ୍‌ ମ୍ୟାନ) ଭାବେ ଜାଣନ୍ତି। ସେ ଯୁବତୀମାନଙ୍କୁ ସହଜରେ ପ୍ରେମ କରିପାରନ୍ତି ଅଥବା ପ୍ରଣୟୀ ଭାବେ ଛଳନା କରନ୍ତି। କିନ୍ତୁ ତାଙ୍କର ସାଥୀ ଡିରାକ ଗମ୍ଭୀର ସ୍ବଭାବର ବ୍ୟକ୍ତି। ସେ ଅନ୍ୟମାନଙ୍କ ସହ ଖୋଲାରେ କଥାବାର୍ତ୍ତା ହେବାଠାରୁ ନିଜକୁ ଦୂରେଇ ରଖନ୍ତି। ଏପରି କି କାହା ସହିତ ମିଳାମିଶା କରି ପଦେ କହିବା ତାଙ୍କ ପକ୍ଷେ ଯନ୍ତ୍ରଣାଦାୟକ। ଏହି ଦୁଇ ବନ୍ଧୁ ଏମିତି ବିପରୀତ ସ୍ବଭାବର ବ୍ୟକ୍ତି।
ଜାହାଜ ଯାତ୍ରା ବେଳେ ଡିରାକ ବନ୍ଧୁଙ୍କୁ କୌତୂହଳବଶତଃ ପ୍ରଶ୍ନ କଲେ, ”ତୁମେ କାହିଁକି ନାଚ କରୁଛ?“ ଆଇଜେନବର୍ଗ ରସିକତାର ସହ ଜବାବ ଦେଲେ, ”ଯେତେବେଳେ ଏତେ ସୁନ୍ଦରୀ ତରୁଣୀ ଅଛନ୍ତି, ଏହା (ନାଚ) ସନ୍ତୋଷ ଓ ଆନନ୍ଦ ପ୍ରଦାନ କରେ।“
ଡିରାକଙ୍କୁ ଏହି ଉତ୍ତର ରହସ୍ୟମୟ ମନେହେଲା। ପୁଣି ସେ ପଚାରିଲେ, ”ଆଇଜେନବର୍ଗ! ପ୍ରଥମେ ତୁମେ କେମିତି ଜାଣୁଛ ଯେ କେଉଁ ଯୁବତୀ ରୂପସୀ। ଏମିତି ଜାଣିଲେ ତ ନାଚ କରିବ।“
ଆଇଜେନବର୍ଗ ଏହି ଅସହଜ ପ୍ରଶ୍ନର ଜବାବ ଦେବାକୁ ଅସମର୍ଥ ହେଲେ। ଡିରାକ ଆଶା କରୁଥିଲେ ଯେ, ମହିଳାଙ୍କ ସୌନ୍ଦର୍ଯ୍ୟ ମାପିବା ପାଇଁ ଆଇଜେନବର୍ଗ କୌଣସି ଗୋଟିଏ ସୂତ୍ର ବା ସମୀକରଣ ବାହାର କରିଛନ୍ତି, ଯାହା ପ୍ରୟୋଗ କରି ଜଣକର ରୂପର ମାତ୍ରା ଗାଣିତିକ ଭାବେ ହିସାବ କରିହେବ। (ଦ୍ରଷ୍ଟବ୍ୟ: ‘ଏଣ୍ଟି-ମାଟାର୍‌ ଆଣ୍ଡ ମ୍ୟାଡ୍‌ନେସ’, ରବିନ୍‌ ମାଇକ, ଦ ଗାର୍ଡିଆନ୍‌, ୪ ଏପ୍ରିଲ ୨୦୧୩)। ଡିରାକଙ୍କ ପ୍ରଶ୍ନର ଉତ୍ତର କେବଳ ବ୍ରହ୍ମାଙ୍କୁ ଜଣାଥିବ।
ପ୍ରକାଶ ଥାଉ କି, ପଲ୍‌ ଡିରାକ ୧୯୩୩ ଓ ଆଇଜେନବର୍ଗ ୧୯୩୨ରେ ପଦାର୍ଥ ବିଜ୍ଞାନରେ ନୋବେଲ ବିଜୟୀ ହୋଇଥିଲେ।
ଏହି କଥୋପକଥନରୁ ଗୋଟିଏ ବାର୍ତ୍ତା ମିଳେ, କେମିତି କିଛି ବୈଜ୍ଞାନିକ ବିଭିନ୍ନ ଭାବାତ୍ମକ ଗୁଣ ବା ସତ୍ତାର ମଧ୍ୟ ଗାଣିତିକ କିମ୍ବା ଗବେଷଣାଗାରରେ ପରୀକ୍ଷା କରି ତା’ର ଫର୍ମୁଲା ନିର୍ଣ୍ଣୟ କରିବା ପାଇଁ ବ୍ୟାକୁଳ। ଉଦାହରଣ ସ୍ବରୂପ ଆତ୍ମା ପରି ବିଷୟବସ୍ତୁ ବିଚାର୍ଯ୍ୟ।
ହାଭେରହିଲ (ମାସାଚୁସେଟ୍‌ସ)ର ଡାକ୍ତର ଡଙ୍କନ ମ୍ୟାକଡୋଗାଲ ୧୯୦୭ ମସିହାରେ ଆତ୍ମାର ଓଜନ ନିର୍ଣ୍ଣୟ କରିବାକୁ ପରୀକ୍ଷା କଲେ। ଏଥିପାଇଁ ସେ ଛଅଜଣ ବ୍ୟକ୍ତିଙ୍କୁ ନିଜ ପରୀକ୍ଷା ପରିସରରେ ଅନ୍ତର୍ଭୁକ୍ତ କଲେ। ଠିକ୍‌ ମରିବା ପୂର୍ବରୁ ଏବଂ ପରେ ସେ ସେମାନଙ୍କ ଓଜନ ରେକର୍ଡ କଲେ। ଦେଖିଲେ ଯେ, ଏଇ ଛଅଜଣକ ମଧ୍ୟରୁ ଜଣକର ଓଜନ ୨୧.୩ ଗ୍ରାମ୍‌। ଏହା ହେଉଛି ଆତ୍ମାର ଓଜନ ବୋଲି ସେ ନିଶ୍ଚିତ ହୋଇଗଲେ।
ମ୍ୟାକଡୋଗାଲ ଦାବି କଲେ ଯେ, ସେ ଏମିତି ଉପସଂହାରରେ ପହଞ୍ଚତ୍ବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି ଏବଂ ଏହା ଠିକ୍‌; କିନ୍ତୁ ବୈଜ୍ଞାନିକ ମହଲରେ ଏହା ସ୍ବୀକୃତ ହେଲା ନାହିଁ। କାରଣ ଏହି ସାମ୍ପଲ ସାଇଜ ମୋଟେ ଛଅଜଣରେ ସୀମିତ। ତେବେ ଏହା ‘ଏକୋଇଶ ଗ୍ରାମ୍‌ ପରୀକ୍ଷା’ ଭାବେ ଖ୍ୟାତ ହୋଇଛି।
ପରେ ‘ଡିସେମ୍ବର ୨୦୦୧ରେ ପଦାର୍ଥ ବିଜ୍ଞାନୀ ଲୁଇସ ହୋଲାଣ୍ଡର ମଣିଷ ପରିବର୍ତ୍ତେ ମେଣ୍ଢା, ଛେଳି, ମେଣ୍ଢୀ ଉପରେ ପରୀକ୍ଷା କରି ଜାଣିଲେ ଯେ, ମୃତ୍ୟୁ ପରେ ଓଜନ ବୃଦ୍ଧି ପାଏ, ଯାହାର ପରିମାଣ ୧୮ରୁ ୭୮୦ ଗ୍ରାମ୍‌। (ଦ୍ରଷ୍ଟବ୍ୟ:‘ଅନଏକ୍ସପ୍ଲେନେଡ ୱେଟ୍‌ ଗେନ ଟ୍ରାଞ୍ଜିଏଣ୍ଟ୍‌ସ ଆଟ୍‌ ଦ ମୁମେଣ୍ଟ ଅଫ ଡେଥ୍‌’, ହଲାଣ୍ଡର, ଜର୍ନାଲ ଅଫ୍‌ ସାଇଣ୍ଟିଫିକ ଏକ୍ସପ୍ଲୋରେଶନ୍‌)। ଏଥିରୁ ସ୍ପଷ୍ଟ ହୁଏ ଯେ, ଅଦ୍ୟାବଧି ଆତ୍ମାର ମପାମପି କ୍ଷେତ୍ରରେ ବୈଜ୍ଞାନିକ ପ୍ରଣାଳୀ ବ୍ୟର୍ଥ ହୋଇଛି, ଯଦିଚ କେତେଜଣ ଗବେଷକ ଉଦ୍ୟମ ଜାରିରଖିଛନ୍ତି।
ଏହି ପୃଷ୍ଠଭୂମିରେ ଭଗବଦ୍‌ ଗୀତାର ଦ୍ୱିତୀୟ ଅଧ୍ୟାୟରେ ବହୁଳ ପ୍ରଚଳିତ ଶ୍ଳୋକଟି ମନେପଡ଼େ :
”ନ ଜାୟତେ ମ୍ରିୟତେ ବା କଦାଚିନ
ନୀୟଂ ଭୂତ୍ୱା ଭବିତା ବା ନ ଭୂୟଃ।
ଅଜୋ ନିତ୍ୟଃ ଶାଶ୍ୱତୋଃୟଂ ପୁରାଣୋ
ନ ହନ୍ୟନେ ହନ୍ୟମାନେ ଶରୀରେ।“
ଆତ୍ମାର ଜନ୍ମ ନାହିଁ କି ମରଣ ନାହିଁ। ଏମିତି ସମୟ ନ ଥିଲା, ଯେତେବେଳେ ଏହା ଅସ୍ତିତ୍ୱହୀନ ଥିଲା। ଏମିତି ସମୟ ମଧ୍ୟ ନାହିଁ, ଯେତେବେଳେ ଏମିତି ଘଟିବ। ଆତ୍ମା ଚିରନ୍ତନ, ଅମର, ଶାଶ୍ୱତ। ଶରୀର ନଷ୍ଟ ହେବା ସହ ଏହା ନଷ୍ଟ ହୁଏ ନାହିଁ। ଆତ୍ମାର ପରିଚୟ ଦେବାବେଳେ ଏହାର ବସ୍ତୁତ୍ୱ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ।
ଏହି ଅମର ବାଣୀ ସତ୍ତ୍ୱେ କୌତୂହଳୀ ମଣିଷ କ’ଣ ଆତ୍ମାର ଅଦୃଶ୍ୟ ସତ୍ତା ବିଶ୍ଳେଷଣ କରିବ ବା ତା’ର ସ୍ବରୂପ ବୈଷୟିକ ସ୍ତରରେ ନିର୍ଣ୍ଣୟ କରିବାରୁ କ୍ଷାନ୍ତ ରହିବ? ଦୃଷ୍ଟିହୀନା ହେଲେନ କେଲାର (୧୮୮୦-୧୯୬୮)ଙ୍କ ମତ ପ୍ରଣୀଧାନଯୋଗ୍ୟ, ”ବିଶ୍ୱର ସର୍ବୋତ୍ତମ ଓ ସୌନ୍ଦର୍ଯ୍ୟମୟ ବସ୍ତୁକୁ ଦେଖିହେବ ନାହିଁ କି ଛୁଇଁହେବ ନାହିଁ। ହୃଦୟରେ ଏହାକୁ ଅନୁଭବ କରିବା ହେଉଛି ଶ୍ରେଷ୍ଠ।“ ତେବେ ଏହା କିଛି ଜିଜ୍ଞାସୁ ଚିନ୍ତକ ଓ ବୈଜ୍ଞାନିକଙ୍କୁ କେତେଦୂର ସନ୍ତୁଷ୍ଟ କରିବ, ତାହା ଭବିଷ୍ୟତ କହିବ। ବିଶ୍ୱାସକୁ ଭିତ୍ତି କରି ଆତ୍ମା ତିଷ୍ଠିଛି। ଏହା କିନ୍ତୁ ସର୍ବସମ୍ମତ ହୋଇପାରି ନାହିଁ।
ବଡ଼ଖେମୁଣ୍ଡି ବଙ୍ଗଳା, ଉତ୍କଳ ଆଶ୍ରମ ମାର୍ଗ
ବ୍ରହ୍ମପୁର, ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri